ବିଭିନ୍ନ ସ୍ଥାନରେ ବାବା ସାହେବ୍ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ
କେନ୍ଦ୍ରାପଡା: ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ବାବସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହିକ୍ରମରେ କେନ୍ଦ୍ରାପଡା ଡକ୍ଟର ଆମ୍ବେକରଙ୍କ ବିଚାର ମଞ୍ଚ ତରଫରୁ ସମ୍ବିଧାନର ମୁଖ୍ୟ ସ୍ଥପତି ଡକ୍ଟର ଭୀମରାଓ ବାବା ସାହେବ୍ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତର୍ି ସ୍ଥଳରେ ଅନୁଷ୍ଠିତ ହେଇ ଯାଇଛି । ବିଚାର ମଞ୍ଚର ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡ଼ାଙ୍କ ପୌରହିତରେ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ବକ୍ତା ମାନେ ଡକ୍ଟର ଆମ୍ବେଦକରଙ୍କୁ ଭାରତୀୟ ସମ୍ବିଧାନର ମୁଖ୍ୟ ବିନ୍ଧାଣୀ ଭାବରେ ବର୍ଣ୍ଣନା କରିବା ସହ ତାଙ୍କ ଦୂର ଦୃଷ୍ଟି ଓ ଶ୍ରେଣୀ ହୀନ ସମାଜ ପ୍ରତଷ୍ଠା କ୍ଷେତ୍ରରେ ଉଲ୍ଲେନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧକ୍ଷ୍ୟ ପ୍ରଫେସର୍ ଶ୍ରୀ ପରିଡ଼ା ବକ୍ତବ୍ୟ ରଖି କହିଥିଲେ ଯେ ଏକ ମଧ୍ୟଯୁଗୀୟ ଶୋଷଣ ସର୍ବସ୍ୱ ସମାଜ ପରିବର୍ତ୍ତେ ଶୋଷଣ ହୀନ, ଜାତି ହୀନ ଓ ଭେଦ ବିଚାର ହୀନ ସମାଜ ଗଢ଼ିବା ପାଇଁ ସମ୍ବିଧାନରେ ପ୍ରାବୋଧାନ ମାନ କରିଥିଲେ । ବିଚାର ମଞ୍ଚର କାର୍ଯ୍ୟକାରୀ ଅଧକ୍ଷ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଅଭିମତ ରଖି କହିଥିଲେ ଯେ ଯେତେ ଦିନ ପର୍ଯ୍ୟନ୍ତ ଆମ ସମ୍ବିଧାନ ସୁରକ୍ଷିତ, ସେତେଦିନ ପର୍ଯ୍ୟନ୍ତ ଆମେ ଅର୍ଥାତ୍ ଭାରତ ବାସି ସୁରକ୍ଷିତ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଧିରେନ୍ କୁମାର ସାହୁ,୍ ଗୟାଧର ଧଳ, ଜଗଜୀବନ ଦାସ, ବୁଲୁ ବାବୁ, ଶେଖ୍ ଚନ୍ଦନ, ପ୍ରଫୁଲ୍ଲ ଦାସ, ମୁକ୍ତାର ଖାନ, ସୌମେନ୍ଦ୍ର, ମିରମିର୍ ମୁସିଦ, ପ୍ରଭେଜ ଅଖତର, ଯଯାତି ମହାନ୍ତି, ସମ୍ବିତ ଶ୍ରୀଚନ୍ଦନ, କମଳାକାନ୍ତ ବେହେରା, ଗଣେଶ ମେକାପ, ସୁବାସ ମହାଳିକ, ବସନ୍ତ ରାଉତ, ବସନ୍ତ ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଆମ୍ବେଦକର କମିଟି: ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି କମିଟି ଓ ଅଲ ଇଣ୍ଡିଆ ସମତା ସୈନିକ ଦଳ ପକ୍ଷରୁ ଭାରତରନô ଡ଼ଃ ବିଆର ଆମ୍ବେଦକରଙ୍କ ୧୩୩ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ପ୍ରତିମୂର୍ତ୍ତି କମିଟି ସଭାପତି ସୁଧିର କୁମାର ମଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ପୂର୍ବତନ ବିଧାୟିକା ଡ଼ଃ ସିପ୍ରା ମଲିକ, ପୈାର ଅଧ୍ୟକ୍ଷା ସରିତା ସାହୁ, ପୂର୍ବତନ ଓକିଲ ସଂଘ ସଭାପତି ବିଚିତ୍ରା ନନ୍ଦ ସାହୁ, ନିର୍ମଳ କୁମାର ମଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ବିଧାନ ପ୍ରଣେତା ଭୀମରାଓ ବାବା ସାହେବ ଡ଼ଃ ବିଆର ଆମ୍ବେଦକରଙ୍କର ଜୀବନୀ ଓ ଆଦର୍ଶ ସଂପର୍କରେ ମତବ୍ୟକ୍ତ କରିଥିଲେ । ସାରା ବିଶ୍ୱରେ ଆମ୍ବେଦକର ଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଉଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସମ୍ବିଧାନରେ ଡ଼ଃ ଆମ୍ବେଦକର ସମସ୍ତ ଭାରତୀୟଙ୍କ ସୁରକ୍ଷା ଓ ସମ୍ମାନ ଜଣାଇ ସମ୍ବିଧାନ ଲେଖିଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଳଧର ମଲିକ, ପ୍ରଭାତୀ ସାହୁ, ପ୍ରବୋଧ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ଆଇନଜୀବି ଅପୂର୍ବ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଭଣ୍ଡାରିପୋଖରୀ, ୧୫ା୪: ସ୍ଥାନୀୟ ଆମ୍ବେଦକର ଦଳିତ ସେବାସଂଘ ଆନୁକୂଲ୍ୟରେ ମନୋହରପୁର ସିଦ୍ଧ ହନୁମାନ ପୀଠରେ ରବିବାର ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଳିତ ହୋଇଯାଇଛି । ସଭାପତି ଉମାକାନ୍ତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବକୁ ଭଦ୍ରକ ସେବାସଂଘ ସଭାପତି ରାଜେନ୍ଦ୍ର ଜେନା ଉଦଘାଟନ କରିଥିଲେ । ଏଥବରେ ସଦସ୍ୟ କିର୍ତ୍ତନ ବିହାରୀ ମଲ୍ଲିକ, ଉମାକାନ୍ତ ଜେନା, ଅଧ୍ୟାପକ ତରଣୀସେନ ଜେନା, ପ୍ରଶାନ୍ତ କୁମାର ଜେନା, ରବିନ୍ଦ୍ର କୁମାର ଜେନା ପ୍ରମୁଖ ଯୋଗଦେଇ ଦଳିତ ସମାଜର ସଂସ୍କାର, ସ୍ୱାଭିମାନ ଓ ଅଧିକାର ପାଇଁ ବାବାସାହେବ ଦେଓରସ ଆମ୍ବେଦକରଙ୍କ ସାମ୍ବିଧାନିକ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସଂଘର ବରିଷ୍ଠ ସଦସ୍ୟ କର୍ତ୍ତନ ବିହାରୀ ଜେନା, ନିରାକାର ଜେନା, ଅକ୍ଷୟ କୁମାର ଜେନା ଓ ପୁର୍ଶୁରାମ ଜେନାଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉସôବକୁ ରବିନ୍ଦ୍ର କୁମାର ଜେନା, ଧନେଶ୍ୱର ଜେନା ପ୍ରମୁଖ ପରିଚାଳନା କରିଥିଲେ ।
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଆମ୍ବେଦକର ସ୍ମୃତି ସଂସଦ ପକ୍ଷରୁ ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରାଯାଇଛି । ଏହି ଉପଲକ୍ଷେ ସ୍ମୃତି ସଂସଦ ସଭାପତି ବାରେଣୀ ସେଠୀଙ୍କ ପୌରାହିତ୍ୟରେ ଆୟୋଜିତ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ପୌରାଧକ୍ଷ ହେମନ୍ତ ସାହୁ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ସ୍ମୃତି ସଂସଦ ସମ୍ପାଦକ କାଉନସିଲର ଗୋପୀବଲ୍ଲଭ ନାୟକ, କାଉନସିଲର ମଳୟ ଓଝା, ଯୁବନେତା ଅବିନାଶ ଲେଙ୍କା, ଦିଲ୍ଲୀପ ଜେନା, ଶିକ୍ଷାବିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ଶ୍ରୀଧର ରାଉତ, ନୃସିଂହ ଚୌଧୁରୀ,ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ, ଦଳିତ ନେତା ଗୋଲକ ମଲିକ, ଦିଲ୍ଲୀପ ମଲିକ, ବାବୁ ମଲିକ, ଦିଲ୍ଲୀପ ସାହୁ, ଭରତ ନାୟକ, ସୁରେନ୍ଦ୍ର ଗିରି, ବାପି ସାମଲ ପ୍ରମୁଖ ଆମ୍ବେଦକରଙ୍କ ସ୍ମୃତି ·ରଣ କରିବା ସହିତ ବାଇପାସ ଠାରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।