ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ଜଳିଗଲେ ସ୍ୱାମୀ

ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ଜଳିଗଲେ ସ୍ୱାମୀ


ଭୁବନେଶ୍ୱର: ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ନିଆଁରେ ଜଳି ଯାଇଛନ୍ତି ସ୍ୱାମୀ । ଫଳରେ ଗୁରୁତର ଆହତ ହୋଇ ଏବେ ଉମୟ ଚିକିତ୍ସାଧିନ ଅଛନ୍ତି ।  ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଜଡିଡଦା ପଞ୍ଚାୟତ ଆଡ଼ିଆ ଗାଁରେ । ସ୍ୱାମୀ ଶଶିକାନ୍ତ ମହାରଣା ଓ ତାଙ୍କ ସ୍ତ୍ରୀ ଭାନୁମତି ମହାରଣାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଶଶିକାନ୍ତ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏହି ବଚସା ଉଗ୍ରରୂପ ନେଇଥିଲା । ଏଥିରେ ଶଶିକାନ୍ତଙ୍କ ସ୍ତ୍ରୀ ରାଗିଯାଇ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ । ସ୍ତ୍ରୀ ଜଳିଯାଉଥିବା ବେଳେ ଶଶିକାନ୍ତ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ତାଙ୍କ ଦେହ ନିଆଁ ଲାଗିଯାଇଥିଲା । ସେ ମଧ୍ୟ ଜଳି ଯାଇଥିଲେ । ପାଖ ପଡୋଶୀ ଉଭୟଙ୍କ ଚିକôାର ଶୁଣି ୌଡି ଆସିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିସôା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।