ଅଶ୍ଳିଳ ଫଟୋ ଭାଇରାଲ୍ କରି ଯୁବକ ଗିରଫ
ନୀଳଗିରି: ଆଜକୁ ଏକ ବର୍ଷ ପୂର୍ବରୁ ଜୈନିକ ଯୁବକ ଏକ ଯୁବତୀର ଫେସବୁକରୁ ନମ୍ବର ପାଇ ଆରମ୍ଭ କରିଥିଲେ ପ୍ରେମ କାହାଣୀ । ଏତେ ନିବିଡ ସମ୍ପର୍କରେ ନିଜର ହିତାହିତ ଜ୍ଞାନକୁ ଭୁଲି ଯାଇଥିଲେ ନିରୀହ ଯୁବତୀ ଜଣକ । ପ୍ରାୟ ପ୍ରତି ଦିନ ଭିଡିଓ କଲିଙ୍ଗରେ କଥା ବାର୍ତ୍ତା ହୁଅନ୍ତି ଉଭୟ ପୁଅ ଝିଅ । ଶେଷରେ ଝିଅର ସରଳତାର ସୁଯୋଗ ନେଇ ତାର ନଗ୍ନ ଫଟୋ ସବୁ ସେଭ୍ କରି ରଖି ଦେଲା ଯୁବକ ଜଣକ । କିଛି ମାସ ପରେ ଉଭୟଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହେଲା । କୌଣସି ସମ୍ପର୍କ ରହିଲା ନାହିଁ । ପରେ ଯୁବକ ଜଣକ ଯୁବତୀର ରଖିଥିବା ନଗ୍ନ ଫଟୋ ସବୁ ସୋସିଆଲ ମିଡିଆରେ ବିଭିନ୍ନ ଆଡ଼ିରେ ଛାଡିଥିଲା । ଯୁବକକୁ ଗିରଫ କରିବା ପାଇଁ ଯୁବତୀର ବାପା ୨୦୨୩ ମସିହାରେ ନିଳଗିରି ଥାନାରେ ଅଭିଯୋଗ କରିଥିଲେ । ଏନେଇ ନିଳଗିରି ଥାନାରେ ୨୭୨/୨୦୨୩ରେ ଏକ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ଅଭିମନୁ୍ୟକୁ ସମବାର ଦିନ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।