ରିଭର ସାଇଡ ପାର୍କ କ୍ଷେତ୍ର ପରିଦର୍ଶନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର
ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର,: ସହରବାସୀଙ୍କ ପାଇଁ ଏକ ପାର୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଦର ବିଧାୟକ ମାନସ କୁମାର ଦତ୍ତ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ମନ୍ତ୍ରୀ ଶ୍ରୀ ମହାପାତ୍ର ସଦର ବିଧାୟକ ଶ୍ରୀ ଦତ୍ତଙ୍କ ଦାବିକୁ ଗୁରୁତ୍ୱ ଦେଇ ସ୍ଥାନୀୟ ନୁଣିଆଯୋଡି ଠାରେ ପ୍ରସ୍ତାବିତ ରିଭର ସାଇଡ ପାର୍କର କ୍ଷେତ୍ର ପରିଦର୍ଶନ ସହ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେଠାରେ ଉପସ୍ଥିତ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ, ଉପଜିଲ୍ଲାପାଳ ଅରବିନ୍ଦ ରାଜଶିରକେ ଓ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ନବପ୍ରସାଦ ମହାଳିକ ପ୍ରମୁଖଙ୍କୁ ମନ୍ତ୍ରୀ ପାର୍କ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ନିଦେ୍ର୍ଦଶ ଦେଇଥିଲେ ।
ପୂର୍ବରୁ ବାଲେଶ୍ୱର ପୌରପାଳିକାର ଉନ୍ନୟନ କାର୍ଯ୍ୟକୁ ନେଇ ଆୟୋଜିତ ଏକ ସମୀକ୍ଷା ବୈଠକରେ ନୁଣିଆଯୋଡି ଠାରେ ଚାଲିଥିବା ଏକାଧିକ ରିଭର ସାଇଡ ପ୍ରକଳ୍ପକୁ ପାର୍କ ନିର୍ମାଣରେ ରୂପାନ୍ତରିତ ପାଇଁ ଏକ ପ୍ରସ୍ତାବ ଗୃହୀତ କରାଇଥିଲେ ବିଧାୟକ ଶ୍ରୀ ଦତ୍ତ । ପରେ ବିଧାୟକଙ୍କ ନିଦେ୍ର୍ଦଶ ଅନୁଯାୟୀ ବାଲେଶ୍ୱର ପୌରପାଳିକା ପକ୍ଷରୁ ଏକ ଅତ୍ୟାଧୁନିକ ରିଭର ସାଇଡ ପାର୍କ ନିର୍ମାଣ ପାଇଁ ନୂତନ ଭାବେ ଯୋଜନା ପ୍ରସ୍ତୁତ ସହ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା । ପୌରପାଳିକାର ପ୍ରସ୍ତାବକୁ ନେଇ ବିଧାୟକ ଶ୍ରୀ ଦତ୍ତ ରାଜ୍ୟ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହିତ ପାର୍କ ନିର୍ମାଣ ପାଇଁ ଆବଶ୍ୟକ ଅନୁନ୍ୟ ୫କୋଟି ଟଙ୍କା ଅନୁଦାନ ଅର୍ଥ ମଞ୍ଜୁର ପାଇଁ ନିବେଦନ କରିଥିଲେ । ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ଶାସନକୁ ଆସିବ ପରେ ଆରମ୍ଭ ହୋଇଥିଲା ଅମୃତ ସହର ଯୋଜନା । ସେହି ଯୋଜନାରେ ବାଲେଶ୍ୱର ସହରକୁ ସାମିଲ ସହ ପୌରପାଳିକା ଅଞ୍ଚଳରେ ୩ଟି ପାର୍କ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର ହେଇଥିଲା । ମାତ୍ର ତତ୍କାଳୀନ ରାଜ୍ୟ ସରକାର ଅମୃତ ସହର ଯୋଜନା ସହ ପାର୍କ ନିର୍ମାଣରେ ବିଫଳ ହୋଇଥିଲେ । ପରବର୍ତ୍ତୀ ସମୟରେ ଜଳସେଚନ ବିଭାଗ ପକ୍ଷରୁ ବୁଢ଼ାବଳଙ୍ଗ ନଦୀ କୂଳରେ ଆରମ୍ଭ ହୋଇଥିବା ରିଭର ସାଇଡ ପ୍ରୋଜେକ୍ଟ ସ୍ଥଳରେ ପାର୍କ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ସେଠାରେ ସାମ୍ଭାବ୍ୟ ପ୍ରତିକୂଳ ପରିସ୍ଥିତି ଅନୁଧ୍ୟାନ ପରେ ପାର୍କ ନିର୍ମାଣ ପାଇଁ ନୁଣିଆଯୋରୀ ନିକଟବର୍ତ୍ତୀ ଆବର୍ଜନା ଜମା ହେଉଥିବା ସ୍ଥାନକୁ ବଛା ଯାଇଥିଲା । ଜଳସେଚନ ବିଭାଗ ପକ୍ଷରୁ ରିଭର ସାଇଡ ପ୍ରୋଜେକ୍ଟରେ ଅଳିଆଗଦା ଅଞ୍ଚଳକୁ ପୋତା ଯିବା ସହ ନୟନଯୋରୀକୁ ଖୋଳା ଯାଇଥିଲା । ଅନ୍ୟପକ୍ଷରେ ପାର୍କ ନିର୍ମାଣ ପାଇଁ ଜଳସେଚନ ବିଭାଗ ନିକଟରେ କୌଣସି ପ୍ରସ୍ତାବ ନ ଥିବା ବେଳେ ଅର୍ଥାଭାବ କାରଣରୁ ରିଭର ସାଇଡ ପ୍ରୋଜେକ୍ଟ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଥିଲା । ତେବେ ଜନସାଧାରଣଙ୍କ ଆବଶ୍ୟକତା ତଥା ଆକାଂକ୍ଷାକୁ ହୃଦୟଙ୍ଗମ ପୂର୍ବକ ନିର୍ବାଚିତ ହେବା ପରେ ସଦର ବିଧାୟକ ଶ୍ରୀ ଦତ୍ତ ଏହି ପ୍ରକଳ୍ପର ବାସ୍ତବ ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟମ ମନ୍ତ୍ରୀଙ୍କୁ ଭେଟିଥିଲେ । ତାଙ୍କ ପରାମର୍ଶ ଅନୁସାରେ ପୌରପାଳିକା ପକ୍ଷରୁ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଯାଇଥିଲା । ମନ୍ତ୍ରୀ ଶ୍ରୀ ମହାପାତ୍ର ବାଲେଶ୍ୱରବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ତାହାକୁ ଏବେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ବୋଲି ବିଧାୟକ ଶ୍ରୀ ଦତ୍ତ କହିଛନ୍ତି ।