ଲାକସମ୍ପର୍କ ଉପନିଦେ୍ର୍ଦଶକଙ୍କ ନୀଳଗିରି ଗସ୍ତ 

 ନୀଳଗିରି: ନୀଳଗିରି ଲୋକ ସମ୍ପର୍କ କାର୍ଯ୍ୟାଳୟକୁ କେନ୍ଦ୍ରାଞ୍ଚଳ ଉପନିଦେ୍ର୍ଦଶକ ହେମନ୍ତ କୁମାର ନାୟକ ପରିଦର୍ଶନ କରିଛନ୍ତି । ଏହି ଗସ୍ତ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ସୁଶ୍ରୀ ଐସୁରିୟା ସାମନ୍ତ ମଧ୍ୟ ସାମିଲ ଥିଲେ । ନୀଳଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଅଧିକାରୀମାନେ ପହଞ୍ଚôବା ପରେ ଉପସ୍ଥିତ ଥିବା ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ଉପନିଦେ୍ର୍ଦଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ସ୍ୱାଗତ କରିଥିଲେ । ଉପଖଣ୍ଡସ୍ତରରେ ଯେଉଁ ସୂଚନା କେନ୍ଦ୍ର ଓ ପାଠାଗାର ରହିଛି, ତାହାର ବିଭିନ୍ନ ସମସ୍ୟା ଉପରେ ବିଶେଷ ଭାବରେ ଆଲୋଚନା କରିଥିଲେ । ସ୍ଥାନୀୟ ପ୍ରଶାସନ ଓ ସାମ୍ବାଦିକଙ୍କ ମଧ୍ୟରେ ଉପୁଜୁଥିବା ସମସ୍ୟା ସହିତ ନୀଳଗିରି ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଗଣମାଧ୍ୟମର ଭୂମିକା ଓ ପ୍ରଶାସନର ଦାୟିତ୍ୱ ସମ୍ପର୍କରେ ବିଶେଷ ଭାବରେ ଗୁରୁତ୍ୱ ଦେବା ଏବଂ ରାଜନୈତିକ ଦଳବିଧି ବ୍ୟବସ୍ଥା ସହିତ ସମନ୍ୱୟ ରକ୍ଷା କରିବା ପାଇଁ ଉପନିଦେ୍ର୍ଦଶକ ଶ୍ରୀ ନାୟକ ଉପଖଣ୍ଡ ସୂଚନା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ପରେ ନୀଳଗିରି ଉପଖଣ୍ଡ କର୍ମଜୀବୀ ସାମ୍ବାଦିକଙ୍କ ସହିତ ସୌଜନ୍ୟମୂଳକ ଭାବେ ସାକ୍ଷାତ ହୋଇଥିଲା ।