ବିଜେଡି ବିଧାୟକ ପ୍ରାର୍ଥୀ ସୁକାନ୍ତଙ୍କ ନାମାଙ୍କନ ଦାଖଲ

ବିଜେଡି ବିଧାୟକ ପ୍ରାର୍ଥୀ ସୁକାନ୍ତଙ୍କ ନାମାଙ୍କନ ଦାଖଲ

ନୀଳଗିରି: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ୪ଟି ଲୋକସଭା ଆସନ ଓ ୨୮ଟି ବିଧାନସଭା ପାଇଁ ଭୋଟ ଗ୍ରହଣ ·ଲିଥିବା ବେଳେ ନୀଳଗିରି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡ଼ି ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକ । ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକ ଓ ବାଲେଶ୍ୱର ଲୋକସଭା ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥ, ମାତା ସୁଭଦ୍ରା, ପ୍ରଭୁ ବଳରାମ ଓ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ଆଶିଷ ଭିକ୍ଷା କରି ସୁସଜ୍ଜିତ ଗାଡ଼ିରେ ବସି ପ୍ରାୟ ୩୦ହଜାର ସମର୍ଥକଙ୍କ ସହିତ ନାମାଙ୍କନ ଦାଖଲ କରିବା ପାଇଁ ବାହାରିଥିଲେ । ଏହି ଶୋଭାଯାତ୍ରାରେ ଏତେ ସଂଖ୍ୟକ ଲୋକଙ୍କ ସମାଗମ ହୋଇଥିଲା ଯେ ପୁରା ବଡ଼ଦାଣ୍ଡ ଶଙ୍ଖମୟ ହୋଇଯାଇଥିଲା । ଶଙ୍ଖ, ଧୁମସା, ମାଦଳ, ଡ୍ରମ ବାଜା,ବ୍ୟାଣ୍ଡ ପାର୍ଟିର ତାଳେ ତାଳେ ବୁଢ଼ା ଠାରୁ ବୁଢ଼ୀ ଏପରିକି ଯୁବ ସମର୍ଥକ ନବୀନ ପଟ୍ଟନାୟକ, ସୁକାନ୍ତ ନାୟକ ଓ ଲେଖାଶ୍ରୀଙ୍କ ଜୟଧ୍ୱନି ଦେଇ ଆଗାମୀ ନିର୍ବାଚନରେ ଜିତାଇ ଆଣିବାକୁ ନାରା ଦେଉଥିବା ଦେଖିବାକୁ ମିଳିଥିଲା । ଶୋଭାଯାତ୍ରା ନୀଳଗିରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚôବା ପରେ ବିଧାୟକ ପ୍ରାର୍ଥୀ ସୁକାନ୍ତଙ୍କ ସହିତ ନୀଳଗିରି ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନଏସି ଅଧ୍ୟକ୍ଷା ଅମ୍ବିକା ଦାସ, ୧୧ନଂ ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ପଟ୍ଟନାୟକଙ୍କ ସହିତ ବିଜେଡ଼ି ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କ ଠାରେ ୨ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ସମାବେଶ ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଏକ ବିରାଟ ବିଜୟ ସମ୍ଭାବନା ଆଡ଼କୁ ଆଗେଇ ନେଇଥିବା ସମର୍ଥକ କହିଛନ୍ତି । ଏହି ନାମାଙ୍କନ ଦାଖଲ ସମାବେଶରେ ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ଜିଲ୍ଲା ଯୁବବିଜେଡ଼ି ସଭାପତି ତାପସ ପରିଡା, ଜିନା ସାମଲ, ବିଜୟ ଲେଙ୍କା, ତାପସ ପାଣିଗ୍ରାହୀ, ସୁବର୍ଣ୍ଣମରୀ ସିଂ, ନୀଳାମ୍ବର ମହାଳିକ, ଶରତ ରାଜ,  ଗଙ୍ଗାଧର ମିଶ୍ର, ଶରତ ଦାସ, ରବୀନ୍ଦ୍ର ପରିଡା, ରାଧାଗୋବିନ୍ଦ ଖଟୁଆ, ରାଜୀବ ଦାସବାବୁ, କୁଳମଣୀ ନାୟକ,ଉପେନ୍ଦ୍ର ଦାସ, ବିନୋଦ ମହାନ୍ତି, ରାମକୃଷ୍ଣ ମହାପାତ୍ର, ଯୁବନେତା ଉପେନ୍ଦ୍ର ନାୟକ ପ୍ରମୁଖ ସାମିଲ ଥିଲେ ।