ନବରାତ୍ର ଏକ ମହାନ୍ ହିନ୍ଦୁ ପର୍ବ ଓ ଏହା ନଅ ଦିନ ଧରି ଶରତ ଋତୁରେ ପାଳନ କରାଯାଏ। ଏହା ବିଭିନ୍ନ କାରଣ ରୁ ଓ ଭାରତୀୟ ସାଂସ୍କୃତିକ କ୍ଷେତ୍ର ରେ ବିଭିନ୍ନ ଭାବରେ ପାଳନ କରାଯାଏ। ତାତ୍ୱିକ ଭାବରେ ଚାରୋଟି ଋତୁ ରେ ଋତୁ କାଳୀନ ନବରାତ୍ର ରହିଛି ।ତେବେ ସାଧାରଣତଃ ମୌଶୁମି ପରବର୍ତ୍ତୀ ଶାରଦୀୟ ନବରାତ୍ରି ତନ୍ମଧ୍ୟରୁ ପ୍ରଧାନ ।ଏଥିରେ ମା ଦେବୀ ଦୁର୍ଗା ଙ୍କୁ ସମ୍ମାନ ଜଣାଇ ଏହି ନବରାତ୍ର ପୂଜା ପାଳନ କରାଯାଏ। ଏହି ପୂଜା ହିନ୍ଦୁ ପାଞ୍ଚି ର ଆଶ୍ୱିନ ମାସର ଶୁକ୍ଳ ପକ୍ଷ ରେ ପାଳନ କରାଯାଏ। ଅନ୍ୟ ନବରାତ୍ର ଗୁଡ଼ିକ ହେଲା ୧) ପୌଷ ନବରାତ୍ର ଯାହା ପୌଷ ଶୁକ୍ଳ ଅଷ୍ଟମୀ ତିଥି ରୁ ଆରମ୍ଭ କରି ପୌଷ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳନ କରାଯାଏ।ଏହି ନବରାତ୍ର ପ୍ରତିପଦା ରୁ ନ ହୋଇ ଏହା ଅଷ୍ଟମୀ ତିଥିରେ ଆରମ୍ଭ ହୁଏ ଓ ଏହା ନଅ ଦିନ ଜାଗାରେ ଆଠ ଦିନ ପାଳନ ହୁଏ । ୨) ମାଘ ନବରାତ୍ର ମାଘ ଶୁକ୍ଳ ପ୍ରତିପଦ ତିଥିରୁ ଆରମ୍ଭ ହୋଇ ନବମୀ ଯାଏଁ ଚାଲେ ।୩) ଚୈତ୍ର ନବରାତ୍ର ଆଷାଢ଼ ଶୁକ୍ଳ ପ୍ରତିପଦ ତିଥି ରୁ ଆରମ୍ଭ ହୋଇ ନବମୀ ଯାଏଁ ଚାଲେ। ୪) ଆଷାଢ଼ ଶୁକ୍ଳ ପ୍ରତିପଦ ଠାରୁ ଆରମ୍ଭ କରି ନବମୀ ଯାଏଁ ଗୁପ୍ତ ନବରାତ୍ର ଚାଲେ।
ଶରତ ଋତୁର ନବରାତ୍ର ଆଶ୍ୱିନ ଶୁକ୍ଳ ପ୍ରତିପଦ ତିଥି ରୁ ଆରମ୍ଭ ହୋଇ ନବମୀ ଯାଏଁ ଚାଲେ ଯାହାକି ପ୍ରାୟ ସମସ୍ତେ ପାଳନ କରନ୍ତି। ପୁରାଣ ବର୍ଣ୍ଣନା ଅନୁସାରେ ଦୁର୍ଗ ରାକ୍ଷସ ସୃଷ୍ଟି କର୍ତ୍ତା ବ୍ରହ୍ମା ଙ୍କ ଠାରୁ ବର ପ୍ରାପ୍ତ ହୋଇ ଭୀଷଣ ବଳଶାଳୀ ହୋଇ ପ୍ରଚଣ୍ଡ ଅତ୍ୟାଚାରୀ ହୋଇ ଉଠିଲା । ସେ ତ୍ରୈଲୋକ୍ୟ ଜିଣିବା ପରେ ସ୍ବର୍ଗ କୁ ଯାଇ ଦେବରାଜ ଇନ୍ଦ୍ର ଙ୍କୁ ଭୟଭୀତ କରାଇଲା ।ସେତେବେଳେ ସମସ୍ତ ଦେବା ଦେବୀ ନିଜର ଆୟୁଧ ଦ୍ବାରା ତାକୁ ଆକ୍ରମଣ କରି ପରାଜିତ ହେବା ପରେ ଦୁର୍ଗ ରାକ୍ଷସ ସେମାନଙ୍କୁ ବନ୍ଦୀ କରି ଅନେକ ନିର୍ଯାତନା ଦେବାକୁ ଲାଗିଲା ଏଥିରେ ସମସ୍ତ ଦେବ ଗଣ ଭିତଗ୍ରସ୍ତ ହୋଇ ସେମାନଙ୍କ ଉଦ୍ଧାର ପାଇଁ ମା ମହାଶକ୍ତି ଙ୍କୁ ପ୍ରାର୍ଥନା କଲେ ଓ ମା ମହାଶକ୍ତି ଏଥିରେ ପ୍ରସନ୍ନ ହୋଇ ଦୟା ରେ ବିଗଳିତ ହୋଇ ମା ଆବିର୍ଭୁତ ହୋଇ ନିଜର ଅଗ୍ନିଗର୍ଭା ନେତ୍ରରେ ଦୁର୍ଗ ରାକ୍ଷସ ର ଦୁର୍ଗ ଧ୍ଵଂସ କରି ସମସ୍ତ ଦେବା ଦେବୀ ମାନଙ୍କୁ ଉଦ୍ଧାର କରିଥିଲେ । ସେତେବେଳେ ମା ସହସ୍ର ଭୁଜା ହୋଇ ଅସୁମାରୀ ଅସ୍ତ୍ର ଶସ୍ତ୍ର ଧାରଣ କରି ଦୁର୍ଗ ରାକ୍ଷସ କୁ ବଧ କରିଥିଲେ। ସେହି ଦିନ ଠାରୁ ଦେବୀ ଙ୍କୁ ଦୁର୍ଗା ଭାବରେ ନାମିତ କରଯାଇ ପୂଜା କରାଯାଉଛି । ସିଂହ ବାହିନୀ ଭାବରେ ମା ସ୍ନେହମୟୀ ଓ ଭୟଙ୍କରୀ ମଧ୍ୟ । ସିଂହ ଉପରେ ବସି ସେ ଚତୁରଭୁଜା,ଅଷ୍ଟ ଭୁଜା ,ଏପରିକି ସେ ସହସ୍ର ଭୁଜା ମଧ୍ୟ ହୋଇ ପାରନ୍ତି । କିନ୍ତୁ ତାଙ୍କର ଗୋଟିଏ ହସ୍ତ ସର୍ବଦା ବରଦା ବା ଶାନ୍ତ ମୁଦ୍ରା ରେ ଥାଏ । ମାଆ ଙ୍କ ପାଖରେ ଯିଏ ଶରଣାଗତ , ମା ଙ୍କୁ ସ୍ତୁତି କରନ୍ତି ମା ସେମାନଙ୍କ ପାଇଁ ଅଭୟ , କରୁଣା,ଦୟା ,ଓ କରୁଣା ମୟୀ ଓ ଯେଉଁ ମାନେ ଦୁରାଚାରୀ ,ରାକ୍ଷସ ,ସ୍ଵଭାବ ର ବ୍ୟକ୍ତି ଓ ଦୁଷ୍ଟ ସ୍ଵଭାବ ର ମା ହୋଇଯାଆନ୍ତି ସେମାନଙ୍କ ପାଇଁ ଅତି ଭୟଙ୍କର । ବସନ୍ତ ଏବଂ ଶରତ ଋତୁରେ ଦେବୀ ଆରାଧନା କରାଯାଏ। ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦ ଠାରୁ ନବମୀ ପର୍ଯ୍ୟନ୍ତ ନବଗୌରି ବା ନବଦୁର୍ଗା ଙ୍କ ପୂଜା ଆରମ୍ଭ ହୁଏ । ନଅ ଦିନର ପୂଜାରେ ମାଙ୍କ ପ୍ରଥମ ଦିନ ମାଙ୍କୁ ଶୈଳପୁତ୍ରୀ ଯାହା କି ପ୍ରଥମ ସ୍ୱରୂପ ।ଶୈଳ ରାଜ ହିମାଳୟ ଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କ କନ୍ୟା ରୂପରେ ଜନ୍ମ ହୋଇଥିଲେ।ଦ୍ଵିତୀୟ ଦିବସ ରେ ମା ଙ୍କ ସ୍ୱରୂପ ରେ ଦୀପ୍ତିମନ୍ତ ତେଜ ପ୍ରକାଶ ହୋଇ ମା ବ୍ରହ୍ମ ଚାରିଣି ନାମରେ ଡାହାଣ ହାତରେ ମନ୍ତ୍ର ଜପାମାଳ ଓ ବାମ ହାତରେ କମଣ୍ଡଳୁ ଧାରଣ କରିଥାନ୍ତି ।ତୃତୀୟ ଦିବସରେ ଦେବୀଙ୍କ ଉଗ୍ର ରୂପ ହୋଇ ଦଶ ଭୁଜା ଓ ବ୍ୟାଘ୍ର ଉପରେ ଉପବିଷ୍ଠ ହୁଅନ୍ତି ଓ ଦେବୀଙ୍କ ମୁଦ୍ରା ଯୁଦ୍ଧାଭିମୁଖି ହୋଇଥାଏ । ଏହି ସ୍ୱରୂପ କୁ ଚନ୍ଦ୍ରଘଣ୍ଟା କୁହାଯାଏ ।ପୌରାଣିକ ମତରେ ଦେବୀଙ୍କ ହସରୁ ବ୍ରହ୍ମାଣ୍ଡ ସୃଷ୍ଟି ବୋଲି କୁହାଯାଏ ।ଏହି ରୂପରେ ଦେବୀ ଅଷ୍ଟଭୁଜା ଓ ହାତରେ କମନ୍ଦଳୁ ,ଧନୁ , କମଳ,ଆମୃତ୍ କଳସ ,ଚକ୍ର , ଗଦା,ଓ ଜପମାଳ ଧାରଣ କରିଥାଆନ୍ତି।ଏହି ସ୍ୱରୂପ ଦେବୀଙ୍କ କୁଷ୍ପାଣ୍ଡ ନାମରେ ବିଦିତ । ପଞ୍ଚମ ଦିନରେ ଦେବୀଙ୍କୁ ସ୍କନ୍ଧ ମାତା ସ୍ୱରୂପ ରେ ପୂଜା କରାଯାଏ ।କୁମାର କାର୍ତ୍ତିକେୟ ଙ୍କୁ ସ୍କନ୍ଧ କୁହାଯାଏ ଓ ତାଙ୍କର ମାତା ହୋଇ ଥିବାରୁ ସେ ସ୍କନ୍ଧ ମାତା ରୂପରେ ନିଜ ପୁତ୍ର କୁ କୋଳରେ ଧରି ପୂଜା ପାଆନ୍ତି। ନବରାତ୍ର ର ଷଷ୍ଠ ଦିନରେ ମାଙ୍କୁ କାତ୍ୟାୟନୀ ରୂପେ ପୂଜା କରାଯାଏ କାରଣ ଋଷି କାତ୍ୟାୟନ ଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କ କନ୍ୟା ରୂପରେ ଜନ୍ମ ଗ୍ରହଣ କରିଥିଲେ।ଶ୍ରୀ କୃଷ୍ଣ ଙ୍କୁ ନିଜ ପତି ରୂପରେ ପାଇବାକୁ ବ୍ରଜ ଗୋପୀ ମାନେ ମା କାତ୍ୟାୟନୀ ଙ୍କୁ ଆରାଧନା କରିଥିଲେ ।ସପ୍ତମ ଦିବସରେ ଦେବୀ ଙ୍କୁ କାଳରାତ୍ରି ସ୍ୱରୂପ ରେ ଉପାସନା କରାଯାଏ ।ଏହା ଦେବୀ ଙ୍କ ବିକଟାଳ ରୂପ ଏହି ରୂପରେ ଦେବୀ ତ୍ରିନେତ୍ର ଧାରିଣୀ ,ଶରୀର ର ବର୍ଣ୍ଣ ଗାଢ଼ କଳା ଓ ଦେବୀ ଚତୁର୍ଭୁଜା ହୋଇ ଗର୍ଦ୍ଧଭ ବାହନ ରେ ଉପବିଷ୍ଠ ହୁଅନ୍ତି ଓ ହାତରେ ଲୌହ ଖଡଗ ଧାରଣ କରିଥାନ୍ତି। ଅଷ୍ଟମ ଦିବସରେ ଦେବୀଙ୍କୁ ମହାଗୌରି ରୂପେ ପୂଜା କରାଯାଏ।ଏହି ରୂପରେ ଦେବୀ ଙ୍କ ରୂପ ସୌମ୍ୟ ଶାନ୍ତ ଥାଏ ,ଦେବୀ ଭୃଷଭ ବାହିନୀ ହୋଇ ଶୁଭ୍ର ବସ୍ତ୍ର ପରିଧାନ କରି ଚତୁର୍ଭୁଜା ହୋଇ ଡମ୍ବରୁ ଓ ତ୍ରିଶୂଳ ଧାରଣ କରିଥାନ୍ତି। ନବରାତ୍ର ର ଶେଷ ଦିବସରେ ଦେବୀଙ୍କୁ ସିଦ୍ଧିଦାତ୍ରୀ ସ୍ୱରୂପ ରେ ଉପାସନା କରାଯାଏ।ଦେବୀ ପଦ୍ମାସନା ,ଚତୁର୍ଭୁଜା ,ହାତରେ ଶଙ୍ଖ ,ଚକ୍ର , ଗଦା,ଓ ପଦ୍ମ ଧାରଣ କରିଥାନ୍ତି। ଏହି ପୂଜାର ବିଧି ଅନୁଯାୟୀ ପ୍ରଥମେ ପୂଜା ସ୍ଥଳରେ ଘଟ ସ୍ଥାପନ କରି ଦେବୀଙ୍କୁ ଆବାହନ କରାଯାଇଥାଏ ।ଧାନ ବା ଗହମ କୁ ପାଣିରେ ଭିଯାଇ ତଳେ ବାଲି ଦେଇ ତା ଉପରେ ଏହି ଭିଜା ଧାନ ବା ଗହମ କୁ ଦେଇ ତା ଉପରେ ଘଟ ସ୍ଥାପନ କରାଯାଇଥାଏ। ଘଟରେ ଦେବୀଙ୍କ ଚିତ୍ର ବା ସ୍ଵସ୍ତିକ ଚିହ୍ନକୁ ଆଙ୍କି ପୂଜା କରାଯାଏ।ପୂଜା ଶେଷରେ ସେହି ଘଟ କୁ ନଦୀ ବା ପୁଷ୍କରିଣୀ ରେ ବିସର୍ଜନ କରାଯାଏ। ଘଟ ପୂଜାର ପରମ୍ପରା ଓ ସମୟ କୁ ସଠିକ୍ କହିବା ଅତ୍ୟନ୍ତ କଠିନ । ଆମର ସଂସ୍କୃତି ଅନୁଯାୟୀ ଘଟ ପୂଜା ପଞ୍ଚଭୁତ ଉପରେ ଆଧାରିତ। ତାହା ହେଲା କ୍ଷିତ୍,ଆପ।,ତେଜ , ମରୁତ୍ ଓ ବ୍ୟାମ। କ୍ଷତି ଅର୍ଥାତ୍ ପୃଥିବୀ ମାନେ ମାଟି ଯିଏକି ଆମକୁ ଆଶ୍ରୟ ଦେଇଛି ରହିବା ପାଇଁ,ମାଟିରୁ ଉତ୍ପାଦିତ ହେଉଥିବା ଉତ୍ପାଦ କୁ ଖାଇ ଆମେ ଜୀବନ ଧାରଣ କରିଥାନ୍ତି,ସେହିପରି ଆପ ଅର୍ଥ ଜଳ ଯାହା କି ମନୁଷ୍ୟ ର ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତି ମୁହୂର୍ତ୍ତରେ ଆବଶ୍ୟକ ପଡିଥାଏ , ସେହିପରି ମରୁତ ବା ପବନ ବିନା ମନୁଷ୍ୟ ର ଗୋଟିଏ ମୁହୂର୍ତ୍ତ ବଞ୍ଚିବା କଷ୍ଟକର ବ୍ୟାପାର ହୋଇଯାଏ , ତେଜ ବା ସୂର୍ଯ୍ୟ ଙ୍କ ରଶ୍ମି ସକଳ ଶକ୍ତି ର ଆଧାର ,ତେଜ ମଧ୍ୟ ଅଗ୍ନି କୁ ବୁଝାଏ ଯାହାର ଆବଶ୍ୟକତା ମନୁଷ୍ୟ ପାଇଁ ଅତ୍ୟନ୍ତ ଜରୁରୀ ସର୍ବ ଶେଷରେ ବ୍ୟମ ଅର୍ଥ ଆକାଶ ଯେଉଁଠାରେ ଆମ ପୃଥିବୀ ଶୁନ୍ୟରେ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ରେ ସୌର ମଣ୍ଡଳ ରେ ଘୁରିଛି ଓ ଅସଂଖ୍ୟ ଜଳ କଣିକା କୁ ଧାରଣ କରି ବର୍ଷା କରାଇ ଆମର ଅନେକ ଆବଶ୍ୟକତା କୁ ପୂରଣ କରେ । ଏହି ଘଟରେ ଯେଉଁ ଦେବା ଦେବୀ ମାନଙ୍କୁ ଆବାହନ କରାଯାଇଥାଏ ସେମାନେ ହେଲେ ଗଙ୍ଗା ,ଯମୁନା ,ଗୋଦାବରୀ ,ସରସ୍ଵତୀ ,ନର୍ମଦା ,ସିନ୍ଧୁ ଓ କାବେରୀ ,ଗଣେଶ ,ବରୁଣ ,ଇନ୍ଦ୍ର , ଦଶ ଦିଗପାଳ,ସୂର୍ଯ୍ୟ ,ନବଗ୍ରହ ,ଗ୍ରାମ ଦେବତା ଓ ଦେବୀ ମାନଙ୍କୁ ଆବାହନ କରାଯାଇଥାଏ। ଘଟ ର ମୁଖ ରେ ଶିବ ,ତଳ ଭାଗରେ ବ୍ରହ୍ମା,ମଧ୍ୟ ଭାଗରେ ଅଷ୍ଟଦଶ ମାତୃଗଣ ,ସପ୍ତ ସାଗର ,ସପ୍ତ ଦ୍ଵୀପ ଓ ଉଦର ରେ ସମସ୍ତ ତୀର୍ଥ କୁ ସ୍ମରଣ କରି ପୂଜା କରାଯାଏ। କିଛି ଯଦି ଭୁଲ ତଥ୍ୟ ଥାଏ ପାଠକେ କ୍ଷମା କରିବେ।