କଟକ ରଙ୍ଗମଞ୍ଚ

କଟକ ରଙ୍ଗମଞ୍ଚ


ହଜାର ବର୍ଷର ପରିଚୟକୁ ନେଇ କଟକ ସହର ସମୃଦ୍ଧ । କଟକ ସହର ହେଉଛି ଏପରି ସହର ଏଠି ସବୁକିଛି ଆପଣ ଉକ୍ରର୍ଷର ଶ୍ରେଷ୍ଠ ସମ୍ପଦ ମାନଙ୍କୁ ପାଇପାରିବେ । ସେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହେଉ ବା ଶିଶୁ ଭବନ । ଛତ୍ରବଜାର ହେଉ ବା ହାଇକୋର୍ଟ, ରେଭେନ୍ସା ବିଶ୍ୱବିଦ୍ୟାଳୟ ହେଉ ବା ବାରବାଟୀ ଷ୍ଟାଡିୟମ, ମାଲଗୋଦାମ ଠାରୁ କଟକ ରେଳ ଷ୍ଟେସନ । ସେହିପରି କଳା ଉକ୍ରର୍ଷର ରାଜ୍ୟ ଭାବେ ପରିଚିତ ଉକ୍ରଳର ପୁରାତନ ରାଜଧାନୀ କଟକ ସହର ମଧ୍ୟ ରଙ୍ଗମଞ୍ଚ କ୍ଷେତ୍ରରେ ଓଡ଼ିଶାରେ ତାର ସ୍ୱତନ୍ତ୍ରତା ବଜାୟ ରଖି ଆସିଛି । କଟକର ରଙ୍ଗମଞ୍ଚ ସମ୍ପର୍କରେ ଆଲୋଚନା କଲାବେଳେ ସ୍ମରଣକୁ ଆସୁଛି କିଛି ପୁରୁଣା କଥା । କଲିକତା ଲାଲବଜାର ମିଶନ ରୋଡ଼ରେ ୧୭୫୬ ମସିହାରେ ଭାରତର ପ୍ରଥମ ରଙ୍ଗମଞ୍ଚ ହୋଇଥିଲା ଯାହାର ନାମ ପ୍ଲେ ହାଉସ୍ ରଖାଯାଇଥିଲା । ଏହାକୁ ଇଂରେଜମାନେ ତିଆରି କରିଥିଲେ । ଯାହାକୁ କେବଳ ଇଂରେଜଙ୍କ ପାଇଁ ଖୋଲା ଯାଉଥିଲା । ୧୭୭୭ ମସିହାରେ ଭାରତୀୟ ମାନଙ୍କ ଦ୍ୱାରା ପ୍ରଥମ ରଙ୍ଗମଞ୍ଚ କରାଯାଇଥିଲା ଓ ଯାହାର ନାମ କଲିକତା ଥିଏଟର ଥିଲା । ଯେଉଁ ଠାରେ ବଙ୍ଗାଳୀ, ହିନ୍ଦୀ, ସଂସ୍କୃତ ଓ ଇଂରାଜୀ ଭାଷାରେ ନାଟକ ପରିବେଷଣ କରାଯାଉଥିଲା । ତେବେ ଓଡ଼ିଶାରେ ପ୍ରଥମ କରି ଜଗମୋହନ ଲାଲାଙ୍କ ବାବାଜୀ ନାଟକ ୧୮୭୭ ମସିହାରେ ମାହାଙ୍ଗାର ରଙ୍ଗମଞ୍ଚରେ ଅଭିନୀତ ହୋଇଥିଲା । ତେବେ ୧୮୭୮ ଫେବୃଆରୀ ୨ ତାରିଖ ବସନ୍ତ ପଞ୍ଚମୀରେ ମନମୋହନ ବସୁଙ୍କ ବଙ୍ଗାଳୀ ନାଟକ ରାମାଭିଷେକ ପ୍ରଥମ କରି କଟକରେ ପ୍ରଦର୍ଶନ ହୋଇଥିଲା । ଏହାପରେ କିଛି ଭ୍ରାମ୍ୟମାଣ ନାଟକ ସଂଗଠନ ଚନ୍ଦନ ପଡ଼ିଆରେ ନାଟକ ପରିବେଷଣ କରିଥିଲେ । ୧୮୮୧ ଫେବୃଆରୀ ୭ ତାରିଖରେ ଏକ ଅସ୍ଥାୟୀ ରଙ୍ଗମଞ୍ଚରେ ରାମଶଙ୍କର ରାୟଙ୍କ ପ୍ରଥମ ଓଡ଼ିଆ ନାଟକ କାଞ୍ଚô କାବେରୀ କଟକରେ ପ୍ରଦର୍ଶନ ହୋଇଥିଲା । ଏହାପରେ ଉକ୍ରଳ ଗୌରବ ମଧୁସୂଦନ ଦାସ ତାଙ୍କ ଘରେ ଆଜିର ଶୈଳବାଳା ମହିଳା କଲେଜରେ ନାଟକ ଦଳ ଗଠନ କରି ୧୮୮୭ରୁ ବଙ୍ଗାଳି ଓ ଓଡ଼ିଆ ନାଟକ ମଞ୍ଚସ୍ଥ କରୁଥିଲେ ।
୧୮୯୮ ମସିହାରେ ବିନୋଦବିହାରୀରେ ବୀଣାପାଣି ଥିଏଟର ନାମରେ ଏକ ସ୍ଥାୟୀ ରଙ୍ଗମଞ୍ଚ କରାଯାଇଥିଲା । ଏଠାରେ ୧୯୦୬ ମସିହା ପର୍ଯ୍ୟନ୍ତ ନାଟକ ହେଉଥିଲା । ସେହିପରି ମେହେନ୍ଦିପୁର ଠାରେ ବାସନ୍ତୀ ରଙ୍ଗମଞ୍ଚ କରାଯାଇଥିବା ବେଳେ ଏହା ୧୯୧୬ ପର୍ଯ୍ୟନ୍ତ ରହିଥିଲା । ୧୯୧୩ରେ ବାଙ୍କାବଜାର ଠାରେ ଉଷା ପେଣ୍ଡାଲ କରାଯାଇଥିଲା ।  ୧୯୪୮ରେ କଲେଜଛକ ଅଞ୍ଚଳରେ ରୂପଶ୍ରୀ ଥିଏଟର ହୋଇଥିଲା । ୧୯୫୩ ଅକ୍ଟୋବର ୧୬ରେ ଜନତା ରଙ୍ଗମଞ୍ଚ ଯାହାକି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତିଷ୍ଠା ହୋଇଥିଲା । ୧୯୬୬ରେ ଦୋଳମୁଣ୍ଡାଇ ଠାରେ କଳାଶ୍ରୀ ଥିଏଟର ପ୍ରତିଷ୍ଠା କରାଯାଇଥିଲା । ଅନ୍ନପୂର୍ଣ୍ଣା, କଳାଶ୍ରୀ ଥିଏଟର ଓ ଜନତା ରଙ୍ଗମଞ୍ଚ ବହୁବର୍ଷ ଧରି ଚାଲିବା ସହ ବ୍ୟବସାୟୀକ ସଫଳତା ପାଇଥିଲା । ଆଜିର ସୂଚନା ପ୍ରଯୁକ୍ତିର ଅତ୍ୟାଧୁନିକ ମୋବାଇଲ ଫୋନର ଯୁଗରେ ଆଉ ପୂର୍ବପରି ଲୋକମାନଙ୍କର ମଞ୍ଚ ବା ସିନେମା ହଲ ପ୍ରତି ସେପରି ଆଦର ନରହୁଥିବାବେଳେ ବେଳେ ବେଳେ କଟକର କିଛି ଥିଏଟରରେ ପୂଜା ପାର୍ବଣ ସମୟରେ ନାଟକ ପରିବେଷଣ ହେଉଛି । କଟକିଆମାନେ ମଜା ନେବାକୁ ମଧ୍ୟ ଭୁଲ ନାହାଁନ୍ତି । 
ବିପିନ ବିହାରୀ ରାଉତ,ମୋ : ୯୪୩୭୬୬୬୪୫୩