ଅନନ୍ତ ଚତୁର୍ଦ୍ଦଶୀ ବ୍ରତ 

ଅନନ୍ତ ଚତୁର୍ଦ୍ଦଶୀ ବ୍ରତ 

ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚତୁର୍ଦଶୀ ଦିନଟିକୁ ସମଗ୍ର ଭାରତରେ ପାଳନ କରାଯାଏ ଅନନ୍ତ ଚତୁର୍ଦଶୀ ଭାବେ  । ଏହାକୁ ସ୍ଥାନବିଶେଷରେ ଅନନ୍ତ ଚତୁର୍ଥୀ ମଧ୍ୟ କୁହାଯାଇଥାଏ  । ଆଜିର ଦିନରେ ଏହା ପଡ଼ୁଛି  । ବେଶ ଜାକଜକମରେ ଅନୁଷ୍ଠିତ ହେଉଥିବା ବିଖ୍ୟାତ ଓ ଆଡ଼ମ୍ବରପୂର୍ଣ୍ଣ ମହାରାଷ୍ଟ୍ରରେ ଶ୍ରୀ ଗଣେଶଙ୍କୁ ଏହ ଦିନରେ ବିସର୍ଜିତ କରାଯାଇଥାଏ  । ଧାତୁ ଦ୍ରବ୍ୟରେ ଅନନ୍ତଙ୍କ ପ୍ରତିମୂର୍ତ୍ତି ନିର୍ମାଣ ବା ଶାଳଗ୍ରାମଙ୍କୁ ପଦ୍ମ କିମ୍ବା ଭଦ୍ରମଣ୍ଡଳରେ ସ୍ଥାପନପୂର୍ବକ ଏହି ପୂଜା କରିବା ନିୟମ ରହିଛି । ଭବିଷ୍ୟ ପୁରାଣ ଅନୁସାରେ, ୧୪ ବର୍ଷ ଏହି ବ୍ରତ ପାଳନ କରିବା ବିଧେୟ । ଅନନ୍ତ ଦେବଙ୍କ ବ୍ରତ ନିମନ୍ତେ ଅନନ୍ତ ବ୍ରତ କଥା ପ୍ରଚଳିତ । ଭବିଷ୍ୟ ପୁରାଣରେ ଯୁଧିଷ୍ଠିରଙ୍କୁ ଭଗବାନ ଶ୍ରୀକୃଷ୍ଣ ଏହା ଶୁଣାଇଛନ୍ତି । ପୂଜା କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ପାଣି, କଳସ, ଦୁବଘାସ ଏବଂ ପବିତ୍ର ସୂତ୍ର  । ପାଣି କଳସ ଯମୁନା, ଦୂବଘାସ ଶେଷନାଗ ଏବଂ ୧୪ଟି ଗଣ୍ଠିଥିବା ସୂତ୍ର ଅନନ୍ତଙ୍କ ପ୍ରତୀକ  । ଏହି ଦିନରେ ୧୪ ସଂଖ୍ୟାଟି ଗୁରୁତ୍ୱପୂର୍ଣ୍ଣ  । ଭକ୍ତ ଶ୍ରଦ୍ଧାଳୁମାନେ ୧୪ ପ୍ରକାରର ଫୁଲ, ୧୪ ପ୍ରକାରର ଫଳ ଏବଂ ୧୪ ପ୍ରକାରର ପତ୍ରକୁ ବ୍ୟବହାର କରିଥାନ୍ତି ପୂଜାରେ  ।  ଭଗବାନ ବିଷ୍ଣୁଙ୍କ ଅନନ୍ତଶୟାନ ମୁଦ୍ରାକୁ ଏହି ଅବସରରେ ପୂଜା କରିବା ହିନ୍ଦୁ ପରମ୍ପରା  । ପୂଜା ପରେ ପୁରୁଷମାନେ ନିଜ ନିଜର ଡାହାଣ ଏବଂ ମହିଳାମାନେ ବାମ ମଣିବନ୍ଧରେ ପବିତ୍ର ସୂତ୍ର ବାନ୍ଧିଥାନ୍ତି  । ଭାରତର କେତେକ ଅଞ୍ଚଳରେ ବାଉଁଶ ଟୋକେଇରେ ଦୂବ ତିଆରି ଶେଷନାଗଙ୍କୁ ପୂଜା କରାଯାଇଥାଏ  । ନିଜ ରାଜ୍ୟ ଫେରି ପାଇବା ପାଇଁ ଲଗାତାର ୧୪ବର୍ଷ ଏହି ବ୍ରତ ପାଳନ କରିବାକୁ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ପରାମର୍ଶ ଦେଇଥିବା ମହାଭାରତରେ ବର୍ଣ୍ଣିତ  । ପୁଣି ଏହିପରି କରିବା ଦ୍ୱାରା ପାର୍ଥିବ ଯନ୍ତ୍ରଣାରୁ ମୁକ୍ତି ମିଳୁଥିବା ବିଶ୍ୱାସ କରାଯାଏ  । ଏହି ବ୍ରତ କଥାରେ ମନୁଷ୍ୟ ମନରେ ଭକ୍ତି ଜାତ କରାଇବା ଏବଂ ପାପଠୁ ଦୂରରେ ରହିବାକୁ ସତର୍କ କରାଇ ଦିଆଯାଇଛି । ଏହି ଦିନରେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ରର ପୂଜାର ବ୍ୟବସ୍ଥା ରହିଛି ଏବଂ ଓଡ଼ିଆ ଆଧ୍ୟାତ୍ମିକ ବିଶ୍ୱାସରେ ଅନନ୍ତ ଚତୁର୍ଦ୍ଦଶୀର ସ୍ଥାନ ସ୍ୱତନ୍ତ୍ର । 
ଅଲେଖ ଚନ୍ଦ୍ର ସାମଲ
ମୋ : ୯୪୩୭୨୫୭୧୨୩