ଓଡ଼ିଶାରେ ବଢୁଛି ବ୍ରେନ୍ ଷ୍ଟ୍ରୋକ୍
ପରିବର୍ତ୍ତିତ ଜୀବନଶୈଳୀରେ ଲୋକମାନେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି । ଘର ଖାଦ୍ୟ ଅପେକ୍ଷା ବାହାର ଖାଦ୍ୟ ବିଶେଷ କରି ରାସ୍ତାକଡ଼ରୁ ବିକ୍ରି ହେଉଥିବା ଖାଦ୍ୟ ଖାଇବା ଉପରେ ଲୋକଙ୍କର ରୁଚି ଅଧିକ ବଢୁଛି । ତାହା ସହିତ ଗୁଟ୍ଖା, ପୁଡ଼ିଆ ସେବନ, ମଦ୍ୟପାନ ଭଳି ଅନ୍ୟାନ୍ୟ ସ୍ୱାସ୍ଥ୍ୟ ହାନୀକାରକ ଅଭ୍ୟାସ ମଧ୍ୟ ଦିନକୁ ଦିନ ବଢୁଛି । ଏହିସବୁ କାରଣ ପାଇଁ ମସ୍ତିଷ୍କାଘତ ବା ବ୍ରେନ୍ ଷ୍ଟ୍ରୋକ୍ ଜନିତ ଘଟଣା ବୃଦ୍ଧି ପାଉଛି । ବର୍ତ୍ତମାନ ଓଡ଼ିଶାରେ ଏ ପ୍ରକାରର ରୋଗୀଙ୍କ ସଂଖ୍ୟା ଜାତୀୟ ହାର ଠାରୁ ଅଧିକ ରହୁଥିବା ପ୍ରକାଶ ପାଇଛି । ଭୁବନେଶ୍ୱର ଠାରେ ଆୟୋଜିତ ଏ ସମ୍ପର୍କିତ ଏକ ଆଲୋଚନା ଚକ୍ରରେ ବିଶେଷଜ୍ଞ ଚିକିତ୍ସକମାନେ ପ୍ରକାଶ କରିଛନ୍ତି ଯେ ମସ୍ତିଷ୍କାଘାତର ସଂଖ୍ୟା ଜାତୀୟ ହାର ଠାରୁ ଓଡ଼ିଶାରେ ଅଧିକ । ଏଭଳି ହେବାର କାରଣ ସମ୍ପର୍କରେ ବର୍ତ୍ତମାନ ଅନୁସନ୍ଧାନ କରାଯାଉଛି । ପ୍ରତି ୭ ଜଣରେ ଜଣଙ୍କୁ ଷ୍ଟ୍ରୋକର ବିପଦ ରହିଛି । ଭୁବନେଶ୍ୱର ସ୍ଥିତ ଏମ୍ସର ସ୍ନାୟୁ ବିଭାଗକୁ ମାସକୁ ୫ ଶହରୁ ଅଧିକ ମସ୍ତିଷ୍କାଘାତ ରୋଗୀ ଆସୁଛନ୍ତି । ପରିବର୍ତ୍ତିତ ଜୀବନଶୈଳୀ, ଅନିୟମିତ ଖାଦ୍ୟପେୟର ଅଭ୍ୟାସ, ମାନସିକ ଚାପ ବୃଦ୍ଧି, ମଧୁମେହ, ମୁଖ୍ୟ ରକ୍ତଚାପ ଆଦି କାରଣରୁ ଏହି ରୋଗୀଙ୍କ ସଂଖ୍ୟା ବଢୁଥିବା ଜଣାପଡ଼ିଛି । ଜୀବନଶୈଳୀର ପରିବର୍ତ୍ତନ ଯୋଗୁଁ ବିଶେଷ ଭାବରେ ଏଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବାରୁ ଏ ଦିଗରେ ଲୋକେ ସଚେତନ ହେବା ଆବଶ୍ୟକ ।
ବର୍ତ୍ତମାନର ଜୀବନଶୈଳୀ ଭିତରେ ମୋବାଇଲ୍ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପଡ଼ିଛିା ମୋବାଇଲ୍ ବର୍ତ୍ତମାନ ଜୀବନର ଅନେକ କ୍ଷେତ୍ରକୁ ପ୍ରଭାବିତ କରୁଛି । ବିଚାରବ" ଭାବରେ ମୋବାଇଲ୍ର ବ୍ୟବହାର କରାଗଲେ ଅନେକ ପ୍ରକାର ସମସ୍ୟାର ସମାଧାନ ହେବା ସହିତ ସ୍ୱାସ୍ଥ୍ୟଗତ ସମସ୍ୟା ଗୁଡ଼ିକ ମଧ୍ୟ ସମାଧାନ ହୋଇପାରିବ । ବିଭିନ୍ନ ସାମାଜିକ ଗଣମାଧ୍ୟମ ଗୁଡ଼ିକରେ ପ୍ରସାରିତ ହେଉଥିବା ତଥ୍ୟ ଗୁଡ଼ିକ ଅନେକ ସମୟରେ ମାନସିକ ଉତ୍ତେଜନା ସୃଷ୍ଟି କରୁଛି ଏବଂ ସେସବୁର କୌଣସି ଆଧାର ନାହିଁ କିମ୍ବା କାରଣ ମଧ୍ୟ ନାହିଁ । ଏ ପ୍ରକାରର ତଥ୍ୟ ଗୁଡ଼ିକୁ ନେଇ ଲୋକମାନେ ବିଶେଷ ଭାବରେ ପ୍ରତିକ୍ରିୟାଶୀଳ ହୋଇ ପଡୁଛ"ି । ଏଭଳି ହେବା ଅବାଂଛିତ ଏବଂ ଏସବୁ ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଉଛି । ତେଣୁ ନିଜର ସ୍ୱାସ୍ଥ୍ୟକୁ ଜଗିବାକୁ ହେଲେ ଅଲକ୍ଷ୍ୟରେ ସାମାଜିକ ଗଣମାଧ୍ୟମର ତଥ୍ୟ ଗୁଡ଼ିକ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିବା ଏକ ବଡ଼ କାରଣ ହୋଇପଡୁଛିା ତେଣୁ ସାମାଜିକ ଗଣମାଧ୍ୟମ ଗୁଡ଼ିକରେ ଅଧିକ ସମୟ ବିନିଯୋଗ ନକରି ଏବଂ ସାମାଜିକ ଗଣମାଧ୍ୟମର ତଥ୍ୟ ଗୁଡ଼ିକୁ ନେଇ ହଠାତ୍ ପ୍ରତିକ୍ରିୟାଶୀଳ ନ ହେବା ଉଚିତ୍ । କିନ୍ତୁ ବର୍ତ୍ତମାନର ସାମାଜିକ ଦୃଶ୍ୟପଟ୍ଟରେ ଏ ପ୍ରକାରର ସଂଯମ ଆଚରଣ ପ୍ରାୟତଃ ଅସମ୍ଭବ ମନେ ହେଉଛି । ଅନେକ ହ୍ୱାଟ୍ସଆପ୍ ଗ୍ରୁପ୍ ଗୁଡ଼ିକରେ ଇଚ୍ଛାମୂଳକ ଭାବରେ ଉତ୍ତେଜନା ସୃଷ୍ଟିକାରୀ ତଥ୍ୟ ସବୁ ପ୍ରକାଶ କରାଯାଉଛି ।
ବର୍ତ୍ତମାନ ବ୍ୟକ୍ତି ଯଦି ନିଜ ପକ୍ଷରୁ ସତର୍କ ନ ରହିବେ, ଅଜ୍ଞାତ ବ୍ୟକ୍ତିମାନଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମକୁ ଦିଆଯାଉଥିବା ତଥ୍ୟ ମସ୍ତିଷ୍କାଘାତ କିମ୍ବା ହୃଦ୍ଘାତ ଭଳି ପରିଣତି ସୃଷ୍ଟି କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ଜୀବନଶୈଳୀ କ୍ଷେତ୍ରରେ ମଧ୍ୟ ଅତ୍ୟନ୍ତ ତେଲମସଲାଯୁକ୍ତ ହୋଟେଲ୍ ପ୍ରସ୍ତୁତ ଖାଦ୍ୟକୁ ଯଥାସମ୍ଭବ କମାଇବାକୁ ପଡ଼ିବ । ବର୍ତ୍ତମାନ ସମୟରେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟ" ସର୍ବାଧିକ ତେଲ ମସଲା ବ୍ୟବହାର କରାଯାଉଥିବା ବିରିୟାନୀ ଉପରେ ସହରୀ ଲୋକଙ୍କର ନଜର୍ ରହିଛି । ଭାରତୀୟ ରନ୍ଧନଶୈଳୀ ଏ ପ୍ରକାରର ଅତ୍ୟନ୍ତ ତେଲମସଲାଯୁକ୍ତ ଗରିଷ୍ଠ ଖାଦ୍ୟ ପ୍ରସ୍ତୁତକୁ ଗ୍ରହଣ କରିନଥାଏ । ହୋଟେଲ୍ ଶିଳ୍ପର ଅଗ୍ରଗତି ଫଳରେ ଏ ପ୍ରକାରର ରନ୍ଧନଶୈଳୀ ସାମାଜିକ ଗଣମାଧ୍ୟମକୁ ଆସୁଛି ଏବଂ ତାକୁ ଦେଖି ବର୍ତ୍ତମାନ ଭାରତୀୟମାନଙ୍କର ଖାଦ୍ୟ ତାଲିକାରେ ପାରମ୍ପରିକ ରୋଷେଇର ଖାଦ୍ୟ ଆଉ ସ୍ଥାନ ପାଉନାହିଁ । ତେଣୁ ଏସବୁ ମଧ୍ୟ ମସ୍କିଷ୍କାଘାତ, ବିଭିନ୍ନ ସ୍ନାୟୁରୋଗ ତଥା ହୃଦ୍ବକ୍ଷ ରୋଗର କାରଣ ପାଲଟୁଛି । ଜୀବନଶୈଳୀ ଏବଂ ଖାଦ୍ୟର ଶୈଳୀ ପ୍ରତି ସତର୍କ ରହି ଏ ପ୍ରକାରର ସମସ୍ୟାକୁ ଦୂରେଇ ହେବ ।