ମଦମୁକ୍ତ ଦାବିରେ ଗଣଧାରଣା
ଢେଙ୍କାନାଳ: ସାରା ଓଡ଼ିଶାରେ ମଦ ବନ୍ଦ ବିରୋଧରେ ସଂଗ୍ରାମ କରୁଥିବା ମିଳିତ ଓଡ଼ିଶା ନିଶାନିବାରଣ ଅଭିଯାନ ଓ ଜିଲ୍ଲା ସର୍ବୋଦୟ ମଣ୍ଡଳର ମିଳିତ ସହଯୋଗରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂପୂର୍ଣ ମଦମୁକ୍ତ ଦାବିରେ ଏକ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସର୍ବଦୟ ମଣ୍ଡଳର ସଭାପତି ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିଗଣ ଧାରଣାରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ବିଭିନ୍ନ ସଂଗଠନର ଶତାଧିକ ସଦସ୍ୟ ଯୋଗ ଦେଇଥିଲେ । ଉକ୍ତ ସଭାରେ ରାଜ୍ୟ ସରକାର ତୁରନ୍ତ ସମସ୍ତ ମଦ ଦୋକାନକୁ ବନ୍ଦ କରନ୍ତୁ ବୋଲି ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ ।
ପ୍ରକାଶ ଥାଉକି ବିଗତ ୧୦ ବର୍ଷ ଧରି ନିଶା ବିରୋଧରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଆନେ୍ଦାଳନ ଚଢାଇ ଆସିଛି । ଯେତେ ସବୁ ଚୋଗୀ, ଡକାୟତୀ, ରାହାଜାନୀ, ଦୁର୍ଘଟଣା, ହତ୍ୟା ହେଉଛି ତାହା ମୂଳରେ ନିଶା ଏକ ପ୍ରମୁଖ କାରଣ ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ବିଗତ ସରକାର ନିଶାକୁ ବଢାଇଥିବା ଯୋଗୁଁ ଜନସାଧାରଣ ତାଙ୍କ ବିରୋଧରେ ଗଲେ ଓ ଏବର ସରକାର ଆସୁ ଆସୁ ଦେଶୀ ଓ ବିଦେଶୀ ମଦ ଦୋକାନକୁ ପୁଣି ଥରେ ଖୋଲିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସରକାର ନିଦେ୍ର୍ଦଶ ଦେଇଥିଲେ ହେଁ ଲୋକଙ୍କ ତରଫରୁ ପ୍ରବଳ ବିରୋଧ ଯୋଗୁଁ ତାହା ଏକମାସ ପାଇଁ ଘୁଞ୍ଚାଇ ଦିଆଯାଇଥିବା ସେମାନେ କହିଛନ୍ତି । ରାଜ୍ୟରେ ଜନସାଧାରଣଙ୍କୁ ନିର୍ବାଚନ ପ୍ରତିଶ୍ରୁତିରେ ମଦ ବନ୍ଦ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ସରକାର ତୁରନ୍ତ ସମସ୍ତ ମଦଦୋକାନକୁ ବନ୍ଦ କରନ୍ତୁ ବୋଲି ଆଜିର ବକ୍ତବ୍ୟରେ ସର୍ବୋଦୟ କର୍ମୀ ବନୀତା ସାମଲ, ଜିଲ୍ଲା ସଂଯୋଜକ ସରୋଜ ଶତପଥୀ, ଉର୍ବଶୀ ନାୟକ, ଉକôଳ ସର୍ବୋଦୟ ମଣ୍ଡଳର ରାଜ୍ୟ ସଂପାଦକ ରମାକାନ୍ତ ମଣ୍ଡଳ, ସର୍ବୋଚୟ ପତ୍ରିକାର ପରିଚାଳକ ଇନ୍ଦୁମତୀ ସାହୁ, ସ୍ମିତା ରାଣୀ ସାମଲ, ରାଜ୍ୟ ସଦସ୍ୟ ମଳୟ ତ୍ରିପାଠୀ, ଖଗେଶ୍ୱର ବଳ, ଶନ୍ତିଲତା ବେହେରା, ବବିତା ବେହେର ପ୍ରମୁଖ ତାଙ୍କର ମତବ୍ୟକ୍ତ କରିଥିଲେ ।