ଭୁଲ ଇଞ୍ଜେକସନ ପାଇଁ ଶିଶୁମୃତ୍ୟୁ ଅଭିଯୋଗ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା 

ାା ପ୍ରଭାନୁ୍ୟଜ୍ ।ା ଢେଙ୍କାନାଳ : ଭୁଲ୍ ଇଜେଂକସନ୍ ପାଇଁ ଏକ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ଘଟିଛି । ସଦର ଥାନା କେଶେରିଆ ଅଂଚଳର ରବିନ୍ଦ୍ର କୁମାର ମିଶ୍ରଙ୍କ ୩ ବର୍ଷର ଶିଶୁକନ୍ୟାର ମୃତୁ୍ୟ ହୋଇଯାଇଛି । ଦାୟିତ୍ୱରେ ଥିବା ଡାକ୍ତରଙ୍କ ଖାମଖିଆଲି ମନୋଭାବ, ଦାୟୁତ୍ୱରେ ଥିବା ନର୍ସଂଙ୍କ ଅବହେଳା ଓ ତାଲିମ ନେଉଥିବା ନର୍ସିଂଛାତ୍ରୀଙ୍କ ମେଡିସନ ଓଭରଡୋଜ ଯୋଗୁଁ ଶିଶୁର ମୃତୁ୍ୟ ହୋଇଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଚିକିତ୍ସାଳୟ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ସେମାନଙ୍କୁ ବୁଝାସୁଝା କରିଥିଲେ । ବାରମ୍ବାର  ଚିକିତ୍ସାରେ ଅବହେଳାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା  ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଣ୍ଡରେ ଆଉ ଏକ ଅପବାଦର ପୃଷ୍ଟା ଯୋଡି ହୋଇଛି । ସୂଚନା ଅନୁସାରେ, ସଦର ଥାନା କେଶେରିଆ ଅଂଚଳର ରବିନ୍ଦ୍ର କୁମାର ମିଶ ନିଜ ୩ ବର୍ଷର ଝିଅ ଲକ୍ଷୀ୍ମଶ୍ରୀର ଜ୍ୱର ସହ ଝାଡା ଓ ବାନ୍ତି ହେଉଥିବାରୁ ତାକୁ  ଚିକିତ୍ସା ନିମନ୍ତେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ । ତେବେ ଚିକିତ୍ସିତ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଯାଇଛି । ତେବେ ଚିକିତ୍ସାରେ ଅବହେଲା ସହ ଡାକ୍ତରଙ୍କ ଖାମଖିଆଲି ମନୋଭାବ, ଦାୟୁତ୍ୱରେ ଥିବା ନର୍ସଂଙ୍କ ଅବହେଳା ଓ ତାଲିମ ନେଉଥିବା ନର୍ସିଂଛାତ୍ରୀଙ୍କ ମେଡିସନ ଓଭରଡୋଜ ଯୋଗୁଁ ଶିଶୁର ମୃତୁ୍ର ହୋଇଯାଇଥିବା ରବିନ୍ଦ୍ର ଅଭିଯୋଗ କରିଛନ୍ତି । ଏହାକୁ ନେଇ  ଚିକିତ୍ସାଳୟ ପରିସରରେ ଉତେଜନା ସୃଷ୍ଟି ହୋଇଥିଲା । ଖବର ପାଇ ଅତିରିକ୍ତ ମୁଖ୍ୟ ଚକିତ୍ସାଧିକାରୀ ଡ ରଞ୍ଜନ କୁମାର ସାମଲ ସେଠାରେ ପହଂଚି ଘଟଣାର ତଦନ୍ତ କରିଥିଲେ  । ଟାଉନ ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିଥିଲେ । ଘଟଣା ସଂପର୍କରେ ଶ୍ରୀ ମିଶ୍ର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ମୃତ ଶିଶୁର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଦସ୍ତାନ୍ତର କରାଯାଇଛି ।