୫ରେ ଯୋରନ୍ଦା ମହିମାଗାଦିରେ ନବାନ୍ନ ଉତ୍ସବ
ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ପ୍ରସିଦ୍ଧ ମହିମାଗାଦିରେ ଆସନ୍ତା ୫ତାରିଖରେ ନବାନ୍ନ ଉତ୍ସବ ପାଳିତ ହେବ । ଏଥିପାଇଁ ସତ୍ୟ ମହିମା ଧର୍ମ ଧାମ ପରିଚାଳନା ବୈଠକରେ ଲଗ୍ନ ସ୍ଥିର ହୋଇଛି । ମହିମାଗାଦି ଆଶ୍ରମ ମଣ୍ଡଳ ଠାରେ ନବାନ୍ନ ଉତ୍ସବ ପାଇଁ ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତି ସଭାପତି ସୁକଦେବ ବାବାଙ୍କ ପରାମର୍ଶକ୍ରମେ ସଂପାଦକ ବାବା ନିତ୍ୟାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପରିଚାଳନ କମିଟି ସଭ୍ୟ ପ୍ରଫୁଲ୍ଲ ବାବା, ସୁବ୍ରତ ବାବା, ଭୀମସେନ ବାବା, ମୋହନ ବାବା, ପ୍ରମୋଦ ବାବା, ବଡ଼ ଭୀମ ବାବା, ପବିତ୍ର ବାବା, ସୁଜନ ବାବା, ଅଚୁ୍ୟତାନନ୍ଦ ବାବା, ସ୍ୱାଧିନ ବାବା, ଚିତ୍ତରଞ୍ଜନ ବାବା, କେଶବାନନ୍ଦ ବାବା, ଧ୍ରୁବଚରଣ ବାବା, ବନମାଳୀ ବାବା, ବିକ୍ରମ ବାବା, ଶଙ୍କର ବାବା, ସୁରେଶ ବାବା, ସାଧୁ ଶ୍ରୀକାନ୍ତ ଦାସ, ବିଶ୍ୱାନନ୍ଦ ଦାସ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ ଗ୍ରହଣ କରିଥିଲେ । ଆସନ୍ତା ୫ତାରିଖ ପ୍ରାତଃ ବ୍ରାହ୍ମ ମୂହୁର୍ତ୍ତ ୪ ଘଣ୍ଟା ୩୦ ମିନିଟ୍ ସମୟରେ ପାରମ୍ପରିକ ଭାବେ ଅହ୍ମଣିଆ ମଣ୍ଡପ ଠାରେ ନୂତନ ଚୁଡ଼ା, ଗୁଡ଼, କଦଳୀ, ସେଓ, ନଡ଼ିଆ, ଅଙ୍ଗୁର ପ୍ରଭୁତି ସୁସ୍ୱାଦୁ ଫଳ, ଛେନା, ବୁନ୍ଦିଆ, ଗୁଜୁରାତି, ଅଳେଇଚ, ଅଦା, ଲବଙ୍ଗ ପ୍ରଭୁତି ମିଶାଯାଇ ସୁସ୍ୱାଦୁ ପ୍ରସାଦ ପ୍ରଭୁ ମହିମା ସ୍ୱାମୀଙ୍କୁ ଅର୍ପଣ କରାଯିବ । ୭ଜଣ ତ୍ୟାଗୀ ୭ଟି ମାଟି ହାଣ୍ଡିରେ ଏହି ସୁସ୍ୱାଦୁ ପ୍ରସାଦକୁ ପ୍ରଭୁଙ୍କୁ ଅର୍ପଣ କରିବେ । ଏହାପରେ ବାଳ ଭୋଗ ପରେ ପ୍ରାତଃ ୭ ଘଣ୍ଟା ସମୟରୁ ଭୀକ୍ଷା ମଣ୍ଡପ ଠାରେ ସର୍ବ ସାଧାରଣଙ୍କ ପାଇଁ ନବାନ୍ନ ଚୁଡ଼ା ପ୍ରସ୍ତୁତି କରାଯାଇ ବଣ୍ଟନ କରାଯିବ । ଦୀକ୍ଷା ମଣ୍ଡପ ଠାରେ ସମସ୍ତ ସାଧୁ ଭକ୍ତ ଏକତ୍ର ପ୍ରସାଦ ସେବନ କରିବେ । ଆଠଗଡ଼ ଅଞ୍ଚଳର ମଙ୍ଗଳୁ ଭୋଇ ପରିବାର ପ୍ରତିବର୍ଷ ନବାନ୍ନ ଚୁଡ଼ା ଯୋଗାଇ ଆସୁଛନ୍ତି । ଏହି ଉତ୍ସବରେ ଯୋଗ ଦେବା ପାଇଁ ଓଡ଼ିଶାର ପୁରପଲ୍ଲୀରୁ ସାଧୁ ଭକ୍ତମାନେ ଆସି ଯୋଗ ଦେବେ । ଦଶ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହେବାର ଥିବାରୁ ସାଧୁ ସମାଜ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଶ୍ରମ ଗୁଡ଼ିକ ସଫା ସୁତୁରା କରାଯାଉଛି । ଦୂରଦୁରାନ୍ତରୁ ସାଧୁ ଭକ୍ତମାନେ ଆସି ମହିମାଗାଦିରେ ପହଞ୍ଚôଲେଣି । ସେହିପରି କୌପୀନଧାରୀ ମହିମା ସମାଜ ଆଶ୍ରମ ମଣ୍ଡଳ ଠାରେ ଆଜି ସଭାପତି ରଘୁନାଥ ବାବାଙ୍କ ଅଧ୍ୟକ୍ଷତାରେ ନବାନ୍ନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୫ ତାରିଖ ଦିନ ପ୍ରାତଃ ବ୍ରାହ୍ମ ମୂହୁର୍ତ୍ତରୁ ଅଖଣ୍ଡ ଜ୍ୟୋତି ମନ୍ଦିର ଠାରେ ପ୍ରଭୁ ମହିମା ସ୍ୱାମୀଙ୍କୁ ନବାନ୍ନ ଅର୍ପଣ କରାଯିବ । ପ୍ରାତଃ ୮ ଘଣ୍ଟା ସମୟରେ ସାଧୁ, ଭକ୍ତ ଓ ସର୍ବସାଧାରଣଙ୍କୁ ନବାନ୍ନ ପ୍ରସାଦ ବଣ୍ଟନ କରାଯିବ ବୋଲି ସମ୍ପାଦକ ସୁଶାନ୍ତ ବାବା, କୋଷାଧ୍ୟକ୍ଷ ସଞ୍ଜୟ ବାବା ଜଣାଇଛନ୍ତି ।