ବେଗୁନିଆ ହାଲଚାଲ, ବିଜେଡି ଟିକେଟପାଇଁ ଘଡିକେ ଘୋଡା ଛୁଟୁଛି 

ବେଗୁନିଆ ହାଲଚାଲ, ବିଜେଡି ଟିକେଟପାଇଁ ଘଡିକେ ଘୋଡା ଛୁଟୁଛି 

ସାଧାରଣ ନିର୍ବାଚନପାଇଁ ବିଗୁଲ ବାଜି ସାରିଛିି । ମଇଦାନ ପ୍ରସ୍ତୁର ହୋଇରହିଛି । କିନ୍ତୁ ଅଦ୍ୟାବଧି ଖୋର୍ଦ୍ଧାଜିଲ୍ଲା ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀପାଇଁ ଅଦ୍ୟାବଧି କୌଣସି ରାଜନୈତିିକ ଦଳର ପ୍ରାର୍ଥୀ ବଛା ହୋଇନାହିଁ । ବିଶେଷକରି ବିଜେଡି ଦଳ ତାର ପ୍ରାର୍ଥୀ ଚୟନ ପାଇଁ ବହୁ କସରତ କରୁଥିବାରୁ କର୍ମୀମାନେ ଦୋଛକିରେ ରହିଛନ୍ତି । ଏପରିକି ଆଶାୟୀ ପ୍ରାର୍ଥୀମାନେ ଦଳୀୟ କର୍ମୀମାନଙ୍କୁ ଖୋର୍ଦ୍ଧା-ଭୁବନେଶ୍ୱର ଡକାଇ ପତିଆରା ପଦର୍ଶନ କରୁଛନ୍ତି, ଯାହାଫଳରେ ବିଜେଡି, ବିଜେପି, କଂଗ୍ରେସ ତିନି ଦଳର ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଘଡିକେ ଘୋଡା ଛୁଟୁଛି ।
ପୂର୍ବରୁ ବୋଲଗଡ-ବେଗୁନିଆ ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡଥିଲା । ପରବର୍ତ୍ତୀ କ୍ଷେତ୍ରରେ ୨୦୦୯ମସିହାରୁ ଧୀରେ ଧୀରେ କଂଗ୍ରେସର ଦୁର୍ଗ ଭୁଶୁୁଡିବାକୁ ଲାଗିଲା ଓ ବିଜୁ ଜନତା ଦଳ ତାର ସଙ୍ଗଠନ ମଜବୁତ୍ କଲା । ସେହିପରି ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ଏବଂ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିରହିଛି । ଯାହାଫଳରେ ସଙ୍ଗଠନ ଅପେକ୍ଷା ପରସ୍ପର ଭିତରେ କାଦୁଅ ଫିଙ୍ଗାଫିଙ୍ଗି ·ଲିଛି । ବିଜେପିରୁ ପ୍ରଶାନ୍ତ ଜଗଦେ୍ଦବ, ଯତୀନ ମହାନ୍ତି, ପ୍ରକାଶ ରଣବିଜୁଳି ପ୍ରମୁଖ ଟିକେଡପାଇଁ ଆଶାୟୀ ଅଛନ୍ତି । ସେହିପରି କଂଗ୍ରେସ ଦଳରୁ ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ପୁତ୍ର ପୃଥିବୀ ବଲ୍ଲବ ପଟ୍ଟନାୟକ, ପୂର୍ବତନ ବିଧାୟକ କୈଳାସ ମହାପାତ୍ରଙ୍କ ପୁଅ ସଦାଶିବ ମହାପାତ୍ର, ଯୁବନେତା ରାଜୀବ ପଟ୍ଟନାୟକ ଏବଂ କଂଗ୍ରେସ ନେତା ତାରା ପଟ୍ଟନାୟକଙ୍କ ସହଧର୍ମିଣୀ ଜୟଶ୍ରୀ ପଟ୍ଟନାୟକ ପ୍ରମୁଖ ଟିକେଟପାଇଁ ଦାବିଦାର ଅଛନ୍ତି । ବିଜେଡି ଦଳରେ ସାଧାରଣ ଜନତା ସ୍ଥାନୀୟ ନେତାଙ୍କୁ ଟିକେଟ ଦେବାପାଇଁ  ଆଶାବାନ୍ଧି ବସିଛନ୍ତି । ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କୁ ପୂର୍ବ ନିର୍ବାଚନ ଅପେକ୍ଷା ଏଥରକ ଟିକେଟ ନଦେବା ପାଇଁ ଗୋଟିଏ ବଡ ଗୋଷ୍ଠୀ ବିରୋଧ କରୁଛନ୍ତି । ଏଣୁ ତାଙ୍କ ପାଇଁ ଏଠାରେ ପ୍ରାର୍ଥୀ ହେଲେ ମହଙ୍ଗା ପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । 
ବିଶେଷକରି କଂଗ୍ରେସରୁ ଆମଦାନୀ ହୋଇଆସିଥିବା ଯୁବନେତା ପ୍ରଦୀପ କୁମାର ସାହୁ ସ୍ଥାନୀୟ ଅଞ୍ଚଳର ପୁଅ ହୋଇଥିବାରୁ ସେ ଗତ ୩ବର୍ଷ ଧରି ବିଜେଡିର ସଙ୍ଗଠନ ସହିତ ଜଡିତ ହୋଇଛନ୍ତି । କିନ୍ତୁ ତାଙ୍କ ନିଜ ସମର୍ଥକ ଥିବା କଂଗ୍ରେସ ଦଳର କିଛି କର୍ମୀଙ୍କୁ ଆପଣାଇଥିଲା ବେଳେ ବିଜେଡିର ତଳସ୍ତରର ପୁରୁଖାକର୍ମୀ ଓ ନେତାମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଥିବାରୁ ତାଙ୍କପାଇଁ ଟିକେଟ ମିଳିବା ଆଶା ଓ ଆଶଙ୍କାରେ ରହିଛି । ସେ ବାରମ୍ବାର ତାଙ୍କ ଅନୁଗତମାନଙ୍କୁ ଖୋର୍ଦ୍ଧା ବାସଭବନକୁ ଡକାଇ ସମୀକ୍ଷା ଚଳାଇଛନ୍ତି । ଅନୁରୂପ ଭାବେ ସ୍ଥାନୀୟ ବେଗୁନିଆ ଅଞ୍ଚଳର ପୁଅ ଯେକି, କମିଶନର ପୁଲିସରେ କନେଷ୍ଟବଳ ହାବିଲଦାର ସଂଘର ନେତା ସାଜିଥିବା ପ୍ରବୋଧ ଦାଶ ସେ ମଧ୍ୟ ବିଜେଡି ଟିକେଟପାଇଁ ପ୍ରମୁଖ ଦାବିଦାର ଅଛନ୍ତି । ପ୍ରବୋଧ ଦାଶ ୨୦୧୪ ମସିହା, ୨୦୧୯ମସିହାରେ ବିଜେଡି ଟିକେଟପାଇଁ ଲବି ଜୋରଦାର କରିଥିଲେ । ସେହିପରି  କୈଳାଶ ଚନ୍ଦ୍ର ପାତ୍ର ବିଜେଡ଼ି ଆଶାଇ ଭାବେ ସଂଘଠନ ଜାରି ରହିଛି । ସାଧାରଣ ଜନତା ବିଜେଡିରୁ ସ୍ଥାନୀୟ ନେତାଙ୍କୁ ଟିକେଟ ଦେବାପାଇଁ ଦାବି କରୁଥିବାରୁ ଏମାନଙ୍କ ମଧ୍ୟରୁ ଜଣକୁ ଟିକେଟ ଦିଆଗଲେ ଅଞ୍ଚଳର ଉନ୍ନତି ହେବା ସହିତ ଲୋକମାନଙ୍କର ଦୁଃଖ ସୁଖରେ ସାଥୀ ହୋଇପାରିବେ ବୋଲି ସବୁଆଡେ ଚର୍ଚ୍ଚା ହେଉଛି ।