ବିଜେପି: ବିଜେଡି ସରକାରରେ ବି ଆମ୍ବ ଟାକୁଆ ଖାଇ ମୃତ୍ୟୁ ହୋଇଥିଲା

ଭୁବନେଶ୍ବର: କନ୍ଧମାଳ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ମୃତାହତ ଘଟଣାରେ ଜାରି ରହିଛି ଜୋରଦାର ରାଜନୀତି । ଘଟଣା ଆରମ୍ଭରୁ ବିଜେପି ସରକାରକୁ ଘେରୁଛି ବିଜେଡି । ବିଜେଡିର ଅଭିଯୋଗକୁ ନେଇ ବିଜେଡି ପକ୍ଷରୁ କାଉଣ୍ଟର କରାଯାଇଛି ।  ବିଜେପି ଉପସଭାନେତ୍ରୀ ସୁକେସି ଓରାମ କହିଛନ୍ତି, ଆଦିବାସୀ ଅଞ୍ଚଳରେ ଦେଖିବାକୁ ମିଳେ ଯେ, ବିଭିନ୍ନ ଖାଦ୍ୟ ସେମାନେ ଗ୍ରହଣ କରନ୍ତି । ବିଗତ କିଛି ଦିନରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥଲା ୨ ଜଣ ଅସୁସ୍ଥ ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି ।  ସେଥିପାଇଁ ଆମ ସ୍ବାସ୍ଥ୍ୟ ମନ୍ତ୍ରୀ ସେମାନଙ୍କୁ ଭେଟିଥିଲେ ।କ୍ଷ ସରକାରୀ ଦଳ ଚାଉଳ ଯୋଗାଇ ଦେଉନାହିଁ ବିରୋଧୀଙ୍କ ଏ ଅଭିଯୋଗ ମିଥ୍ୟା । ନବରଙ୍ଗପୁରରେ ୨୦୧୮, ରାୟଗଡ଼ରେ ୨୦୧୬ରେ ବିଜୁ ଜନତା ଦଳ ସରକାର ସମୟରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ହୋଇଥିଲା । ସେତେବେଳ ତାଙ୍କ ମୁଖ୍ୟମନ୍ତ୍ରୀ, ଯୋଗଣ ମନ୍ତ୍ରୀ ଗିରଫ ହୋଇଥିଲେ କି ? ଇସ୍ତଫା ଦେଇଥିଲେ କି ? ଏଥିସହ ସେମାନେ ଉତ୍ତର ରଖିବା କଥା ଯେ, ସେମାନେ କିପରି ଜମି ଜମା ବିକ୍ରିବଟା କରି ଅଧିବାସୀ ମାନଙ୍କୁ ତଳିତଳାନ୍ତ କରିଥଲେ ତାହା ଭୁଲିଯାଉଛନ୍ତି । ଆମ ସରକାର ଆଦିବାସୀଙ୍କ ପାଇଁ ଯତ୍ନବାନ ଅଛି ।"