ବରମୁଣ୍ଡାକୁ ଛୁଇଁବ ମେଟ୍ରୋ

ଭୁବନେଶ୍ୱର : ବିଶ୍ୱସ୍ତରୀୟ ବାବାସାହେବ ଭୀମରାଓ ଆମ୍ବେଦକର ବସ ଟର୍ମିନାଲ ମେଟ୍ରୋ ସହ ସଂଯୁକ୍ତ ହେବ । ଯାହାଫଳରେ ବସ ଟର୍ମିନାଲ ବିମାନବନ୍ଦର, ରେଲୱେ ଷ୍ଟେସନ,ଇନଫୋସିଟି ଓ ତି୍ରଶୁଳିଆ ସହ ଯୋଡ଼ି ହୋଇପାରିବ । ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ମେଟ୍ରୋ ସହରରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖିଛନ୍ତି ବୋଲି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ କହିଛନ୍ତି ।
ନବନିର୍ମିତ ବାବାସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ ଏକ ବୃହତ ପରିବହନ ହବ ଭାବେ ଉଭା ହୋଇଛି । ଯେଉଁଠାରେ ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ସୁଖସ୍ୱାଚ୍ଛନ୍ଦ୍ୟର ଅନୁଭବ ହୋଇପାରୁଛି । ପ୍ରତିଦିନ ଏଠାକୁ ୨୦ ହଜାର ଯାତ୍ରୀ ଆସୁଥିବାବେଳେ ୧୫ ଶହ ବସ ଚଳାଚଳ କରୁଛି । ଏହାର ଅନ୍ୟତମ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଷ୍ଟେଟ ଅଫ ଦ ଆର୍ଟ ଆମେନେଟିଜ୍ ।
ପ୍ରବେଶ ପଥରେ ଥିବା ପାରମ୍ପରିକ କାରୁକାର୍ଯ୍ୟ ଯାତ୍ରୀମାନଙ୍କୁ ସ୍ୱାଗତ କରୁଥିବାବେଳେ ୧୫.୫ ଏକର ପରିମିତ