ସରକାରଙ୍କୁ ଘେରିଲେ ନବୀନ : ଏହା କହିଲେ
ଭୁବନେଶ୍ବର : ବିଧାନସଭାରେ ଶନିବାର ସ୍ଵରାଷ୍ଟ୍ର ବିଭାଗ ଖର୍ଚ୍ଚ ଦାବି ଆଲୋଚନା ସମୟରେ ନବୀନ ପଟ୍ଟନାୟକ ବର୍ତ୍ତମାନ ରାଜ୍ୟରେ ସାମାଜିକ ବିଶୃଙ୍ଖଳା ପ୍ରସଙ୍ଗ ଉତ୍ଥାପନ କରି ମୋହନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବର୍ତ୍ତମାନ ରାଜ୍ୟରେ ସାମାଜିକ ବିଶୃଙ୍ଖଳା ପ୍ରସଙ୍ଗ ଉତ୍ଥାପନ କରି କହିଥିଲେ ବାଲେଶ୍ବର ଓ ଜଟଣୀରେ ସାମ୍ପ୍ରଦାୟିକ ହିଂସା ହୋଇଛି। ଖୋର୍ଦ୍ଧାରେ ଏହି ସାମ୍ପ୍ରଦାୟିକ ହିଂସା ଯୋଗୁଁ ହତ୍ୟା ଵି ହେଲା। ଓଡ଼ିଶାକୁ ଶାନ୍ତି ପାଇଁ ଲୋକ ଜାଣନ୍ତି। ଏଣୁ ସରକାର ଏଥି ପ୍ରତି ଧ୍ୟାନ ଦିଅନ୍ତୁ। ଯେକୌଣସି ପରିସ୍ଥିତିରେ ଓଡ଼ିଶାରେ ଶାନ୍ତି ବଜାୟ ରହିବା ଦରକାର। ଚିକିଟି ମଦ ମୃତ୍ୟୁ ଘଟଣାକୁ ମଧ୍ୟ ସରାକରଙ୍କୁ କାଠ ଗଡ଼ାରେ ଛିଡା କରିଛନ୍ତି ନବୀନ।
ଏଥି ସହିତ ରଥଯାତ୍ରା ଭୁଲ ପରିଚାଳନା ନେଇ ମଧ୍ୟ ମୋହନ ସରାକର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରତଯାତ୍ରା ସମୟରେ ଭୁଲ ପରିଚାଳନା ପାଇଁ ବଡ଼ ଠାକୁର ବଳଭଦ୍ର ମୁହଁ ମାଡି ତଳେ ପଡିଗଲେ। ଯାହା ଓଡ଼ିଆଙ୍କ ସହ ଲକ୍ଷ ଲକ୍ଷ ଭକ୍ତଙ୍କୁ ଆଘାତ ଦେଇଥିଲା। ହେଲେ ଏଯାଏଁ ଏହି ଘଟଣାକୁ ନେଇ ତଦନ୍ତ ରିପୋର୍ଟ ନଆସିବା ବି ଦୁଃଖଦ ବିଷୟ।ସେହିପରି ବିଧାନସଭାରେ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ପ୍ରସଙ୍ଗ ଉଠାଇଥିଲେ। ନବୀନ କହିଥିଲେ ରାଜ୍ୟପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ଡ଼୍ୟୁଟି ସମୟରେ ମାଡ଼ ମାରିଲେ ଓ ଅପମାନିତ କଲେ। ଏନେଇ ଉକ୍ତ ଅଧିକାରୀ ଥାନାରେ ମାମଲା ମଧ୍ୟ କଲେ, ହେଲେ କିଛି କାର୍ୟ୍ୟାନୁଷ୍ଠାନ ହେଲାନି। ବଡ଼ ଅଧିକାରୀଙ୍କୁ ପୁଅ କଣ ଦଣ୍ଡ ପାଇବେନି? ସେ କଣ ଆଇନ ଉପରେ? ଯଦି ଏହା ସତ, ତାହାଲେ ଲୋକଙ୍କୁ ଜଣାନ୍ତୁ ଯେ ଏ ସରକାରରେ କିଛି ଲୋକ ଆଇନ ଉପରେ ଅଛନ୍ତି। ସେମାନେ ଅପରାଧ କଲେ ମଧ୍ୟ ଦଣ୍ଡିତ ହେବେ ନାହିଁ। ରାଜ୍ୟ ସରକାର ଏହାର ସ୍ପଷ୍ଟୀକରଣ ରଖିବା ଦରକାର ବୋଲି ମଧ୍ୟ ନବୀନ କହିଛନ୍ତି।ଅନ୍ୟପଟେ ନବୀନ ଆହୁରି ମଧ୍ୟ କହିଛନ୍ତି ଯେ ଗତ ସରକାର ସମୟରେ ଏପରି ହେଉ ନଥିଲା। ମୋ ସରକାରରେ କେହି ଆଇନ ଉପରେ ନଥିଲେ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି। ତାଙ୍କୁ ସବୁ ଜଣାଅଛି ବୋଲି ଆଶା କରୁଛି।