୮ ମୋବାଇଲ ଜବତ; ଜଣେ ଗିରଫ
ଭୁବନେଶ୍ୱର : ଗତକାଲି ସନ୍ଧ୍ୟାରେ ଖାରବେଳନଗର ଥାନା ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର ସ୍ପେଶାଲ ଟିମ ମାଷ୍ଟର କ୍ୟାଣ୍ଟିନ୍ ଅଞ୍ଚଳରେ ପାଟ୍ରୋଲିଂ ଚଳାଉଥିବା ବେଳେ, ଜଣେ ଲୁଟେରା କିଛି ଚୋରା ମୋବାଇଲକୁ କିଛି ଦୋକାନରେ ବିକ୍ରି କରୁଥିବା ଟିମ ଖବର ପାଇଥିଲା । ପରେ ସେଠାରେ ଚଢ଼ାଉ କରି ଲୁଟେରାକୁ ଗିରଫ କରିବା ସହ ତାଠାରୁ ୮ଟି ଚୋରା ମୋବାଇଲ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ୟୁନିଟ୍-୩ ସତ୍ୟନଗରର ଶିବ ପ୍ରସାଦ ସାହୁ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ସୋମବାର ସନ୍ଧ୍ୟା ସମୟରେ ଖାରବେଳନଗର ଥାନା ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳ ଓ ମାଷ୍ଟର କ୍ୟାଣ୍ଟିନ୍ରେ ପାଟ୍ରୋଲିଂ ଚଳାଇଥିଲେ । ଏହି ସମୟରେ ଜଣେ ଲୁଟେରା ମାଷ୍ଟର କ୍ୟାଣ୍ଟିନ୍ ନିକଟ ଏକ ପାନ ଦୋକାନରେ ଛିଡାହୋଇ କିଛି ଲୋକଙ୍କୁ ଚୋରା ମୋବାଇଲ ବିକ୍ରି କରୁଥିବା ଖବର ଥାନା ଅଧିକାରୀ ଜାଣିବା ପରେ ଟିମକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ଟିମ ଚଢ଼ାଉ କରି ଲୁଟେରାକୁ କାବୁ କରିଥିଲେ । ତାଠାରୁ ତଲାସି ବେଳେ ଲୁଟେରା ଠାରୁ ୮ଟି ଚୋରା ମୋବାଇଲ ଜବତ କରାଯାଇଥିଲା । ଲୁଟେରା ଜଣକ ଷ୍ଟେସନରୁ ଯାତ୍ରୀଙ୍କ ମୋବାଇଲ ଲୁଟ୍ କରି ବାହାରେ କିଛି ନିରିହ ଲୋକଙ୍କୁ ସସ୍ତାରେ ମୋବାଇଲ ବିକ୍ରି କରୁଥିବା ପୁଲିସ ଆଗରେ ମାନିଛି ଲୁଟେରା ।