ରସୁଲଗଡ ପଳାଶୁଣି ଛକରେ ସିରିଜ୍ ଦୁର୍ଘଟଣା ; ୪ଟି କାରକୁ ପିଟିଲା ହାଇୱା

ରସୁଲଗଡ ପଳାଶୁଣି ଛକରେ ସିରିଜ୍ ଦୁର୍ଘଟଣା ; ୪ଟି କାରକୁ ପିଟିଲା ହାଇୱା


 ଭୁବନେଶ୍ୱର, ୧୩ା୬ : ଆଜି ଅପରାହ୍ନରେ ରସୁଲଗଡ଼ ପଳାଶୁଣି ଛକରେ ଘଟିଛି ସିରିଜ୍ ଦୁର୍ଘଟଣା । ଏକ ହାଇୱା ଟ୍ରକ୍ ଦ୍ରୁତଗତିରେ ଆସି ଗୋଟିଏ ପରେ ଗୋଟିଏ କାର୍ ଓ ବାଇକ୍କୁ ଧକ୍କା ଦେଇଥିଲା । ଫଳରେ ଟ୍ରକ୍ ଧକ୍କାରେ ୨ଟି କାର ଓ ୩ଟି ବାଇକ ଚୁରମାର । ସେତିକି ବେଳେ କାର ଭତିରେ ଲୋକମାନେ ଫସି ରହିଥିବା ବେଳେ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୁଲିସ । ସେତିକି ବେଳେ ଦେଖାଯାଇଥିଲା ଲୋକଙ୍କ ଭିତରେ ଉତ୍ତେଜନା । ୩ ଘଣ୍ଟା କାଳ ରାସ୍ତାରୋକ ବେଳେ ଯାତାୟତ ଠପ ହୋଇଯାଇଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରେ ଯାନବାହାନ ଯାତାୟତ ସୋଭାବିକ୍ ହୋଇଥିଲା ।
ସୂଚନାଯୋଗ୍ୟଯେ, ଗୁରୁବାର ଅପରାହ୍ନରେ ଗୋଟିଏ ହାଇୱା ଟ୍ରକ୍ ଦ୍ରୁତ ଗତିରେ ଯାଇ ପଳାଶୁଣି ଛକରେ ଗୋଟିଏ ପରେ ଗୋଟିଏ କାର୍ ଓ ବାଇକକୁ ଧକ୍କା ଦେଇଥିଲା । ଟ୍ରକ୍ ଧକ୍କାରେ କାର୍ ଓ ୩ଟି ବାଇକ ଚୁରମାର ହୋଇଯାଇଛି । ଫଳରେ କାର୍ ଭତିରେ ଲୋକମାନେ ଫସି ଯାଇଥିଲେ । ସ୍ଥାନୀୟ ଲୋକ ଓ କମିଶନରେଟ୍ ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାର ଭିତରୁ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଛି । ଏହି ସରିଜ୍ ଦୁର୍ଘଟଣାକୁ ନେଇ ପଳାଶୁଣି ଛକରେ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ  ଯଥା ଶିଘ୍ର ଫୁଟ୍ ଓଭର ବ୍ରିଜ୍ ଦାବିରେ ସ୍ଥାନୀୟ ଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ । ଯାହାଫଳରେ ଗାଡ଼ି ଚଳାଚଳ ୩ ଘଣ୍ଟା ପର୍ଯ୍ୟନ୍ତ ଠପ୍ ହୋଇଯାଇଥିଲା । କମିଶନରେଟ୍ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ରାସ୍ତାରୁ ହଟାଇଥିଲା । ଏଥିସହ ପ୍ରତିବାଦ କରୁଥିବା ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ଉତ୍ତେଜନାକୁ ସାନ୍ତ କରାଯାଇଥିଲା ।