ଶ୍ରବଣବାଧିତ ଛାତ୍ରଛାତ୍ରୀଙ୍କୁ ଦିଆଯିବ ସାଙ୍କେତିକ ଭାଷା ତାଲିମ୍
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର,: ଓଡିଶାରେ ସାଙ୍କେତିକ ଭାଷାର ପ୍ରସାରକୁ ଗୁରୁତ୍ୱ ଦେବା ପାଇଁ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (ଏସଏସଇପିଡି), ଅଲି ଜବର୍ଜଙ୍ଗ୍ ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ ଅଫ୍ ସ୍ପିଚ୍ ଆଣ୍ଡ ହିୟରିଂ ଡିସାଏବିଲିଟିଜ୍ ସହ ଏକ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷର କରିଛି । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତରେ ଏହି ରାଜିନାମା ସ୍ୱାକ୍ଷର କରାଯାଇଛି । ଏହି ରାଜିନାମା ଅନ୍ତର୍ଗତ ପ୍ରାୟ ୧୦୦ ଜଣ ଦକ୍ଷ ସାଙ୍କେତିକ ଭାଷା ଅନୁବାଦକଙ୍କୁ ନେଇ ଏକ କ୍ୟାଡର୍ ସୃଷ୍ଟି କରାଯିବା ସହ ରାଜ୍ୟର ୫୫ ଟି ଶ୍ରବଣବାଧିତ ସ୍ୱତନ୍ତ୍ର ବିଦ୍ୟାଳୟରେ ୪୦୦୦ ଛାତ୍ରଛାତ୍ରୀ, ୮୦୦ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରାଯିବ । ଏ ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ରାଜ୍ୟରେ ସାଙ୍କ?ତିକ ଭାଷା ଅନୁବାଦକଙ୍କ ଆବଶ୍ୟକତା ରହିଛି । ଏହା ଦ୍ୱାରା ଶ୍ରବଣବାଧିତ ଛାତ୍ରଛାତ୍ରୀମାନେ ଅତ୍ୟାବଶ୍ୟକ ସେବା, ଶିକ୍ଷାଗତ ସୁବିଧା ପାଇପାରୁ ନାହାଁନ୍ତି । ଏହି ବ୍ୟବଧାନକୁ ଦୂର କରିବା ପାଇଁ ଏହି ରାଜିନାମା ସ୍ୱାକ୍ଷର କରାଯାଇଛି । ଏହା ଦ୍ୱାରା ସମାଜରେ ସେମାନଙ୍କ ଅଂଶୀଦାରୀ ବଞ୍ଚିବା ସହ ସାମଗ୍ରିକ ବିକାଶରେ ସହାୟତା ହେବ ।