ଟିପିସିଓଡିଏଲ୍କୁ ଇନୋଭେସନ୍ ୱିଥ୍ ଇମ୍ପାକ୍ଟ ଆୱାର୍ଡ 


ଭୁବନେଶ୍ୱର : ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ ଆୟୋଜିତ ସମ୍ମାନଜନକ ଇନୋଭେସନ୍ ୱିଥ୍ ଇମ୍ପାକ୍ଟ ଆୱାର୍ଡସ ୨୦୨୪ରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପ୍ରଦର୍ଶନରେ ଉନ୍ନତି ପାଇଁ ପ୍ରଥମ ସ୍ଥାନ ହାସଲ କରିଛି । ଟିପିସିଓଡିଏଲ୍ ମଧ୍ୟ ଆହ୍ୱାନପୂର୍ଣ୍ଣ ରାଜ୍ୟ ବର୍ଗରେ ସାମଗ୍ରିକ ଭାବେ ଦ୍ୱିତୀୟ ସ୍ଥାନ ହାସଲ କରିଛି  । ଯାହା ବିଦ୍ୟୁତ ବିତରଣରେ ଉକôର୍ଷତା ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ଦର୍ଶାଉଛି ।
ପୂର୍ବତନ ଶକ୍ତି ସଚିବ ତଥା ସମ୍ମିଳନୀ ଓ ବିଚାରକ ମଣ୍ଡଳୀର ଅଧ୍ୟକ୍ଷ ଅନୀଲ ରାଜଦାନ ଓ ଦିଲ୍ଲୀ ବିଦ୍ୟୁତ ନିୟାମକ ଆୟୋଗର ପୂର୍ବତନ ସଦସ୍ୟ ତଥା ବିଚାରକ ମଣ୍ଡଳୀର ଅନ୍ୟତମ ସଦସ୍ୟ ବିପି ସିଂହଙ୍କଠାରୁ ଟିପିସିଓଡିଏଲ୍ ତରଫରୁ କମ୍ପାନିର ବିଜନେସ୍ ଏକ୍ସଲେନ୍ସ ମୁଖ୍ୟ ନିରଞ୍ଜନ ରାଉତ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
‘ଇନୋଭେସନ୍ ୱିଥ୍ ଇମ୍ପାକ୍ଟ ଆୱାର୍ଡସ ଫର୍ ଡିସକମ ୨୦୨୪' ରେ ଭାରତର ବିଦ୍ୟୁତ ବିତରଣ କଂପାନିଗୁଡ଼ିକର ଅଭିନବ ଅଭ୍ୟାସକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ୨୦୨୪ ଅକ୍ଟୋବର ୨୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ପୁରସ୍କାର ସମାରୋହରେ ଟିପିସିଓଡିଏଲ୍, ଟାଟା ପାୱାର ମୁମ୍ବାଇ ଏବଂ ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡିଡିଏଲ୍) ଏକାଧିକ ବର୍ଗରେ ଭଲ ପ୍ରଦର୍ଶନ କରିଛନ୍ତି ।
ଏହି ପୁରସ୍କାର ସମ୍ପର୍କରେ ଟିପିସିଓଡିଏଲ୍ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କହିଥିଲେ ଯେ, ଏହି ପୁରସ୍କାର ଆମର ପରିଚାଳନାଗତ ଉକôର୍ଷତା ଏବଂ ଗ୍ରାହକ ସନ୍ତୋଷ ପାଇଁ ନିରନ୍ତର ପ୍ରୟାସର ପ୍ରମାଣ । ଏହା ସମଗ୍ର କେନ୍ଦ୍ରୀୟ ଓଡ଼ିଶାରେ ବିଦ୍ୟୁତ ବିତରଣର ଗୁଣବତ୍ତା ଏବଂ ବିଶ୍ୱସନୀୟତା ବୃଦ୍ଧି ପାଇଁ ଅଭିନବ ସମାଧାନ ପ୍ରୟୋଗ କରିବାକୁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏଭଳି ସମ୍ମାନଜନକ ସ୍ୱୀକୃତି ପାଇ ଆମେ ଗର୍ବ ଅନୁଭବ କରୁଛୁ  । ଆମେ ସେବା ଯୋଗାଉଥିବା ଅଞ୍ଚଳରେ ଅଧିକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା ଜାରି ରଖିବୁ । ଓଡ଼ିଶାର ଶକ୍ତି ବଂଟନ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଦକ୍ଷତା, ସ୍ଥାୟିତ୍ୱ ଓ ସେବା ଉନ୍ନତି ଦିଗରେ ଟିପିସିଓଡିଏଲ୍ର ସମର୍ପଣକୁ ଏହି ସମ୍ମାନ ଦୋହରାଇଛି ବୋଲି ପ୍ରକାଶ କରିଥିଲେ ।