ଅଙ୍ଗନୱାଡି କେନ୍ଦ୍ରରେ ନାହିଁ ବିଦୁ୍ୟତ ସଂଯୋଗ 

ଚମ୍ପୁଆ: ସମନ୍ନିତ ଶିଶୁ ବିକାଶ ଯୋଜନା ଚମ୍ପୁଆ ଅଧିନରେ ୨୦୯ ଗୋଟି ଅଙ୍ଗନ ୱାଡି କେନ୍ଦ୍ର ରହିଥିବା ବେଳେ ଅଧାରୁ ଅଧିକ କେନ୍ଦ୍ରରେ ବିଦୁ୍ୟତ ସଂଯୋଗ ହୋଇନଥିବା ସିଡିପିଓ ଲକ୍ଷ୍ମୀକାନ୍ତି ମାରାଣ୍ଡି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ କମୋଳମତି ଶିଶୁ ମାନଙ୍କୁ ପ୍ରାକ ଶିକ୍ଷା ପ୍ରଦାନରେ ଅଙ୍ଗନ ୱାଡି କେନ୍ଦ୍ରର ଭୂମିକା ଗୁରୁତ୍ୱ ପୂର୍ଣ୍ଣ  । ଏହି କେନ୍ଦ୍ରରେ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ସାଙ୍ଗକୁ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରାଯାଉଛି । ମାତ୍ର ପରିତାପର ବିଷୟ ବର୍ତ୍ତମାନ ସୁଧା ଅନେକ କେନ୍ଦ୍ରକୁ ବିଦୁ୍ୟତ ସଂଯୋଗ କରାଯାଇପାରି ନାହିଁ । ୭ ଗୋଟି ସେକ୍ଟର ଯଥା ଭଣ୍ଡା, ଚମ୍ପୁଆ, ଜାମୁଦଲକ, କରଂଜିଆ, ରିମୁଳି, ସିଲିପୁଜିଂ ଓ ସଡଙ୍ଗି ଅଧିନରେ ଏହି ୨୦୯ ଗୋଟି କେନ୍ଦ୍ର ପରିଚାଳିତ ହେଉଛି । ଏପରିକି ୧୩ ଗୋଟି ଅଙ୍ଗନ ୱାଡିର ନିଜସ୍ୱ କେନ୍ଦ୍ର ନଥିବା ବେଳେ ୧୨ ଗୋଟି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡି ରହିଛି । ଅସୁରକ୍ଷିତ ଭାବେ ୧୦ରୁ ଉଦ୍ଧ୍ୱର୍ କେନ୍ଦ୍ର ରହିଥିବା ବେଳେ ଏହା କେଉଁଠି ସ୍କୁଲରେ ଓ କମୁ୍ୟନିଟି ହଲ ଗୁଡିକରେ ପରିଚାଳିତ ହେଉଛି । ଉକ୍ତ କେନ୍ଦ୍ର ମଧ୍ୟରେ କଙ୍କଡାପାଟ, କୁଦାପି ଓ ନୟାକୃଷ୍ଣପୁର ଆଦି ଉପାନ୍ତ ଅଂଚଳରେ ସୋଲାର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି । ଏ ନେଇ ବିଭାଗ ପକ୍ଷରୁ ୫୨ ଗୋଟି କେନ୍ଦ୍ରରେ ବିଦୁ୍ୟତ ସଂଯୋଗ ପାଇଁ ଅର୍ଥ ପୈଠ କରାଯାଇଛି । ତୁରନ୍ତ ଏଥିପ୍ରତି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀମତୀ ମାରାଣ୍ଡି ସୂଚନା ଦେଇଛନ୍ତି ।