ମିଳିବନି ସୁଭଦ୍ରା ଏଟିଏମ୍‌

SUBHADRA JOJANA

ମିଳିବନି ସୁଭଦ୍ରା ଏଟିଏମ୍‌

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ୫ ବର୍ଷ ପାଇଁ ୫୫୮୨୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି  । ଏଯାଏଁ ୧ କୋଟିରୁ ଉଦ୍ଧ୍ୱର୍ ଆବେଦନ ପଞ୍ଜୀକରଣ ହୋଇଥିବାବେଳେ ୬୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ‘ସୁଭଦ୍ରା’ କିସ୍ତି ମିଳିସାରିଛି  । ଆବେଦନକାରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୮ରୁ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ସୁଭଦ୍ରା ପୋର୍ଟାଲକୁ ଆଧାର ଇ-କେୱାଇସି ମଡ୍ୟୁଲରୁ ବିଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା  । ଏନଏଫଏସଏ ଓ ପିଏମ କିଷାନ ଭଳି ଅନ୍ୟ ଡାଟାବେସ୍‌ ଜରିଆରେ ଇ-କେୱାଇସି ଯାଞ୍ଚ କରାଯାଇଥିଲା  । ଡେବିଟ କାଡର଼୍ର କମ୍‌ ବ୍ୟବହାର ହେଉଥିବାରୁ ସୁଭଦ୍ରା ଯୋଜନାରେ ଡେବିଟ୍‌ କାଡର଼୍ ଜାରି ନକରିବାକୁ ନିଷ୍ପତ୍ତି ନିଆଯାଇଛି  । 

ସୁଭଦ୍ରା ଯୋଜନାରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ବିଏଲଏସସି ଏବଂ ୟୁଏଲଏସସିରେ ଦୁଇ ଜଣ ସିଭିଲ ସୋସାଇଟ ପ୍ରତିନିଧିଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି  । ଯେଉଁମାନେ ବ୍ଳକ ଓ ପୌରସଂସ୍ଥାସ୍ତରୀୟ ଯାଞ୍ଚ କମିଟିର ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ହେବେ  । ଏହାକୁ ଆଖିଆଗରେ ରଖି ସୁଭଦ୍ରା ନିର୍ଦ୍ଦେଶାବଳୀର ପାରା ୯.୧ (ଙ) ଓ (ଛ)ରେ ସଂଶୋଧନ କରିବାର ଆବଶ୍ୟକତା ରହିଛି  । କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଓକାକ ଦ୍ୱାରା ଦାଖଲ କରାଯାଇଥିବା ଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ଦୃଷ୍ଟିରେ ରଖି ଏନଏଫଏସଏ/ଏସଏଫଏଏସ ଡାଟାବେସରେ ଉପସ୍ଥିତ ଆବେଦନକାରୀଙ୍କ ସମ୍ବନ୍ଧରେ ଯୋଜନା ନିର୍ଦ୍ଦେଶାବଳୀରେ ତାଲିକାଭୁକ୍ତ ହୋଇଥିବା ବହିଷ୍କାର ମାନଦଣ୍ଡରୁ ବିଚ୍ୟୁତି କରାଯାଇଛି  । ସୁଭଦ୍ରା ଅଧିନରେ ଆର୍ଥିକ ସହାୟତା ପ୍ରଦାନ କରିବାର ଏକ ମାଧ୍ୟମ ଭାବେ ସିବିଡିସିକୁ ଅନ୍ତର୍ଭୁକ୍ତ କରାଯାଇଛି  । ସୁଭଦ୍ର ପାଇଁ ଏଟିଏମ-ଡେବିଟ କାଡର଼୍ ପ୍ରଦାନ ନକରିବା, ଏନଏଫଏସଏ ଏବଂ ପିଏମ କିସାନ ପରି ଡାଟାବେସ୍‌ ମାଧ୍ୟମରେ ଇ-କେୱାଇସି ଯାଞ୍ଚ ଓ ବିଏଲଏସସି ଓ ୟୁଏଲଏସସିରେ ବ୍ଳକ/ୟୁଏଲବିସ୍ତରୀୟ ଯାଞ୍ଚ କମିଟିର ପ୍ରତିନିଧିଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶାବଳୀରେ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି  ।