ଫାଙ୍କା ଗୁଳି ଚାଳନା କରି ଲୁଟ୍

 ବାଣପୁର: ଜାତୀୟ ରାଜ ପଥରେ କ୍ରମଶଃ ବଢି ଚାଲିଛି ଲୁଟେରାଙ୍କ ଦୌରାତ୍ମ । ୧୬ନମ୍ବର ରାଜ ପଥରେ ଗୋଟିଏ ରାଇସ ମିଲର କର୍ମଚାରୀଙ୍କ ଠାରୁ ୮ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ମାସକ ମଧ୍ୟରେ ଏହାକୁ ମିଶାଇ ଏଭଳି ବନ୍ଧୁକ ଦେଖାଇ ବାରମ୍ବାର ଲୁଟ କରି ପୋଲିସକୁ ଚକ୍ମା ଦେଇ ଲୁଟ୍ କଲେଣି । ଟାଙ୍ଗୀ ଥାନା ଚଣ୍ଡେଶ୍ୱର  ଅଞ୍ଚଳର ଏକ ରାଇସମିଲର ୩ କର୍ମଚାରୀ ଏକ କାରରେ ବାଲୁଗାଁ ଅଂଚଳର ବ୍ୟବସାୟୀଙ୍କ ଠାରୁ ୮ଲକ୍ଷ ୩ ହଜାର ଟଙ୍କା ନେଇ ଫେରୁଥିଲେ । ସେମାନେ ଜାତୀୟ ରାଜପଥର ବାଣପୁର ଓଭରବ୍ରିଜ ପାର ହେଉଥିବା ବେଳେ ୩ଜଣ ମୁଖା ପିନ୍ଧା ଯୁବକ ଏକ ବାଇକରେ ଆସି କାରକୁ ଅଟକାଇ କର୍ମଚାରୀଙ୍କୁ ଭୟ ଦେଖାଇ କରାଇ ଟଙ୍କା ଛଡାଇ ନେବାକୁ ଚେଷ୍ଟା କରିଥିଲେ । ମାତ୍ର ସେଥିରେ ସେମାନେ ସଫଳ ନ ହେବାରୁ ଦୁର୍ବୃତ୍ତମାନେ ୩ ରାଉଣ୍ଡ ଗୁଳି ଚାଳନା କରି ଟଙ୍କା ବ୍ୟାଗ୍ ସହ ଦୁଇଟି ମୋବାଇଲ ଝାମ୍ପି ନେଇ ପଳାଇଥିଲେ । ଖବର ପାଇ ବାଣପୁର ଥାନା ଅଧିକାରୀ ରମେଶ ଦେବତା ବାଲୁଗାଁ ଉପଖଣ୍ଡ ଅଧିକାରୀ ତଦନ୍ତ କରି ଦୁର୍ବୃତ୍ତମାନେ ଫିଙ୍ଗି ଦେଇଥିବା ଏକ ମୋବାଇଲ ଲାଠିପଡା ଜଙ୍ଗଲରୁ ଜବତ କରିଛି । ଏହାକୁ ନେଇ ପୋଲିସ ତଦନ୍ତ ଜାରୀ ରଖିଛି ।