ରାଜନୀତିକ ସମୀକ୍ଷକଙ୍କୁ କଟାକ୍ଷ କଲେ ମୋଦି
narendra modi
।। ପ୍ରଭାନ୍ୟୁଜ୍ ।। ଭୁବନେଶ୍ୱର : ରାଜନୀତିକ ସମୀକ୍ଷକମାନଙ୍କୁ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତିଯେ, ଓଡ଼ିଶାରେ ବିଜେପି ବଡ଼ ଶକ୍ତି ହୋଇପାରିବନି ବୋଲି ଅନେକ ରାଜନୀତିକ ପଣ୍ଡିତ ଆକଳନ କରୁଥିଲେ । ସେମାନେ ନିଜକୁ ତିସ ମାର ଖାନ୍ ଭାବୁଥିଲେ । କିନ୍ତୁ ନିର୍ବାଚନ ପରିଣାମ କ’ଣ ହେଲା ସମସ୍ତେ ଜାଣନ୍ତି ବୋଲି ମୋଦି କହିଛନ୍ତି ।
ବିମାନବନ୍ଦରରେ କର୍ମୀମାନଙ୍କୁ ଅଭିଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି । ସେକହିଛନ୍ତିଯେ, ପୂର୍ବରୁ ଆମ ଯୋଜନାର ନାଁ ବଦଳାଇ ଦେଉଥିଲେ । କିନ୍ତୁ ଏବେ ଆମେ ନୂଆ ନୂଆ ଯୋଜନା କରୁଛୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆରେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ଜୟ ଜଗନ୍ନାଥ କହିବା ସହ ଓଡ଼ିଶାବାସୀଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ । ମୋଦି କହିଥିଲେଯେ, ଦେଶରେ ବିଜେପି ପ୍ରତି ବିଶ୍ୱାସ ସୃଷ୍ଟିହୋଇଛି । ଓଡ଼ିଶାରେ ଆପଣ ଯାହା ଶୁଭାରମ୍ଭ କରିଥିଲେ ତାହା ହରିୟାଣା ଓ ମହାରାଷ୍ଟ୍ରରେ ପ୍ରତିଫଳିତ ହୋଇଛି । ବିରୋଧୀ ସକାଳୁ ସଂଜ ଯାଏଁ ଅପପ୍ରଚାର କରୁଥିଲେ । ରାଜନୀତିକ ସମୀକ୍ଷକ କହୁଥିଲେ ଓଡ଼ିଶାରେ ବିଜେପି ବଡ଼ ଶକ୍ତି ହୋଇପାରିବନି । କିନ୍ତୁ ପରିଣାମ ଆସିବା ପରେ, ଯେଉଁମାନେ ନିଜକୁ ତିସ ମାର୍ ଖାନ୍ ଭାବୁଥିଲେ ସେମାନଙ୍କୁ ଝଟକା ଲାଗିଥିଲା ।