ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଶିିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ, ଅର୍ଥନୈତିକ ଅଭିବୃଦ୍ଧି ପାଇଁ ୨୮୭୧ କୋଟିର ପ୍ରକଳ୍ପ
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଓଡ଼ିଶା ପାଇଁ ୨୮୭୧ କୋଟି ମୂଲ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ତାହାକୁ ଦେଶପାଇଁ ଉସôର୍ଗୀକୃତ କରିଥିଲେ । ରେଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ସଂଯୋଗକୁ ଦୃଢ଼ୀଭୁତ କରାଇବା ସହିତ ବ୍ୟସ୍ତବହୁଳ ରେଳ ମାର୍ଗରେ ଯାତାୟାତକୁ ସହଜ କରିବା ଓ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛି । ଶିଳ୍ପ, ସମ୍ବଳ ସମୃଦ୍ଧ ଓ ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ରେଳ ନେଟୱର୍କକୁ ମଜବୁତ କରିବା ଉପରେ ଦୃଢତାର ସହିତ ଧ୍ୟାନ ଦେଇ ଏହି ପ୍ରକଳ୍ପଗୁଡିକି ଅଞ୍ଚଳର ଅଭିବୃଦ୍ଧି ତଥା ଜାତୀୟ ଅର୍ଥନୀତିରେ ଏକୀକରଣ ପାଇଁ ପ୍ରସ୍ତୁତ ହୋଇଛି ।
ରେଳ ନେଟୱାର୍କକୁ ଆହୁରି ବୃଦ୍ଧି କରାଇବା ପାଇଁ ଚାଲୁରହିଥିବା ରେଳ ପ୍ରକଳ୍ପଗୁଡିକ ମଧ୍ୟରୁ ପ୍ରଧାନମନ୍ତ୍ରୀ ଚାରିଟି ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନକୁ ଉସôର୍ଗୀକୃତ କରିଥିଲେ । ବିଜୟନଗରାମ-ଟିଟିଲାଗଡ ତୃତୀୟ ଲାଇନ ପ୍ରକଳ୍ପର ଲାଞ୍ଜିଗଡ଼ ରୋଡ୍-ଆମ୍ବାଦୋଳା-ଦୋଇକାଲୁ ରେଳ ସେକ୍ସନ ଉସôର୍ଗ କରିି ଯାହାର ଆନୁମାନିକ ମୂଲ୍ୟ ୪୩୨ କୋଟି ରହିଛି । ଏହି ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନ ବ୍ୟସ୍ତବହୁଳ ବିଜୟନଗରମ-ଟିଟିଲାଗଡ ମାର୍ଗରେ କ୍ଷମତା ବୃଦ୍ଧି କରିବା ସହିତ ପଶ୍ଚିମ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବ । ଏହି ପ୍ରକଳ୍ପ ଉଭୟ ଯାତ୍ରୀ ଓ ପଣ୍ୟ ପରିବହନ ପାଇଁ ଉପକୃତ ହେବ ଏବଂ ଯାତ୍ରୀ ଓ ପଣ୍ୟ ପରିବହନ ସୁଗମ କରିବ । ସେହିପରି କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର ଲକ୍ଷ୍ମୀପୁର ରୋଡ୍-ସିଙ୍ଗରମ-ଟିକିରି ରେଳ ସେକ୍ସନକୁ ୨୬୦ କୋଟିରେ ନିର୍ମିତ କରାଯାଇଛି । ଯାହା ଦକ୍ଷିଣ ଓଡ଼ିଶାରେ ଟ୍ରେନ୍ ଚଳାଚଳ କ୍ଷମତା ବୃଦ୍ଧି କରିବ ।
ବୁଢାପଙ୍କ-ଶାଳଗାଁ ତୃତୀୟ ଓ ଚତୁର୍ଥ ଲାଇନ ପ୍ରକଳ୍ପର ୪୦.୬୨ କିମି ଦୈର୍ଘ୍ୟ ଢେଙ୍କାନାଳ-ସଦାଶିବପୁର-ହିନେ୍ଦାଳ ରୋଡ଼ ରେଳ ସେକ୍ସନକୁ ପ୍ରାୟ ୫୪୦ କୋଟି ବିନିମୟରେ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପ ଜଟିଳ ଶିଳ୍ପ ମାର୍ଗରେ କ୍ଷମତାକୁ ଆହୁରି ବୃଦ୍ଧି କରିବା ସହିତ ପଣ୍ୟ ପରିବାହାନକୁ ସୁଗମ ଓ ଶୀଘ୍ର ପରିବହନକୁ ସୁନିଶ୍ଚିତ କରିଦକ୍ଷତା ବୃଦ୍ଧି କରିବ । ବଣ୍ଡାମୁଣ୍ଡା-ରାଞ୍ଚି ଦୋହରୀକରଣ ପ୍ରକଳ୍ପର ୧୨.୫ କିମି ଦୈର୍ଘ୍ୟ ବାଙ୍ଗୁରେକେଲା-ନୋଗାଓଁ ରେଳ ସେକ୍ସନକୁ ପ୍ରାୟ ୨୩୯ କୋଟି ବିନିମୟରେ ନିର୍ମାଣ କରାଯାଇଛି । ଏହି ଲାଇନର ଦୋହରୀକରଣ ହେବା ଦ୍ୱାରା ଯାତାୟାତ ଯଥେଷ୍ଟ ବୃଦ୍ଧି ପାଇବ ଏବଂ ଓଡିଶା ଓ ଝାଡଖଣ୍ଡ ମଧ୍ୟରେ ସଂଯୋଗ ବୃଦ୍ଧି ହେବ । ଏହି ଉସôର୍ଗ ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ଚାରିଟି ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର କରିଥିଲେ । ଯାହା ଓଡିଶାର ରେଳ ଭିତ୍ତିଭୂମି ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ସେହିପରି ଭୂପୃଷ୍ଠ କ୍ରସିଂକୁ ଦୂର କରିବା ପାଇଁ ସିଜୁ-ପାରାଦୀପ ଫ୍ଲାଏଓଭରକୁ ୨୦୦ କୋଟି ମୂଲ୍ୟରେ ନିର୍ମାଣ କରାଯିବ ଯାହା ଭାରତର ପ୍ରମୁଖ ବାଣିଜ୍ୟ ହବ ମଧ୍ୟରୁ ପାରାଦୀପ ବନ୍ଦରରେ ସୁଗମ ତଥା ନିରବିଚ୍ଛିନ୍ନ ଟ୍ରେନ ଚଳାଚଳକୁ ସୁନିଶ୍ଚିତ କରିବ । ସୂଚନା ଯେ, ୧୮.୫୧ କିମି ଦୈର୍ଘ୍ୟ ପାରାଦୀପ-ବଡ଼ବନ୍ଧ ତୃତୀୟ ଓ ଚତୁର୍ଥ ଲାଇନ ଯାହାକୁ ପ୍ରାୟ ୩୦୦ କୋଟି ଟଙ୍କାରେ ନିର୍ମାଣ କରାଯିବ । ଏହା ଉଭୟ ମାଲ ପରିବହନ ଓ ଯାତ୍ରୀ ଯାତାୟାତ ପାଇଁ କ୍ଷମତା ବୃଦ୍ଧି କରିବା ସହିତ ପାରାଦୀପ ବନ୍ଦର ସହିତ ସଂଯୋଗ ବୃଦ୍ଧି କରିବ । ୧୦.୯୩ କିମି ଦୈର୍ଘ୍ୟ ଗଉଜଖ ଆଭ୍ୟନ୍ତରୀଣ କରିଡର ଫେଜ-୧ର ଦୋହରୀକରଣକୁ ପ୍ରାୟ ୧୫୨ କୋଟି ମୂଲ୍ୟରେ ନିର୍ମାଣ କରାଯିବ ଯାହାଦ୍ୱାରା ଅଧିକ କୋଇଲା ଲୋଡିଂ ପାଇଁ ସୁବିଧା ପ୍ରଦାନ କରିବା ସହିତ ଏହି ଅଞ୍ଚଳରେ ଶିଳ୍ପ ଅଭିବୃଦ୍ଧିକୁ ଅଧିକ ସମର୍ଥନ କରିବ । ବହୁ ପ୍ରତୀକ୍ଷିତ ୪୧.୯ କିମି ଦୈର୍ଘ୍ୟ ଜୟପୁର-ନବରଙ୍ଗପୁର ନୂତନ ରେଳ ଲାଇନକୁ ପ୍ରାୟ ୭୪୮ କୋଟି ମୂଲ୍ୟରେ ନିର୍ମାଣ କରାଯିବ ଯାହା ଜୟପୁର ଓ ନବରଙ୍ଗପୁରର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳକୁ ସଂଯୋଗ କରିବ । ପ୍ରକଳ୍ପଗୁଡ଼ିକ ଓଡିଶାର ରେଳ ନେଟୱର୍କକୁ ମଜବୁତ କରିବା ସହିତ ଯାତାୟାତ ସୁବିଧା, ଶିଳ୍ପ ହବ ସହ ସଂଯୋଗକୁ ସୁଦୃଢ଼ କରିବ । ବାଣିଜ୍ୟ, ଶିଳ୍ପ ଏବଂ ପର୍ଯ୍ୟଟନକୁ ପ୍ରୋସôାହିତ କରିବାରେ ଓଡ଼ିଶା ଦେଶର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିରେ ଭାରତୀୟ ରେଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ଲାଗିଛି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଆଲ ଓରାମଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।