ନଦୀବାଲି ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି 

ଆସିକା: ଆସିକା ତହସିଲ ଅଧୀନରେ ଥିବା ଦକ୍ଷିଣରେ ଋଷିକୂଲ୍ୟା ଉତ୍ତରରେ ବଡ଼ନଦୀର ଲଘୁ ଖଣିଜାତ ଦ୍ରବ୍ୟ ଉପରେ ବାଲି ମାଫିଆଙ୍କ ନଜର ରହିଛି । ଗଞ୍ଜାମ ଜିଲ୍ଲାର ବାଲି ମାଫିଆମାନେ ରାତାରାତି ବେଆଇନ ଭାବେ ଶହ ଶହ ଗାଡ଼ିରେ ଦୁଇ ନଦୀରୁ ବାଲି ଚାଲାଣ କରୁଛନ୍ତି । ଆସିକା ତହସିଲ ପକ୍ଷରୁ ବାଙ୍ଗରଡ଼ା, ଗହଂଗୁ, ଧନିଜା, ଜଗଦଳପୁର, ମଙ୍ଗଳପୁର, ନରସିଂହପଲ୍ଲୀ ଅଞ୍ଚଳରେ ସରକାରୀ ଭାବେ ସୈରତ ଅନୁସାରେ ବାଲି ଚାଲାଣକୁ ରାଜସ୍ୱ ବିଭାଗ ଅନୁମତି ପ୍ରଦାନ କରିଥିଲେ । ରାଜସ୍ୱ, ଖଣି ବିଭାଗର ସମନ୍ୱୟ ଅଭାବରୁ ବାଲି ବେପାରୀମାନେ ରତାରାତି ମାଲାମାଲ ହେବା ପାଇଁ ସୈରତ ନଥିବା ଅଂଚଳରୁ ରାତି ଅଧିଆ ବାଲି ଚାଲାଣ କରୁଥିବା ଅଭିଯୋଗ ହେଉଛି । ବେଆଇନ  ଘାଟରୁ ବାଲି ଚାଲାଣ ଚଳାଉଥିବା ଖବର ପାଇଁ ଗାଡିକୁ ତହସିଲଦାର ଅଟକାଇ ୪ ଗାଡିର କାଗଜ ପତ୍ର ତନଖି କରି ଖଣି ବିଭାଗର ଅଧିକାରୀଙ୍କୁ ହସ୍ତାନ୍ତର କରିଥିବା ତହସିଲ ପକ୍ଷରୁ ଜଣାପଡିଛି । ଏଥି ସହିତ ଦୁଇଟି ଘାଟ ତଥା ସୁନାମ୍ବ ମସାଣି ରାସ୍ତା ଓ ପଢାଳ ନଦୀ ରାସ୍ତାରେ ବାଲି ନେବା ଉପରେ ୧୪୪ ଲାଗୁ କରାଯାଇଛି । ଆସିକା ସହର ମଧ୍ୟ ଦେଇ ଦିନକୁ ଶହ ଶହ ଟ୍ରକ, ଟ୍ରାକ୍ଟର ହାଇୱାରେ ବାଲି ଚାଲାଣ ହେଉଥିବା ବେଳେ ଏଭଳିମାତ୍ର ଅଳ୍ପ ସଂଖ୍ୟକ ଗାଡି ଧରପଗଡ଼ ନାମକୁ ମାତ୍ର ବୋଲି ସହରରେ ଆଲୋଚନା ହେଉଛି । ଚୋରା ବାଲିଚାଳନ ଗାଡିକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ଏଡିଏମ ସୁଧାଂଶୁ କୁମାର ଭୋଇ ପ୍ରକାଶ କରିଛନ୍ତି । ଗତକାଲି ରାତିରେ ତାଳୁକା ଓ ପାକଲାପଲ୍ଲୀ ରାସ୍ତାରୁ ଦୁଇଟି ହାଇବା ସହ ସକାଳୁ କେନ୍ଦୁପଦର ନିକଟ ନଦୀ ମଧ୍ୟରୁ ବେଆଇନ ସ୍ଥାନରୁ ୨ଟି ଗାଡି ବାଲି ଉତ୍ତୋଳନ ପାଇଁ ରହିଥିବା ବେଳେ ତହସିଲଦାର ସଂଗୀତା ସୋରେନ ଓ ତାଙ୍କ ଟିମ ସହ କୋଟିନଡ଼ା ପୁଲିସ ଚଢ଼ାଉରେ ସାମିଲ ଥିଲେ ।