ଧର୍ମେନ୍ଦ୍ରଙ୍କୁ ଗାଳି କଲେ ମୋଦି, ଜାଣନ୍ତୁ କାହିଁକି ?
Dharmendra Pradhan
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଦି ଗାଳି କରିଛନ୍ତି । ତାହାର କାରଣ ଜାଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ । ଆଜି ବିମାନବନ୍ଦର ଠାରେ ଆୟୋଜିତ ସଭାରେ ମୋଦି ଏହା କହିଛନ୍ତି । ସେ କହିଲେଯେ, ମୁଁ ନିକଟରେ ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ଯୋଗଦେଇଥିଲି । ବଢ଼ିଆ କାର୍ୟ୍ୟକ୍ରମ ଥିଲା । ବଢ଼ିଆ ମସଲା ଚା’ ମଧ୍ୟ ପିଇଲି । ମୁଁ ଧର୍ମେନ୍ଦ୍ରଙ୍କୁ ଟିକେ ଗାଳି କଲି, ଆରେ ଏତେ ସୁନ୍ଦର କାର୍ୟ୍ୟକ୍ରମ ଆୟୋଜନ କରିଛ, ମୋ ପାଖରେ ଅଧିକ ସମୟ ଥିଲେ ମୁଁ ଆଉ ଟିକେ ବୁଲିପାରିଥା’ନ୍ତି ।
ମୋଦି ଏହା କହୁଥିବାବେଳେ ଧର୍ମେନ୍ଦ୍ର ମୁରୁକି ହସା ମାରିଥିଲେ । ଧର୍ମେନ୍ଦ୍ରଙ୍କ ତାଳି ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବି ତାଳି ମାରି ହସୁଥିବା ଦେଖିବାକୁ ମିଳିଥିଲା ।