୪୨ ଡିଗ୍ରୀ ଛୁଇଁଲା ପାରଦ , ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୪୨ ଡିଗ୍ରୀ ଛୁଇଁଲା ପାରଦ , ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


 ଦିନକୁ ଦିନ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରି । ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡିଶା । ଏପ୍ରିଲ ପହିଲାରୁ ଏଭଳି ପ୍ରଚଣ୍ଡ ଖରାରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଜି ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ମାଲକାନଗିରି ଓ ବୌଦ୍ଧରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି । ଏହି ଦୁଇ ସ୍ଥାନକୁ ମିଶାଇ ରାଜ୍ୟର ମୋଟ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା' ଉପରେ ରେକର୍ଡ କରାଯାଇଛି । 
ଅନୁଗୁଳରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୭ ଡିଗ୍ରୀ,  ଝାରସୁଗୁଡ଼ାରେ ୪୧.୬, ସୁନ୍ଦରଗଡ଼ରେ ୪୦.୧, ତାଳଚେରରେ ୪୦, ଭବାନୀପାଟଣାରେ ୪୧, ବଲାଙ୍ଗୀରରେ ୪୧.୭, ଟିଟିଲାଗଡ଼ରେ ୪୧, ନୂଆପଡ଼ାରେ ୪୦.୪ ଓ ରାଉରକେଲାରେ ୪୦.୨ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି ।