ମାଟି ତଳେ ପାଣି ପାଇପ; ଅଧାରୁ କାମ ବନ୍ଦ

ମାଟି ତଳେ ପାଣି ପାଇପ; ଅଧାରୁ କାମ ବନ୍ଦ

 ପାଣିକୋଇଲି,: ସରକାରଙ୍କ ତରଫରୁ ଲୋକ ମାନଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା ଥିବାବେଳେ ତାହା ଲୋକମାନଙ୍କ ପାଖରେ ପହଁଚିବା କଷ୍ଟସାଧ୍ୟ ହୋଇପଡୁଛି । ଯେଭଳି ସରକାରଙ୍କ ପାଣି ଯୋଜନା ଘରେ ଘରେ ପାଣି ପହଁଚିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ତାହା ଆଜି ପର୍ଯ୍ୟନ୍ତ ଅଧାରୁ ପଡ଼ିରହିଛି ଗ୍ରାମ ମାନଙ୍କରେ ପାଇପ ପଡ଼ିରହିଛି ତ ଆଉ କେଉଁଠି ଅଧା ମାଟିଭିତରେ ପୋତିହୋଇ ରହିଛି । ଠିକାଦାର ମଝିରେ ମଝିରେ କିଛି କାମ କରିଦେଇ ପୁଣି ନୀରବ ଦ୍ରଷ୍ଟା ପାଲଟି ଯାଉଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ପାଣିର ଘୋର ଅଭାବ ଦେଖାଦେଇଥିବା ବେଳେ ଠିକାଦାର ମନମୁଖୀ କାମ କରୁଛନ୍ତି । ସରକାରଙ୍କ ଶ୍ଲୋଗାନ ଥିଲା ଘରେ ଘରେ ପାଣି । କିନ୍ତୁ ଯୋଜନା ବର୍ଷ ପରେ ବର୍ଷ ଗଡି ଚାଲିଥିଲେ ମଧ୍ୟ ତାହା କିଛି ସୁଫଳ ମିଳୁନାହିଁ । ଗାଁ ମାନଙ୍କରେ ରାସ୍ତା କଡ ତାଢି ପାଇପ ଖଣ୍ଡେ ଖଣ୍ଡେ ପକାଇ ଛୁ । ଜନସାଧାରଣ ଅନାଇ ବସିଛନ୍ତି କେବେ ଘରେ ଘରେ ପାଣି ମିଳିବ ଓ ପାଣିର ସମସ୍ୟା ଦୁରହେବ । ଦେଖାଯାଉ ବିଭାଗର ନିଦ କେବେ ଭାଙ୍ଗୁଛି ।