ମାନସିକ ଅସୁସ୍ଥ ବ୍ୟକ୍ତି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଯାଜପୁର: ଯାଜପୁର ଜିଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଯାଜପୁର ଉପକାରଗାର ପରିସରରେ ମାନସିକ ଅସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ସୁସ୍ଥତା କିପରି ବଜାୟ ରହିବ ସେଥି ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ପ୍ରାଧିକରଣ ସଚିବ ଜ୍ୟୋତିର୍ମୟୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଆଲୋଚକ ଭାବେ ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଓ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ଶେଖର ବଳ, ଡେପୁଟି କଲେକ୍ଟର ସୋନମ୍ ଦାସ, ପ୍ରାକ୍ତନ ଆଇନ ସେବା ପ୍ରାଧିକରଣର ସଦସ୍ୟ ଡ଼ ରୁଦ୍ରନାରାୟଣ ପୃଷ୍ଟି ଓ କ୍ଲିନିକାଲ୍ ସାଇକୋଲୋଜିଷ୍ଟି ସନ୍ତୋଷ କୁମାର ପାଠକ ପ୍ରମୁଖ ଯୋଗ ଦେଇ ମାନସିକ ଅସୁସ୍ଥତାର କାରଣ,ନିରାକରଣ ସହିତ ଜେଲ ଅନ୍ତେବାସୀ କିପରି ଏପରି ଅସୁସ୍ଥତାରେ ନପଡିବେ ସେନେଇ ଆଲୋଚନା କରିବା ସହ ସରକାରୀ ସୁବିଧା ସୁଯୋଗ ଏବଂ ପ୍ରାଧିକରଣର ଭୂମିକା ବିଷୟରେ ଅବଗତ କରାଯାଇଥିଲା । ଉପକାରାଗାର ରକ୍ଷକ ସୁନିଲ କୁମାର ପାତ୍ର ସ୍ୱାଗତ ବକ୍ତବ୍ୟ ସହ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଇନ ସେବା ପ୍ରାଧିକରଣ ଓ ଉପକାରାଗାରର କର୍ମଚାରୀ ସହଯୋଗ କରିଥିଲେ ।