ବାତ୍ୟା "ଦାନା’ ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି , ସ୍ଥାନାନ୍ତରିତ ହେବେ ୬୦ହଜାର; ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜିଲାପାଳ
ାା ପ୍ରଭାନୁ୍ୟଜ ।ା ଯାଜପୁର : ବାତ୍ୟା ‘ଦାନା’ ମୁକାବିଲା ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଯାଜପୁର ଜିଲାରେ ୨୪ ଓ ୨୫ ତାରିଖ ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୧୦ରୁ ୧୨୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ବିଭିନ୍ନ ବ୍ଲକରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥାନାନ୍ତରିତ ହେବାକୁ ଥିବା ଲୋକଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଯଥା ପାନୀୟ ଜଳ, ଶୌଚାଳୟ, କଟର, ଆସ୍କା ଲାଇଟ, ଜେନେରେଟର ସେଟ୍, ଶୁଖିଲା ଖାଦ୍ୟ, ଚୁଡ଼ା, ଗୁଡ଼, ବିସ୍କୁଟ, ଶିଶୁ ଖାଦ୍ୟ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ସନ୍ଧ୍ୟା ସୁଦ୍ଧା ବିଞ୍ଝାରପୁର, ଦଶରଥପୁର, ବରୀ, ବଡ଼ଚଣାର ଲୋକ ମାନଙ୍କୁ ସ୍ଥାନାନ୍ତରିତ କରି ଆଶ୍ରୟସ୍ଥଳୀକୁ ଆଣିବା ପାଇଁ ଜିଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ବାକି ବ୍ଲକରେ ଆସନ୍ତା କାଲି ସକାଳ ସୁଦ୍ଧା ସ୍ଥାନାନ୍ତରଣ କରାଯିବ । କଚା ଘର, ଟିଣ ଘର, ଆଜ୍ବେଷ୍ଟସଘର ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯିବ । ସେହିପରି ନିରାଶ୍ରୟ, ବାସଶୂନ୍ୟ, ରୋଗିଣା,ବୃଦ୍ଧ ବୃଦ୍ଧା ମାନଙ୍କୁ ଅଣାଯିବା ସହ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଚୁଡ଼ା, ଗୁଡ଼, ବିସ୍କୁଟ, ଶିଶୁଖାଦ୍ୟ ଯୋଗାଇଦେବା ସହ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ଜିଲାପାଳ ନିଦେ୍ର୍ଦଶ ଦେଇଥିଲେ । ଜିଲାରେ ୬୦ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ପ୍ରତ୍ୟେକ ଆଶ୍ରୟସ୍ଥଳରେ ୱାଟର ଟ୍ୟାଙ୍କ ମାଧ୍ୟମରେ ଜଳ ଯୋଗାଇ ଦିଆଯିବ । ପାଇପ ଓ ୱାଟର ସପ୍ଲାଏ ଓଭର୍ ହେଡ ଟାଙ୍କି ଜଳ ଭର୍ତି ହେବା ସହିତ ଆଶ୍ରୟ ସ୍ଥଳୀରେ ପୁରୁଷ ଓ ମହିଳା ମାନଙ୍କ ପାଇଁ ପୃଥକ ପୃଥକ୍ ରୁମ୍ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା, ରନ୍ଧା ଖାଦ୍ୟ ନିମନ୍ତେ ରାସନ୍ ସାମଗ୍ରୀ, ଗୋରୁ ଗାଈଙ୍କ ପାଇଁ ପଶୁ ଖାଦ୍ୟ, ଜରୁରୀ ମେଡିକାଲ କିଟ, ଓଆରଏସ, ବ୍ଲିଚିଂ ପାଉଡର, ଫିନାଇଲ, ମହମବତୀ ଓ ଦିଆସିଲ ମହଜୁଦ ରଖିବା ସହିତ ହାଜିରା ଖାତାରେ ଉପସ୍ଥାନ ରଖାଯିବ । ବାତ୍ୟା ପରେ ରାସ୍ତା ସଫା କରିବା ପାଇଁ ଟ୍ରାକ୍ଟର, ଜେସିବି ବ୍ୟବସ୍ଥା କରାଯିବ । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ପୁଲିସ ପାଟ୍ରୋଲିଂ ଜାରି ରହିବ ବୋଲି ଜିଲାପାଳ ନିଦେ୍ର୍ଦଶ ଦେଇଥିଲେ । ଜିଲା ପ୍ରଶାସନ ପକ୍ଷରୁ ବରିଷ୍ଠ ଅଧିକାରୀ ମାନଙ୍କୁ ବାତ୍ୟା ପୂର୍ବ ପ୍ରସ୍ତୁତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିବା ପାଇଁ ବିଭିନ୍ନ ବ୍ଲକ ପାଇଁ ନିୟୋଜିତ କରାଯାଇଛି । ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆଙ୍କୁ ଧର୍ମଶାଳା, ରସୁଲପୁର ଏବଂ ବରୀ ବ୍ଲକ୍, ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା, ବିଞ୍ଝାରପୁର ଓ ବଡ଼ଚଣା ବ୍ଲକ୍, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦଙ୍କୁ ସୁକିନ୍ଦା, ଦାନଗଦୀ ଓ କୋରେଇ ବ୍ଲକ୍ ଏବଂ ଉପ ଜିଲାପାଳ ଅଂଶୁମାନ ଶତପଥୀଙ୍କୁ ଯାଜପୁର ଓ ଦଶରଥପୁର ବ୍ଲକ ଦାୟିତ୍ୱ ପ୍ରଦାନ କରାଯାଇଛି । ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ଅପରାହ୍ନରେ ଓସ୍ୱାନ ଭିସି କକ୍ଷରେ ବାତ୍ୟାକୁ ନେଇ ଆଭାସିରେ ସମୀକ୍ଷା କରିଥିଲେ । ବୈଠକରେ ଅତିରିକ୍ତ ଜିଲାପାଳ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା, ଜÿିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ, ଉପଜିଲାପାଳ ଅଂଶୁମାନ ଶତପଥି, ବିଡିଓ, ତହସିଲଦାର, ଜିଲା ସ୍ଥରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଗତକାଲି ୩ଟି ଟିମ୍ ୩୫ଜଣ ଏନ୍ଡି. ଆଏଫ୍ ଓ ୩ଟି ଟିମ୍ ୩୪ଜଣ ଓଡ୍ରାଫଟିମ୍ ଜିଲା ହେଡକ୍ୱାର୍ଟରରେ ଆସି ପହଁଛନ୍ତି । ୩ଟି ଓଡ୍ରାଫ୍ ଟିମକୁ ବିଞ୍ଝାରପୁର, ଦଶରଥପୁର ଓ ବରୀ ବ୍ଲକ୍କୁ ପଠାଯାଇଛି । ଜିଲାରେ ୨୬ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ୩ଟି ନୂଆ ବାତ୍ୟା ଆଶ୍ରୟସ୍ଥଳରେ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଏତଦ୍ବ୍ୟତୀତ ଜିଲାରେ ୩୪୬ଟି ବିଦ୍ୟାଳୟ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ଚିହ୍ନଟ କରାଯାଇଛି । ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ନୋଡାଲ ଅଧିକାରୀ ନିଯୁକ୍ତି ହୋଇଛନ୍ତି । ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ସିଡିପିଓ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ମାନଙ୍କ ଦ୍ୱାରା ନିରାପଦ ଭାବେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତରିତ କରାଯିବ । ସମସ୍ତ ଜିଲାବାସୀଙ୍କୁ ଭୟଭୀତ ନହୋଇ, ଗୁଜବର ଶିକାର ନହୋଇ ସତ୍ୟା ସତ୍ୟ ଅନୁସନ୍ଧାନ ସହ ପ୍ରଶାସନକୁ ସହଯୋଗ କରିବା ପାଇଁ ଜିଲାପାଳ ସୂଚନା ଦେଇଛନ୍ତି ।