ସରପଞ୍ଚଙ୍କ ଅଭିଯୋଗ ଉପରେ ବିଡ଼ିଓଙ୍କୁ ତଦନ୍ତ ନିଦେ୍ର୍ଦଶ ଦେଲେ ଉପଜିଲାପାଳ
ଆନନ୍ଦପୁର: ଘସିପୁରା ବ୍ଲକ ଅନ୍ତର୍ଗତ ଖଲିଆମେଣ୍ଟା ପଞ୍ଚାୟତକୁ ଦୀର୍ଘ ଦିନ ଧରି ପ୍ରଶାସନର ଅବହେଳା ଯୋଗୁଁ ଏହି ପଞ୍ଚାୟତଟି ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛି । ଯାହାକୁ କି ନେଇ ପଞ୍ଚାୟତର ସରପଞ୍ଚ ବୃନ୍ଦାବନ ଯେନା ଗତ ୪ତାରିଖ ଦିନ ଉପଜିଲାପାଳ, ଜିଲାପାଳ, ଉପଖଣ୍ଡ ଆରକ୍ଷୀ ଅଧିକାରୀ, ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଲଖିତ ଭାବେ ଅବଗତ କରାଇଥିଲେ । ୧୫ ଦିନ ଭିତରେ ଯଦି ପ୍ରଶାସନ କିଛି ସମସ୍ୟାର ସମାଧାନ ନକରେ ତେବେ ସେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଦେବାକୁ ନିଷ୍ପତି ନେଇଥିବା ଉଲ୍ଲେଖ କରିଥିଲେ । ତେବେ ଇତି ମଧ୍ୟରେ ୧୩ଦିନ ଅତିକ୍ରାନ୍ତ ହୋଇଥିବା ବେଳେ ୧୪ଦିନ ସରପଞ୍ଚ ଏବଂ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ଉପଜିଲାପାଳ ଫାଲ୍ଗୁନୀ ମାଝୀଙ୍କୁ ସାକ୍ଷାତ କରିଥିଲେ ।
ସରପଞ୍ଚ ଶ୍ରୀ ଯେନା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ସେ ବିରୋଧୀ ଦଳର ହୋଇଥିବା ଯୋଗୁଁ ସରକାର ଏବଂ ପ୍ରଶାସନ ପକ୍ଷରୁ ତାଙ୍କ ପଞ୍ଚାୟତକୁ ଅବହେଳା କରାଯାଉଥିବା ବେଳେ ପିଡ଼ିଏସ ସାମଗ୍ରୀ, ପୋଖରୀ, ହାଟ ସବୁକିଛି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ନିର୍ବାହ କରୁଥିବା ବେଳେ ଏନେଇ ତାଙ୍କୁ ପଚରା ଯାଉନଥିବା ଅଭିଯୋଗ କରିଛନ୍ତି । ସେହିପରି ଦୁଇ ବର୍ଷ ଆଠ ମାସ ହେଲା ସେ ସରପଞ୍ଚ ହୋଇ ଥିଲେ ମଧ୍ୟ ସେ ପଞ୍ଚାୟତର ଯଦି ଉନ୍ନତି କରି ନପାରିବେ ତେବେ ଆତ୍ମହୁତି ଦେବାକୁ ନିଷ୍ପତ୍ତି ନେଇଥିବା କାହିବା ସହିତ ଏଥିପାଇଁ ଉପଜିଲାପାଳ ଏବଂ ବିଡ଼ିଓ ଦାୟୀ ରହିବେ ବୋଲି ପ୍ରତିକ୍ରିୟାରେ କହିଥିଲେ । ଏନେଇ ଉପଜିଲ୍ଲାପାଳ ଶ୍ରୀ ମାଝୀଙ୍କୁ ପଚାରିବାରୁ ଏମିତି କାହିଁକି ହୋଇଛି ସେନେଇ ଘସିପୁରା ବିଡ଼ିଓ ବିନୀତା ବିଜୟିନୀଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତି ।