କୁଆଖିଆରେ କୋରେଇ ବିଜେଡି କାର୍ଯ୍ୟାଳୟ ଉଦଘାଟିତ 


 କୁଆଖିଆ, କୋରେଇ ବିଜେଡି ପକ୍ଷରୁ କୁଆଖିଆରେ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଅତିଥି ଭାବରେ ଭବପ୍ରସାଦ ଦାଶ ଯୋଗଦେଇ କାର୍ଯ୍ୟାଳୟକୁ ଉଦଘାଟନ କରି ତାଙ୍କ ମାଆ ସନ୍ଧ୍ୟାରାଣୀ ଦାଶଙ୍କ ପାଇଁ ନିଜ ନିଜ ଭିତରେ ଥିବା ସମସ୍ତ ମତାନ୍ତର ଭୁଲି ଦଳ ପାଇଁ କାର୍ଯ୍ୟ କରିବାକୁ ଦଳର କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ରାଜ୍ୟ ବିଜେଡି ସମ୍ପାଦକ ସୁରେନ୍ଦ୍ର କୁମାର ପଣ୍ଡା, ବିଶ୍ୱଜିତ୍ ନାୟକ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଅଲେଖ ଚନ୍ଦ୍ର ସ୍ୱାଇଁ, ତ୍ରିଲୋଚନ ଦାଶ, ଜିଲା ପରିଷଦ ସଭ୍ୟ ଶିଶିର କୁମାର ମହାନ୍ତି, ବଡ଼କଇଁଚି ସରପଞ୍ଚ ଅଶୋକ କୁମାର ମଲ୍ଲିକ, ବାହାଦଲାପୁର ସରପଞ୍ଚ ମହେନ୍ଦ୍ର ଦାଶ, ଟିକରପଡା ସରପଞ୍ଚ ଅତୁଲ୍ୟ ପ୍ରଧାନ,ଗନ୍ଧଣ ସରପଞ୍ଚ ରୁଦ୍ରପ୍ରତାପ ମହାନ୍ତି, ଭୋଟକା, ନରସିଂହପୁର ପଞ୍ଚାୟତ  ସମିତିସଭ୍ୟ ଏବଂ ବିଜେଡି କର୍ମୀଉପସ୍ଥିତ ଥିବାବେଳେ ବିଧାୟକ ଅଶୋକ କୁମାର ବଳ ଉପସ୍ଥିତ ନଥିବା ଦେଖାଯାଇଥିଲା । ସ୍ଥାନୀୟ ବିଧାୟକଙ୍କ ଅନୁପସ୍ଥିତକୁ ନେଇ ଦଳୀୟ କର୍ମୀ ଏବଂ ସାଧାରଣ ରେ ଦଳର ଆଭ୍ୟନ୍ତରୀଣ ସମସ୍ୟା ଥିବା ଅନୁଭବ ହେଉଥିବା ବେଳେ ନିର୍ବାଚନ ପୂର୍ବରୁ ଯଦି ଏହାକୁ ସମାଧାନ କରାନଯାଏ ତେବେ ଏହାର ଫାଇଦା ତୃତୀୟ ଶକ୍ତି ଉଠାଇବ ବୋଲି ଆଲୋଚନା ହେଉଛି ।