ବାପାଙ୍କ ନୈତିକ ଶିକ୍ଷା (୪)
ବାପାଙ୍କ ନିକଟକୁ ବହୁ ସାଧୁ ସନ୍ଥ ଆସନ୍ତି । ମୁଙ୍ଗେରରୁ ଜଣେ ସନ୍ନ୍ୟାସୀ ସ୍ୱାମୀ ଆତ୍ମାନନ୍ଦ ସରସ୍ୱତୀ ଆମ ଘରକୁ ଆସିଥିଲେ । ସେ ମୁଙ୍ଗେରରେ ଯୋଗଆଶ୍ରମ ପ୍ରତିଷ୍ଠା କରିଥିବା ସ୍ୱାମୀ ସତ୍ୟାନନ୍ଦ ସରସ୍ୱତୀଙ୍କ ଶିଷ୍ୟ । ଋଷିକେଶରେ ବାପାଙ୍କ ସହିତ ସ୍ୱାମୀ ଆତ୍ମାନନ୍ଦ ସରସ୍ୱତୀଙ୍କର ସାକ୍ଷାତ ହୋଇଥିଲା ଏବଂ ବାପା ତାଙ୍କୁ ଆମ ଘରକୁ ଆସିବାକୁ ନିମନ୍ତ୍ରଣ କରିଥିଲେ । ବାପାଙ୍କ ନିମନ୍ତ୍ରଣ ରକ୍ଷା କରି ସ୍ୱାମୀଜୀ ଆମ ଘରେ ୧୯୬୫ ମସିହା ଅକ୍ଟୋବର ମାସରେ ପହଞ୍ଚôଲେ । ସେତେବେଳେ ପୂଜାଛୁଟି ହୋଇଥାଏ । ବାପାଙ୍କ ଅନୁରୋଧ କ୍ରମେ ସ୍ୱାମୀଜୀ ମୋତେ ଯୋଗଶିକ୍ଷା ଦେଲେ । ଆମ ବାଡିରେ ପ୍ରତିଦିନ ସକାଳୁ ସ୍ୱାମୀଜୀ ମୋତେ ପ୍ରାୟ ପନ୍ଦରଦିନ ଯୋଗଶିକ୍ଷା ଦେଲେ । ପ୍ରଥମେ ସ୍ୱାମୀଜୀ ମୋତେ କେତେଗୋଟି ଆସନ ଶିଖାଇଲେ ଏବଂ ତାଙ୍କ ଶିକ୍ଷାନୁସାରେ ମୁଁ ଆସନ କରିପାରୁଛି କି ନାହିଁ ପରୀକ୍ଷା ମଧ୍ୟ ନେଇଥିଲେ । ଯୋଗାସନ ସଂପୂର୍ଣ୍ଣ ଶିକ୍ଷା ପୂର୍ବରୁ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱୀଙ୍କ ପତ୍ର ପାଇ ସେ ସମ୍ବଲପୁର ଚାଲିଗଲେ । ସେତେବେଳକୁ ସ୍ୱାମୀ ସ୍ୱରୂପାନନ୍ଦ ସମ୍ବଲପୁରରେ ଯୋଗବିଦ୍ୟାଳୟ ଆରମ୍ବ କରିଥିଲେ । ସେଠାରେ ଛାତ୍ରମାନଙ୍କୁ ଯୋଗଶିକ୍ଷା ଦେବା ନିମିତ୍ତ ସ୍ୱାମୀ ଆତ୍ମାନନ୍ଦ ସମ୍ବଲପୁର ଗଲେ । ମୋ ଯୋଗଶିକ୍ଷା ଅଧୁରା ରହିଗଲା । ବାପା ମୋତେ ଆଶ୍ୱାସନା ଦେଇ କହିଥିଲେ ଯେ ସେ ମୋତେ ପାଠପଢା ସରିବା ପରେ ଋଷିକେଶର ଯୋଗବେଦାନ୍ତ ବିଦ୍ୟାଳୟକୁ ନେବେ ଏବଂ ସେଠାରେ ସ୍ୱାମୀ ଆଧ୍ୟାତ୍ମାନନ୍ଦ ସରସ୍ୱତୀ ମୋତେ ଯୋଗଶିକ୍ଷା ଦେବେ । ମୁଁ ସେହି ସୁଯୋଗକୁ ଅପେକ୍ଷା କରି ରହିଲି ।
ସ୍ୱାମୀ ଆତ୍ମାନନ୍ଦ ସମ୍ବଲପୁର ଯିବା ପରେ ବାପା ମୋତେ ରାଜଯୋଗ ସଂପର୍କରେ ବହୁ ଉପଦେଶ ପ୍ରଦାନ କରିଥିଲେ । ସବୁ ଏଠାରେ ପରିବେଷଣ କରିବା ସମ୍ଭବ ନହେଲେ ହେଁଁ ବାପାଙ୍କ ସେହି ଉପଦେଶର କେତେକ ସାରକଥା ଲେଖୁଛି । ବାପାଙ୍କ କହିବା ହେଉଛି ଯେ ଯୋଗ ଦ୍ୱାରା ଜୀବାତ୍ମାର ପରମାତ୍ମାଙ୍କ ସହିତ ମିଳନ ହୋଇଯାଏ । ପରମାତ୍ମାଙ୍କ ସହିତ ମିଳନହିଁ ଜୀବନର ମୁଖ୍ୟ ଉଦେ୍ଦଶ୍ୟ । ଈଶ୍ୱରାନୁଭୂତି ଅର୍ଜନ ନିମିତ୍ତ ଯୋଗ ଏକ ସୁନିଶ୍ଚିତ ପଥ ରୂପେ ପ୍ରାଚୀନ କାଳରୁ ସ୍ୱୀକୃତ । ପ୍ରାଚୀନ କାଳରେ ଅଗଣିତ ମୁନିଋଷି ଯୋଗଦ୍ୱାରା ପରମାତ୍ମାଙ୍କ ସହିତ ମିଳିତ ହୋଇ ପରମାନନ୍ଦ ଲାଭ କରିଛନ୍ତି । ବାପା ଏଯୁଗର ସ୍ୱାମୀ ସଚ୍ଚିଦାନନ୍ଦ, ସ୍ୱାମୀ ପ୍ରକାଶାନନ୍ଦ, ସ୍ୱାମୀଯୋଗାନନ୍ଦ ଓ ସ୍ୱାମୀ ଶିବାନନ୍ଦ ପ୍ରଭୃତିଙ୍କ ଉଦାହରଣ ମଧ୍ୟ ଦେଇଥିଲେ । ଯୋଗ ଜନ୍ମମୃତୁ୍ୟ ରୂପକ ସଂସାର ଚକ୍ରରୁ ମୁକ୍ତିଦାନ କରେ । ପରଂବ୍ରହ୍ମ ଶ୍ରୀକୃଷ୍ଣ ଗୀତାର ଷଷ୍ଠ ଅଧ୍ୟାୟ ଛୟାଳିଶ ଶ୍ଲୋକରେ ଅର୍ଜୁନଙ୍କୁ କହିଛନ୍ତି :-
“ତପସ୍ୱିଭ୍ୟୋଽଧିକୋ ଯୋଗୀ ଜ୍ଞାନିଭ୍ୟୋଽପି ମତୋଧିକଃ
କର୍ମିଭ୍ୟାଶ୍ଚାଧିକୋ ଯୋଗୀ ତସ୍ମାଦ୍ଯୋଗୀ ଭବାର୍ଜୁନ ।”
ଅର୍ଥାତ୍ ଯୋଗୀ ତପସ୍ୱୀମାନଙ୍କ ଠାରୁ ଶ୍ରେଷ୍ଠ ତଥା ଶାସ୍ତ୍ରଜ୍ଞାନୀମାନଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ବୋଲି ଗଣ୍ୟ ହୁଅନ୍ତି । ସେମାନେ ସକାମ କର୍ମ କରୁଥିବା ଲୋକଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ । ହେ ଅଜୁର୍ନ! ତୁମେ ଯୋଗୀ ହୋଇଯାଅ । ଯୋଗ ମନର ବହିର୍ମୁଖୀ ବୃତ୍ତିକୁ ସଂଯତ କରି ମନକୁ ପରମ ଆନନ୍ଦ ଅବସ୍ଥାକୁ ଯିବାର ପ୍ରଣାଳୀ ଶିକ୍ଷା ଦିଏ । ଯୋଗ ଆମ୍ଭମାନଙ୍କର ଅଂସଯତ ସ୍ୱଭାବକୁ ଦେବତ୍ୱରେ ପରିଣତ କରେ । ଅଜ୍ଞ ବ୍ୟକ୍ତି ଦେହ, ମନ ଓ ମନର ବୃତ୍ତିକୁ ଏକତ୍ର କରିଦିଏ, ପ୍ରକୃତ ଦେହ ଓ ମନ ଗୋଟିଏ ଗୋଟିଏ ଯନ୍ତ୍ରସଦୃଶ ଏବଂ ମନୁଷ୍ୟ ଏହାର ଚାଳକ । କିନ୍ତୁ ମନୁଷ୍ୟ ଦେହ ମନର ବୃତ୍ତିି ବା ମନ ସହା ଏକାତ୍ମ ବୋଲି ନିଜକୁ ଭାବେ ଓ ଅନେକ ଦୁଃଖକଷ୍ଟ ଭୋଗକରେ । ସାରା ବିଶ୍ୱ ମନର ବୃତ୍ତି ଦ୍ୱାରା ହିଁ ସୃଷ୍ଟ । ମନୁଷ୍ୟ ମନର ଚିନ୍ତା ତରଙ୍ଗକୁ ଶାନ୍ତ କରିପାରିଲେ ପରମାନନ୍ଦ ଲାଭ କରିପାରିବ । ମନ ଚଞ୍ଚଳକାରୀ ବୃତ୍ତିଗୁଡିକ ସ୍ଥିର ହୋଇଗଲେ ନିଜ ଆତ୍ମାକୁ ସହଜରେ ଉପଲବଧି କରିହେବ । ମନ୍ତ୍ରଜପ, ଧ୍ୟାନ, କୀର୍ତ୍ତନ, ଯମ ଓ ନିୟମ ଅଭ୍ୟାସ କଲେ ମନର ସକଳ ମଳ ପରିଷ୍କାର ହୋଇଯାଏ । ଦେହ ନିମିତ୍ତ ଖାଦ୍ୟ ଯେପରି ଆବଶ୍ୟକ ମନ ନିମିତ୍ତ ଆଧ୍ୟାତ୍ମିକ ଚିନ୍ତାର ସେହିପରି ଆବଶ୍ୟକତା ରହିଛି । କୋ÷ଣସି ଆତ୍ମୀୟତାର ମୃତୁ୍ୟ ସମ୍ବାଦ, ସର୍ବସ୍ୱ ଚୋରି ହୋଇଯିବା, ଘରପୋଡି ଯାଇ ଭସ୍ମୀଭୂତ ହେବା ବା ଅନ୍ୟ କୋ÷ଣସି ଦୁଃସମ୍ବାଦ ପାଇ ଆମେ ଦୁଃଖରେ ମ୍ରିୟମାଣ ହୋଇଯାଏ । ଏହି ଅବସ୍ଥାରେ ଯେତେ ସୁଖାଦ୍ୟ ଖାଇଲେ ମଧ୍ୟ ଦେହ ଦୁର୍ବଳ ହୋଇପଡେ । ଅନ୍ତରର ଏକ ବିଶେଷ ଦୁର୍ବଳ ଭାବ ଆମକୁ ଆଚ୍ଛନ୍ନ କରେ । ଏଥିରୁ ପ୍ରମାଣିତ ହେଉଛି ‘ମନ’ ବୋଲି କିଛି ଅଛି ଏବଂ ପ୍ରଫୁଲ୍ଲତା ତାର ପୁଷ୍ଟିକର ଔଷଧ । ଖାଦ୍ୟ ନଖାଇଲେ ମଧ୍ୟ ପ୍ରଫୁଲ୍ଲତା ଆମକୁ ଶାନ୍ତି ଓ ଆନନ୍ଦ ଦିଏ । ପ୍ରଫୁଲ୍ଲତା ଓ ଆନନ୍ଦ ମନର ମହୋ÷ଷଧି । ଉଚ୍ଚକୋଟିର ସାଧକମାନେ ଉପଯୁକ୍ତ ଆହାର ଗ୍ରହଣ ନକରି ମଧ୍ୟ ଆନ୍ତରିକ ଆନନ୍ଦ ଉପଭୋଗ କରୁଥାଆନ୍ତି । ଧନ, ପ୍ରତିପତ୍ତି ଓ କ୍ଷମତା ଦ୍ୱାରା ମନ ଉତ୍ତେଜିତ ହୁଏ । ପଦ, କ୍ଷମତା, ଧନ, ପ୍ରତିପତ୍ତି ଓ କ୍ଷମତା ଦ୍ୱାରା ମନ ଉତ୍ତେଜିତ ହୁଏ । ପଦ, କ୍ଷମତା, ଧନ, ପ୍ରତିପତ୍ତି ପ୍ରଭୃତି ତ୍ୟାଗ କରିବା ବଡ଼ କଠିନ । ସେଥିନିମିତ୍ତ ରାଜଯୋଗରେ ଯମ ଓ ନିୟମ ଅଭ୍ୟାସ ପାଇଁ କୁହାଯାଇଛି । ଯମ ଓ ନିୟମ ଆୟତ୍ତ କରିଥିବା ବ୍ୟକ୍ତି ଧନ, ପ୍ରତିପତ୍ତି, କ୍ଷମତା, ବା ପଦବୀର ଅପବ୍ୟବହାର କରନ୍ତି ନାହିଁ । ସେ ବିନୀତ ତଥା ସେବା ଓ ତ୍ୟାଗର ଇଛା ପୋଷଣ କରିଥାନ୍ତି । ଏହି ଦିବ୍ୟଦୃଷ୍ଟିରେ ଆଧ୍ୟାତ୍ମିକ କର୍ମସୂଚୀ ପ୍ରସ୍ତୁତ ପୂର୍ବକ ଯଥାଯଥ ଭାବରେ ତାହା ପାଳନ କର । ଏହା ପାଳନରେ ମୁହୂର୍ତ୍ତେ ମଧ୍ୟ ନଷ୍ଟ କରନାହିଁ । ଜୀବନ କ୍ଷଣ ସ୍ଥାୟୀ । ସମୟ ଦ୍ରୁତଗତିରେ ଚାଲିଯାଇଛି । ତେଣୁ ‘କାଲି’ କରିବା ପାଇଁ କିଛି ରଖ ନାହିଁ । ଆଜିକର ଓ ଏହି ମୁହୂର୍ତ୍ତରୁ କର । ‘କାଲି’ କେବେ ଆସିବ ନାହିଁ । ତୁମେ ଯଦି ପବିତ୍ର ଭାଗରେ ସାଧନା କର ଓ ମନ ମଧ୍ୟରେ ଯଦି ତୀବ୍ର ବୈରାଗ୍ୟ ଓ ମୁମୁକ୍ଷତ୍ୱ ଆସେ ସ୍ୱଳ୍ପକାଳ ସାଧନାରେ ପୂର୍ଣ୍ଣତା ଲାଭ କରିବ ।
ଚିତ୍ତ ହେଉଛି ମନର ଉପାଦାନ । ଏହା ବିଭିନ୍ନ ଆକାର ଓ ରୂପ ଗ୍ରହଣ କରେ । ଏହି ଆକାର ଗୁଡିକ ବୃତ୍ତି ନାମରେ ଅଭିହିତ । ଏହା ପରିବର୍ତ୍ତନ ହୁଏ ଏବଂ ଏହି ପରିବର୍ତ୍ତନ ଗୁଡିକ ଚିନ୍ତାର ତରଙ୍ଗ ବା ବୃତ୍ତି ପ୍ରବାହ । ଚିତ୍ତ ଯଦି ଗୋଟିଏ ସୁନ୍ଦରୀ ସ୍ତ୍ରୀ ବିଷୟରେ ଚିନ୍ତା କରେ ତତ୍କ୍ଷଣାତ୍ ଚିତ୍ତ ମଧ୍ୟରେ ସୁନ୍ଦରୀ ସ୍ତ୍ରୀ-ବୃତ୍ତିର ସୃଷ୍ଟି ହୁଏ । ଯଦି ଗୋଟିଏ ମନ୍ଦିର ବିଷୟରେ ଚିନ୍ତା କରେ ତେବେ ମନ୍ଦିର- ବୃତ୍ତି ସୃଷ୍ଟି ହୁଏ । ଚିତ୍ତ ସାଗରରେ ଅସଂଖ୍ୟ ବୃତ୍ତି ଦେଖାଦେଇ ପୁଣି ଉଭେଇ ଯାଏ । ଏହି ବୃତ୍ତି ସବୁ ମନର ଚାଞ୍ଚଲ୍ୟର କାରଣ । ସଂସ୍କାର ଓ ବାସନା ଚିତ୍ତ ବୃତ୍ତିର କାରଣ । ତେଣୁ କାମନା ନାଶ କରିପାରିଲେ ବୃତ୍ତି ଆପେ ଆପେ ମନରୁ ଅପସରି ଯିବ । ଗୋଟିଏ ପ୍ରକାରେ ବୃତ୍ତି ଚାଲିଗଲେ ଅବଚେତନ ମନରେ ଗୋଟିଏ ଛାପ ରଖି ଦେଇଯାଏ । ଏହି ସଂସ୍କାର ନାମରେ ଅଭିହିତ । ଏହି ସଂସ୍କାର ସମଷ୍ଟିର ନାମ କର୍ମାଶୟ । ଏହା ମଧ୍ୟ ସଞ୍ଚôତ କର୍ମ ନାମରେ ପରିଚିହ୍ନିତ । ମନୁଷ୍ୟ ଯେତେବେଳେ ଭୋ÷ତିକ ଶରୀର ତ୍ୟାଗ କରେ ସେତେବେଳେ ସୂକ୍ଷ୍ମଶରୀର ସହିତ କର୍ମାଶୟ ବା ସଞ୍ଚôତ କର୍ମକୁ ଘେନିଯାଏ । ଅସଂପ୍ରଜ୍ଞାତ ସମାଧି ଦ୍ୱାରା ପରାଜ୍ଞାନ ଲାଭ କଲେ ଏହି କର୍ମାଶୟ ବା ସହିତ କର୍ମ ସଂପୂର୍ଣ୍ଣ ଭାବରେ ଦଗ୍ଧ ହୋଇଯାଏ ।
ଯେଉଁ ସ୍ଥାନରେ ମନର ଏକାଗ୍ରତା ଆସେ, ସେହି ସ୍ଥାନ ଧ୍ୟାନ ଓ ଯୋଗ ସାଧନ ନିମିତ୍ତ ଶ୍ରେଷ୍ଠ ସ୍ଥାନ । ଏକାଗ୍ରତା ଆଣିବା ପାଇଁ ମନର ଇତଃସ୍ତତ ବିକ୍ଷିପ୍ତ ରଶ୍ମିଗୁଡିକ ଯତ୍ନ ସହକାରେ ଏକତ୍ର କରିବାକୁ ହେବ । କିନ୍ତୁ ଚିତ୍ତ ରୂପକ ସାଗର ମଧ୍ୟରୁ ବୃତ୍ତି ବା ଚିନ୍ତାର ତରଙ୍ଗ ସର୍ବଦା ଉତ୍ଥିତ ହେବ । ସେଗୁଡିକ ଉଠିବା ମାତ୍ରେ ସେଗୁଡିକୁ ଶାନ୍ତ କରିବାକୁ ପଡିବ । ଯେତେବେଳେ ସବୁ ତରଙ୍ଗ ଶାନ୍ତ ହୋଇଯିବ, ସେତେବେଳେ ମନ ସ୍ଥିର, ନିଶ୍ଚଳ ଓ ପ୍ରଶାନ୍ତ ହୋଇପାରିବ । ସେହି ସମୟରେ ଶାନ୍ତି ଓ ଆନନ୍ଦରେ ସାଧକ ବା ଯୋଗୀ ମଗ୍ନ ହୋଇପାରିବ । ଅତଏବ ଆନନ୍ଦ ତୁମ ଭିତରେ ଅଛି । ମନ ସଂଯମ କଲେ ଏହା ମିଳିପାରିବ । ଧନ, ପ୍ରତିପତ୍ତି, ନାଶ, କ୍ଷମତା, ସ୍ତ୍ରୀ, ପୁତ୍ର ଅତଏବ ଆନନ୍ଦ ତୁମ ଭିତରେ ଅଛି । ମନ ସଂଯମ କଲେ ଏହା ମିଳିପାରିବ । ଧନ, ପ୍ରତିପତ୍ତି, ଯଶ, କ୍ଷମତା, ସ୍ତ୍ରୀ, ପୁତ୍ର ବା ପଦବୀ ଦ୍ୱାରା ଏହା ମିଳିପାରିବ ନାହିଁ । ମନକୁ କେନ୍ଦ୍ରୀଭୂତ କରିବା ପାଇଁ ସବୁବେଳେ ଚେଷ୍ଟା କରିବାକୁ ହେବ । ତାହାହେଲେ ମନ ସ୍ଥିର ହୋଇ ତୁମର ଆୟତ୍ତ ହେବ । ମନର ପବିତ୍ରତା ଯୋଗରେ ଉକ୍ରର୍ଷତା ଆଣିଥାଏ । ମନକୁ ପବିତ୍ର ରଖିବା ନିମିତ୍ତ ସଦାଚାରୀ ହେବ, ସମସ୍ତଙ୍କୁ ସଦ୍ ବ୍ୟବହାର ପ୍ରଦର୍ଶନ କରିବ, ହିଂସା ପରାୟଣ ହେବ ନାହିଁ, ସମସ୍ତଙ୍କ ପ୍ରତି ସମବେଦନା ରଖିବ ଓ ସହାନୁଭୂତିଶୀଳ ହେବ । ପାପୀକୁ ଘୃଣା କରିବ ନାହିଁ, ସତ୍ୟ କହିବ, ଗୁରୁଜନମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବ, ଦୟାଶୀଳ ହେବ ଓ ସମସ୍ତଙ୍କୁ ବିଶ୍ୱର ଜ୍ଞାନରେ ପ୍ରଣାମ କରିବ । ଏସବୁ ମହତଗୁଣ ଅର୍ଜନ କରିପାରିଲେ ତଥା ତୀବ୍ର ବୈରାଗ୍ୟ ଓ ମୁମୁକ୍ଷୁତ୍ୱ ରହିଲେ ଶୀଘ୍ର ଯୋଗ ସାଧନା ଫଳବତୀ ହେଉ । ସମାଧି ଲାଭ କରିବା ପାଇଁ ଗଭୀର ଭାବରେ ଓ ସତତ ଧ୍ୟାନ କରିବା ଆବଶ୍ୟକ । ବ୍ରହ୍ମଚର୍ଯ୍ୟ, ଗୁରୁଭକ୍ତି ଓ ସଦାଚାର ସହିତ ଯୋଗ ସାଧନା କଲେ ସିଦ୍ଧିଲାଭ ହୁଏ । ସାଧକ ସର୍ବଦା ଧୈର୍ଯ୍ୟଶୀଳ ଓ ଅଧ୍ୟବସାୟୀ ହେବା ଦରକାର । ନିବୃତ୍ତି ମାର୍ଗର ସାଧକ କିଛି କାଳ ସାଧନା କରିବା ପରେ ଆଳସ୍ୟ ଦୋଷରୁ ସାଧନାରୁ ବିରତ ରହନ୍ତି । ଏହା ବଡ ଦୋଷ । ସାଧକ ମନର ଶକ୍ତିର ସୁବ୍ୟବହାର, ଗୁରୁଦେବଙ୍ଗ ଉପଦେଶ ଓ ନିୟମିତ ଦିନଲିପ ଲେଖିଲେ ସାଧନାରୁ ବିଚୁ୍ୟତ ହେବେ ନାହିଁ । ବୈରାଗ୍ୟ ଥିଲେ ମଧ୍ୟ ଆଧ୍ୟାତ୍ମିକ ଜଗତରେ ଅଗ୍ରସର ହେବା ପାଇଁ ଏସବୁ ଏକାନ୍ତ ଆବଶ୍ୟକ । ନିୟମିତ ଧ୍ୟାନ ଓ ଯୋଗସାଧନା କରି ସାଧକ, ଯଦି ବିଶାଦଗ୍ରସ୍ତ, ଦୁର୍ବଳ ଓ ଗ୍ଲାନିଯୁକ୍ତ ହେଉଥାଏ, ତାହାହେଲେ ଜାଣିବାକୁ ହେବ ଯେ ସାଧନା ପଥରେ କେଉଁଠି ତାର ଭୁଲ ରହିଯାଉଛି । ଧ୍ୟାନାଭ୍ୟାସ ଫଳରେ ଲୋକ ଶକ୍ତିଶାଳୀ, ପ୍ରଫୁଲ୍ଲ ଓ ସ୍ୱାସ୍ଥ୍ୟବାନ ହୋଇଥାନ୍ତି । ଆଧ୍ୟାତ୍ମିକ ଭାବ ଓ ଯୋଗସାଧନା ମାଧ୍ୟମରେ ଦିବ୍ୟ ଜୀବନ ଯାପନର ମହାନ ଲକ୍ଷଣ ହେଲା ସଦା ପ୍ରଫୁଲ୍ଲ, ଶାନ୍ତ, ସହାସ୍ୟବଦନ, କୋମଳଚିତ୍ତ, ଦୟାର୍ଦ୍ର ହୃଦୟ ଓ ସମଦୃଷ୍ଟି । ନିୟନ୍ତ୍ରଣ କରି ନିଜ ଆୟତ୍ତକୁ ନେଲେ ତୁମେ ଏହି ନିୟମର ରହସ୍ୟ ବୁଝିପାରିବ । ମନେ ରଖ ଯେ, ମନ ଦ୍ରୁତଗାମୀ, ବାୟୁସଦୃଶ ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିପାରେ ନାହିଁ । ସେଥିପାଇଁ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ କହିଥିଲେ :-
ଚଞ୍ଚଳଂ ହି ମନଃ କୃଷ୍ଣ ପ୍ରମାଧି ବଳବଦହୃତମ,
ତସ୍ୟାହଂ ନିଗ୍ରହଂ ମନ୍ୟେ ବାୟୋରିବ ସୁଦୁଗ୍ଲରମ୍ । (ଗୀତା ୬ ।୩୪)
ଅର୍ଥାତ୍ ହେ ଶ୍ରୀକୃଷ୍ଣ! ଏହି ମନ ବଡ଼ ଚଞ୍ଚଳ, ଇନ୍ଦ୍ରିୟକ୍ଷୁବ୍ଧକାରୀ, ଅତ୍ୟନ୍ତ ଦୃଢ ଓ ବଳବାନ ଅଟେ । ତେଣୁ ମୁଁ ଭାବୁଛି, ତାହାକୁ ବଶ କରିବା ବାୟୁକୁ ବଶ କରିବା ସଦୃଶ ଅତ୍ୟନ୍ତ ଦୁଷ୍କର । ଏହାର ଉତ୍ତରରେ ଶ୍ରୀକୃ୍ଷ୍ଣ କହିଲେ :-
ଅସଂଶୟଂ ମହାବାହୋ ମନୋ ଦୁର୍ବିଗ୍ରହଂ ଚଳମ,
ଅଭ୍ୟାସେନ ତୁ କୋ÷ନ୍ତେୟ ବେରାଗ୍ୟେଣ ଚ ଗୃହାତେ (୬ ।୩୫)
ଅର୍ଥାତ୍ ହେ ମହାବାହୁ ! ମନ ଯେ ଚଞ୍ଚଳ ଓ ବଡ କଷ୍ଟରେ ବଶୀଭୂତ ହୁଏ, ତାହା ନିଃସନେ୍ଦହ, କିନ୍ତୁ ହେ କୁନ୍ତୀ ପୁତ୍ର ଅର୍ଜୁନ! ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ମନ ବଶୀଭୂତ ହୋଇଯାଏ । ବାସନା ମନକୁ ଚଞ୍ଚଳ କରେ । ବାସନା ନାଶ ଓ ଇନ୍ଦ୍ରିୟ ନିଗ୍ରହ ମନକୁ ବଶ କରିବାର ପ୍ରଧାନ ଉପାୟ । କଠୋର ସାଧନା ଦ୍ୱାରା ବିଷୟରୁ ଇନ୍ଦ୍ରିୟକୁ ପ୍ରତ୍ୟାହାର କରାଯାଇପାରିବ । ଯୋଗୀମାନେ ଇନ୍ଦ୍ରିୟମାନଙ୍କ ପ୍ରତ୍ୟାହାର କରି ମନକୁ ସଂଯତ ରଖନ୍ତି ଏବଂ ଆତ୍ମାରେ ପ୍ରତିଷ୍ଠିତ ହୋଇ ପରମ ଆନନ୍ଦ ଉପଭୋଗ କରନ୍ତି । ଇନ୍ଦ୍ରିୟମାନଙ୍କ ପ୍ରତ୍ୟାହାର କରି ମନକୁ ସଂଯତ ରଖନ୍ତି ଏବଂ ଆତ୍ମାରେ ପ୍ରତିଷ୍ଠିତ ହୋଇ ପରମ ଆନନ୍ଦ ଉପଭୋଗ କରନ୍ତି । ଇନ୍ଦ୍ରିୟମାନେ ବହିର୍ମୁଖୀ, ସେଥିଯୋଗେ ସେମାନେ ଅଜ୍ଞାନ ବ୍ୟକ୍ତିଙ୍କୁ ବାହାରର ବସ୍ତ୍ର ଆଡକୁ ଟାଣି ନେଇଯାଆନ୍ତି । ବିଚାର ଓ ବୈରାଗ୍ୟ ସଂପନ୍ନ ସାଧକ ବହିର୍ମୁଖୀ ବୃତ୍ତମାନଙ୍କୁ ସଂଯତ କରି ଓ ଉନ୍ମାଗମାର୍ଗୀ ଇନ୍ଦ୍ରିୟମାନଙ୍କୁ ଦମନ କରି ଆତ୍ମୋପଲବ୍ଧିରେ ପରମାନନ୍ଦ ଲାଭ କରନ୍ତି । ସାଧନା ନିମିତ୍ତ ଏକାଗ୍ରତାର ମଧ୍ୟ ଆବଶ୍ୟକତା ରହିଛି । କୋ÷ଣସି ସ୍ଥାନ ବା ପଦାର୍ଥରେ ମନକୁ ସ୍ଥିର ରଖିବାକୁ ଏକାଗ୍ରତା କୁହାଯାଏ । ପ୍ରତିଦିନ ଏହା ଅଭ୍ୟାସ କରିବା ଉଚିତ୍ । ସଦାଚାର ଦ୍ୱାରା ମନକୁ ପବିତ୍ର କରିବା ପରେ ଏକାଗ୍ରତା ଅଭ୍ୟାସ କରାଯିବା ଉଚିତ୍ । ଯେଉଁମାନେ ଆସନ ସିଦ୍ଧ ସେମାନେ ସହଜରେ ଏକାଗ୍ରତା ଲାଭ କରିପାରନ୍ତି । ବ୍ରହ୍ମଚର୍ଯ୍ୟ ବ୍ରତଧାରୀ ମଧ୍ୟ ଏକାଗ୍ର ହୋଇପାରନ୍ତି । ବୈଜ୍ଞାନିକମାନେ ମନକୁ ଏକାଗ୍ର କରି ନୂତନ ଜିନିଷ ଉଦ୍ଭାବନ କରିପାରନ୍ତି । ସେମାନେ ଏକାଗ୍ରତା ଦ୍ୱାରା ସ୍ଥୂଳ ମନର ପରଦା ଅପସାରଣ କରି ମନର ଗଭୀରତମ ପ୍ରଦେଶରେ ପ୍ରବେଶ ପୂର୍ବକ ଉଚ୍ଚତର ଜ୍ଞାନ ଲାଭ କରିପାରନ୍ତି । ପଦ୍ମାସନରେ ଉପବେଶନ କରି ଚକ୍ଷୁ ନାସିକାର ଅଗ୍ର ଭାବରେ ସ୍ଥିର ରଖିବା ହେଉଛି ନାସିକାଗ୍ର ଦୃଷ୍ଟି । ଏକ ମିନିଟ୍ ଠାରୁ ଅଭ୍ୟାସ କରି ଅଧଘଣ୍ଟାଏ ପର୍ଯ୍ୟନ୍ତ ଏହାକୁ ବଢାଇଲେ ଭଲ । ଏହା ମନକୁ ସ୍ଥିର କରିବ । ଏକାଗ୍ରତା ବୃଦ୍ଧି କରିବାକୁ ହେଲେ ତୁମ୍ଭଙ୍କୁ ଜାଗତିକ କାର୍ଯ୍ୟ କମାଇ ଦେବାକୁ ପଡିବ । ପ୍ରତ୍ୟେହ ଦୁଇଘଣ୍ଟା ବା ତତୋଧିକ ସମୟ ମୋ÷ନବ୍ରତ ଗ୍ରହଣ କରିବାକୁ ପଡିବ । ଏକାଗ୍ରତା ଗଭୀର ଓ ପ୍ରବଳ ହୋଇପଡିଲେ ଇନ୍ଦ୍ରିୟ ଗୁଡିକ ଆଉ କାର୍ଯ୍ୟ କରନ୍ତି ନାହିଁ । ପ୍ରତ୍ୟେହ ତିନି ଘଣ୍ଟା ଏକାଗ୍ରତା ଅଭ୍ୟାସ କଲେ ଅତିନ୍ଦ୍ରିୟ ଶକ୍ତିର ବିକାଶ ଘଟେ । ଭଗବାନଙ୍କ ଠାରେ ମନକୁ ଏକାଗ୍ର କଲେ ସେ ଦର୍ଶନ ଦେବେ । ଏକାଗ୍ରତା ସଦୃଶ ତ୍ରାଟକ ମଧ୍ୟ ବିଶେଷ ଉପକାରୀ । କୋ÷ଣସି ଗୋଟିଏ ବିଶେଷ ବିନ୍ଦୁ ବା ବସ୍ତୁରେ ଚକ୍ଷୁ ନିମିଳିତ ନକରି ଦୃଷ୍ଟି ସ୍ଥିର ରଖିବାକୁ ତ୍ରାଟକ କୁହାଯାଏ । ହଠଯୋଗ, ଜ୍ଞାନଯୋଗ, ଭକ୍ତିଯୋଗ ଓ ରାଜଯୋଗ ସାଧକ ପକ୍ଷରେ ତ୍ରାଟକ ବିଶେଷ ଉପକାରୀ । ମନର ଏକାଗ୍ରତା ଲାଭ ନିମିତ୍ତ ଏହା ଏକ ଉକ୍ରୃଷ୍ଟ ଉପାୟ । ଏକାଗ୍ରତା ଓ ତ୍ରାଟକ ସହିତ ଧ୍ୟାନାଭ୍ୟାସ ନିୟମିତ ଭାବରେ କରିବା ଉଚିତ୍ । ସକାଳେ ଓ ସନ୍ଧ୍ୟାରେ ଏକ ନିର୍ଦ୍ଦିଷ୍ଟ ସମୟରେ ଧ୍ୟାନ କରିବା ବିଧେୟ । ଧ୍ୟାନ ଦ୍ୱାରା ସାତ୍ତ୍ୱିକ ଭାବ ସ୍ୱତଃ ମନରେ ଜାଗ୍ରତ ହେବ । ନିୟମାନୁବର୍ତ୍ତିତା ଧ୍ୟାନାଭ୍ୟାସର ପ୍ରଥମ ଓ ପ୍ରଧାନ ବିଷୟ । ଶାରୀରିକ ଭାବରେ, ଧୈର୍ଯ୍ୟ ସହକାରେ ଓ ଏକାଗ୍ରତା ସହକାରେ ଧ୍ୟାନ ଅଭ୍ୟାସ କଲେ ସୁଫଳ ମିଳିଥାଏ । ଧ୍ୟାନ ଗୋଟିଏ ପରମ ମହୋ÷ଷଧି । ଧ୍ୟାନର ତରଙ୍ଗ ସକଳ ପ୍ରକାର ରୋଗ ଉପଶମ କରିପାରେ । ଏହା ଆଧ୍ୟାତ୍ମିକ ଶକ୍ତି, ନୂତନ ପ୍ରାଣ ଓ ଜୀବନୀ ଶକ୍ତି ଆଣିଦିଏ । ନିୟମିତ ଧ୍ୟାନାଭ୍ୟାସ କଲେ ଶରୀର କୋଷର ଆମୂଳ ପରିବର୍ତ୍ତନ ହୋଇ ନବ ଜାଗରଣ ସୃଷ୍ଟି ହେବ । ଧ୍ୟାନଭ୍ୟାସ କରୁଥିବା ବ୍ୟକ୍ତି ସଦାଚାରୀ, ନମ୍ର, ସହିଷ୍ଣୁ ଓ ଧୀର ହେବା ଉଚିତ । ଫଳରେ ସକଳ ଅସତ୍ ପ୍ରବୃତ୍ତି ଅନ୍ତର୍ହିତ ହୋଇପାରିବ । ଯୋଗର ପ୍ରତିବନ୍ଧକ ସବୁ ରହିଲେ ଏକାଗ୍ରତା ଓ ଧ୍ୟାନ ସାଧନା ଦୁଃଖରେ ଓ କଷ୍ଟସାଧ୍ୟ । ଆନ୍ତରିକ ପ୍ରାର୍ଥନା, “ବା ଅପର କୋ÷ଣସି ମନ୍ତ୍ର ଜପ ଭଗବତ ବା ଗୁରୁକୃପା ଦ୍ୱାରା ଏହିସବୁ ଅନ୍ତରାୟ ଦୂରୀଭୂତ ହୋଇଥାଏ ।
ଆନନ୍ଦନଗର
କାଠକଡା, ଢେଙ୍କାନାଳ
ମୋ: ୮୮୯୫୨୩୦୭୨୭