ଆତ୍ମାହୁତି ଗୋଲକ ଧନ୍ଦାରୁ ମୁକ୍ତି
ସେ ଦିନ ପୋଲସ୍ ଥାନାରେ ମହିଳା ଜଣକ ଗୁହାରି କରିଥିଲେ “ମୋ ସ୍ୱାମୀ ନିଦେ୍ର୍ଦଷ, ତାଙ୍କୁ ଛାଡ଼ିଦିଅ, ସେ ଥିଲେ ରଶ୍ମିତା ଦାସ, ବୟସ ୩୪ । ଆନନ୍ଦପୁର ପଞ୍ଚାୟତ ଖର୍ତ୍ତାଙ୍ଗ ଗ୍ରାମର ଶଙ୍କର ଦାସଙ୍କ ପନôୀ । ଅଗଷ୍ଟ ୧୬ ତାରିଖ ଦିନ ପୋଲିସଠାରୁ ନ୍ୟାୟ ନ ମିଳିବାରୁ ଦେହରେ ପେଟ୍ରୋଲ ଢାଳି ନିଅାଁ ଲଗାଇଦେଲେ । ୬ ଦିନର ସଂଘର୍ଷ ପରେ ସେ ସଂସାରୁ ବିଦା ନେଲେ । ତେବେ ତାଙ୍କ ସ୍ୱାମୀ ଆଜି ବି ବନ୍ଦୀ ଜୀବନ ବିତାଉଛନ୍ତି । ସେହିପରି ୨୦୨୦ ଫେବୃୟାରୀ ମାସରେ ବ୍ରହ୍ମପୁରର ମୀନାକ୍ଷୀ ମିଶ୍ର ତାଙ୍କୁ ପୁଅକୁ ମିଥ୍ୟା ମାମଲାରେ ଗିରଫ କରାଯାଇଥିବାରୁ ତାର ପ୍ରତିବାଦରେ ବ୍ରହ୍ମପୁର ଏସ.ପି. କାର୍ଯ୍ୟାଳୟ ପରିସରରେ ନିଜ ଦେହରେ କିରୋସିନୀ ଢାଳି ଆତ୍ମାହୁତି ଦେଲେ । ଶେଷରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ମୃତୁ୍ୟ ବରଣ କଲେ ।
୨୦୧୬ରେ ଜଣେ ବହିଷ୍କୃତ ହୋମଗାର୍ଡ଼ ଭୁବନେଶ୍ୱର ନବୀନ ନିବାସ ଆଗରେ ଆତ୍ମାହୁତି ଦେଇଥିଲେ । ମୃତ ହୋମଗାର୍ଡ଼ ଥିଲେ ସନ୍ଦୀପ ହାତୀ । ଚାକିରି ପ୍ରଦାନ ଦାବି କରି ବହୁଦିନ ଧରି ଆନେ୍ଦାଳନ ଚଳାଇଥିଲେ । ୨୦୧୬ ସେପ୍ଟେମ୍ବର ୨ ତାରିଖରେ ସେ ନିଜ ଦେହରେ ନିଅାଁ ଲଗାଇ ଆତ୍ମାହୁତି ଦେଇଥିଲେ । ସେହିପରି ୨୦୨୨ ଫେବୃୟାରୀ ୨୭ରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସରଶଂଖ ପଞ୍ଚାୟତ ବ୍ରାହ୍ମଣ ସାହି ଗ୍ରାମରେ ଭ୍ରମରବର ଜେନା ବକେୟା ଦରମା ନ ମିଳିବାରୁ ହତାଶ ହୋଇ ଆତ୍ମାହୁତି ଦେଇଥିଲେ ।୧୯୮୯ ମାର୍ଚ୍ଚ ୨୪ ତାରିଖରେ ଭୋପାଳ ଗ୍ୟାସ ଦୁର୍ଘଟଣାରେ ପ୍ରତିବାଦ ଜଣାଇ କୈଳାସ ପାୱାର ନାମକ ଯୁବକ ନିଜ ଦେହରେ ନିଅାଁ ଲଗାଇ ଆତ୍ମାହୁତି ଦେଇଥିଲେ । ୧୯୮୯ ଅପ୍ରେଲ ୧୯ରେ ଚାନଇହୁଆ ତାଇୱାନର ସ୍ୱାଧୀନତା ଆଉ ବାକ ସ୍ୱାଧୀନତା ପ୍ରାପ୍ତି ପାଇଁ ପ୍ରତିବାଦ କରି ଆତ୍ମାହୁତି ଦେଇଥିଲେ ।ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ସମୟରେ ମଣ୍ଡଳ କମିଶନଙ୍କ ନିଷ୍ପତ୍ତି ବିରୋଧରେ ସାରା ଦେଶରେ ସଂରକ୍ଷଣ ବିରୋଧୀ ଆନେ୍ଦାଳନ ତେଜି ଉଠିଥିଲା, ତାର ପ୍ରତିବାଦ ପୂର୍ବକ ରାଜୀବ ଗୋସ୍ୱାମୀ ନିଜ ଦେହରେ ନିଅାଁ ଲାଗାଇ ଆତ୍ମାହୁତି ଦେଇଥିଲେ ।ଶ୍ରୀଲଙ୍କାରେ ତାମିଲମାନଙ୍କ ହତ୍ୟା କରାଯାଉଥିବାରୁ ପ୍ରତିବାଦ ଜଣାଇ ଡ଼ିସେମ୍ବର ୧୫, ୧୯୯୫ରେ ଅବଦୁଲ, ୨୦୦୯ ଜାନୁଆରୀ ୨୯ରେ କୁମାର ମୁଥୁ ଆତ୍ମାହୁତି ଦେଇଥିଲେ । ସେହିପରି ତେଲେଙ୍ଗାନା ରାଜ୍ୟ ଆନେ୍ଦାଳନରେ ସାମିଲ ହୋଇ ବେଣୁଗୋପାଳ ରେଡ଼ୀ, ୨୦୧୧ ଜାନୁଆରୀ ୧୬, ଆମ ମୁସ୍ତାଫା ଫେବୃୟାରୀ ୨୧, ୨୦୧୧ ଦିନ ଶରୀରରେ ନିଅାଁ ଜାଳି ପ୍ରାଣ ହରାଇଥିଲେ ।ଜୁନ୍ ୧୧, ୨୦୦୬ରେ ଗୁଜୁରାଟର ଏକ ପ୍ରେକ୍ଷାଳୟରେ ପ୍ରବୀଣ ଯୋଶୀ ନାମକ ଯୁବକ ଆତ୍ମାହୁତି ଦେଇଥିଲେ, ତାଙ୍କ ପ୍ରତିବାଦ ଥିଲା ଫନାର ସ୍କ୍ରିନିଂ ବିରୋଧରେ । ବହୁଜନ ସମାଜ ପାର୍ଟିର ଏମ.ପି. ଅତୁଲ ରାୟଙ୍କ ବିରୋଧରେ ଏକ ଦୁଷ୍କର୍ମ ମାମଲା ୧ ମେ’, ୨୦୧୯ରେ ବାରଣାସୀ ଲଙ୍କା ଥାନାରେ ଅଭିଯୋଗ ହୋଇଥିଲା । ଏ ବିଷୟକୁ ସେ ସମୟରେ ବହୁ ଝଡ଼ ସୃଷ୍ଟି ହୋଇଥିଲା । ଯୁବତୀଙ୍କୁ ନ୍ୟାୟ ନ ମିଳିବାରୁ ୨୪ ଅଗଷ୍ଟ ୨୦୨୧ରେ ଆତ୍ମଦାହ କରିଥିଲେ । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମହିଳାଙ୍କୁ ସୁରକ୍ଷା ନ ମିଳିବାରୁ ପରିସ୍ଥିତି ଜଟିଳ ହୋଇପଡ଼ୁଛି ।୨୦୦୯ରେ ୧୫୯ ଜଣ ତିବ୍ବୟ ନାଗରିକ ଚୀନର ଏକଛତ୍ରବାଦ ବିରୋଧରେ ସ୍ୱର ଉଠାଇ ଆତ୍ମାହୁତି ଦେଇଥିଲେ ।ଗତ ୨୦୧୪ରେ ୫୫୭୬ ଜଣ ମହିଳା ଘରୋଇ ହିଂସା, ଅନ୍ୟାନ୍ୟ କାରଣରୁ ଦେହରେ ନିଅାଁ ଲଗାଇ ଆତ୍ମାହୁତି ଦେଇଥିଲେ, ସେହିବର୍ଷ ପୁରୁଷଙ୍କ ସଂଖ୍ୟା ୩୫୪୫ ଥିଲା । ୨୦୨୧ରେ ନିଅାଁ ଲଗାଇ ଆତ୍ମାହୁତି ଦେଇଥିବା ଲୋକଙ୍କ ସଂଖ୍ୟା ୪୧୯୫ ଥିଲା । କେବଳ ଦିଲ୍ଲୀରେ ୨୦୨୦ରେ ଆତ୍ମାହୁତି ସଂଖ୍ୟା ୧୨ ଆଉ ୨୦୨୧ରେ ୧୬ଥିଲା । ଦେଶରେ ଆତ୍ମହୁତି ଦେଉଥିବା ଲୋକମାନେ ଅତ୍ୟଧିକ ମାନସିକ ଚାପ ଗ୍ରସ୍ତ, ବେକାରୀ ସମସ୍ୟା, ଅର୍ଥାଭାବ, ଘରୋଇ ହିଂସା ଆଦିରେ ଲିପ୍ତଥିବା କାରଣରୁ ହୋଇଛି । ଦେବୀ ସତୀ ଅପମାନ ସହି ନ ପାରି ଯଜ୍ଞକୁଣ୍ଡରେ ଝାସ ଦେଇ ଆତ୍ମାହୁତି ଦେଇଥିଲେ । ଏହି ଅନ୍ୟାୟ ଯୋଗୁଁ ଭଗବାନ ଶିବ କ୍ରୋଧିତ ହୋଇ ତାଣ୍ଡବ ନୃତ୍ୟ ଆରମ୍ଭ କରିଥିଲେ ।ଆଜି ମଧ୍ୟ ଅସହାୟ ନାରୀ ପୋଲସ, ପ୍ରଶାସନ, ରାଜନେତାମାନଙ୍କଠାରୁ ଯଦି ନ୍ୟାୟ ନ ପାଇବ, ପୁଣି ହୁଏତ ତାଣ୍ଡବ ନୃତ୍ୟ ଆରମ୍ଭ ହେବ ତାକୁ କୌଣସି ଶକ୍ତି ରକ୍ଷା କରିପାରିବେ ନାହିଁ । ଏ ଦିଗରେ ସମାଜସେବୀମାନେ , ସ୍ୱେଚ୍ଛାସେବୀ ସଂଗଠନମାନେ ଆଗେଇ ଆସିବା ଦରକାର ।୨୪ ଅପ୍ରେଲ ୨୦୨୨ରେ ଜଳବାୟୁ ରକ୍ଷା କରିବା ଦିଗରେ କାମ କରୁଥିବା ୱିନ ଅଲାନ ବ୍ରୁସ ନିଜ ଦେହରେ ନିଅାଁ ଲଗାଇ ୟୁ.ଏସ.ର ସୁପ୍ରିମକୋର୍ଟ ଆଗରେ ଆତ୍ମାହୁତି ଦେଇଥିଲେ । ଜଳବାୟୁ ସନ୍ତୁଳନକୁ ରକ୍ଷା କରିବାକୁ ଉପଯୁକ୍ତ ସହଯୋଗ ନ ମିଳିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିଲେ । ପଞ୍ଚାନନ ଅଗ୍ରୱାଲ, ମୋ -୯୭୭୭୭୪୪୦୭୧