ବିଦୁ୍ୟତ୍ ଆଘାତରେ ଚାଷୀଙ୍କ ମୃତୁ୍ୟ : ଏସପିଙ୍କ ହସ୍ତକ୍ଷେପ ଲୋଡିଲା ପରିବାର

 ଯାଜପୁର ସଦର ଥାନାରୁ ନ୍ୟାୟ ନପାଇ ବିଦୁ୍ୟତ ଆଘାତରେ ମୃତୁ୍ୟ ବରଣ କରିଥିବା ଚଇନପୁର ପଞ୍ଚାୟତ ସୁନ୍ଦରପୁର ଗ୍ରାମର ରିବନ୍ଦ୍ର ଜେନା(୫୦)ଙ୍କ ପରିବାର ନ୍ୟାୟ ପାଇଁ ଏସପିଙ୍କ ହସ୍ତକ୍ଷେପ ଳୋଡିଛନ୍ତି । ଗତ ୧୪ ତାରିଖ ରବିନ୍ଦ୍ର ବିଲକୁ ସାର ପକାଇବାକୁ ଯାଇ ବିଦୁ୍ୟତ ଆଘାତରେ ମୃତୁ୍ୟବରଣ କରିଥିଲେ । ଏନେଇ ରବିନ୍ଦ୍ର ପରିବାର ତାଙ୍କ ଗ୍ରାମର ଚାଷୀ ପ୍ରଭାକର ବାରିକ, କାମାକ୍ଷା ପ୍ରସାଦ ନନ୍ଦ, ସୁଧାକର ପଲେଇ ରବିନ୍ଦ୍ରଙ୍କ ମୃତୁ୍ୟ ପାଇ ଦାୟୀ କରି ଅଭିଯୋଗ କରିଥିଲେ । ସେମାନଙ୍କ ମଧ୍ୟରୁ ପୁଲିସ ଦୁଇଜଣଙ୍କୁ ଥାନାକୁ ନେଇଥିଲେ ମଧ୍ୟ ଛାଡି ଦେଇଥିଲା । ଉଦ୍ୟେଶ ମୂଳକ ଭାବେ ତାରବାଡକୁ ବିଦୁ୍ୟତ ସଂଯୋଗ କରି ରଖିବା ଫଳରେ ରବିନ୍ଦ୍ରଙ୍କ ମୃତୁ୍ୟ ଘଟିଥିଲା । ଘରର ଏକମାତ୍ର ରୋଜଗାରକ୍ଷମ ରବିନ୍ଦ୍ରଙ୍କ ମୃତୁ୍ୟ ପରେ ତାଙ୍କ ତିନି ଝିଅ ଏବେ ଅନାଥ । ହେଲେ ସଦର ପୁଲିସ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ସେମାନଙ୍କୁ ଛାଡିଦେଇଥିବାରୁ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଅନାଥ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଆଜି ରବିନ୍ଦ୍ର ପରିବାର ଏସପିଙ୍କୁ ଭେଟି ଘଟଣାରେ ହସ୍ତକ୍ଷେପ କରି ନ୍ୟାୟ ଭିକ୍ଷା କରିଛନ୍ତି ।