ଟ୍ରାଫିକ ସମସ୍ୟା ବଢାଉଛି ବିଆରପିଏଲ କାରଖାନା


ାା ପ୍ରଭାନୁ୍ୟଜ ।ା ଦାନଗଦୀ :  କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ବାହାରେ ହେଲାଣି । ବ୍ୟାସନଗରରୁ ଡୁବୁରୀ ଯାଇଥିବା ରାଜପଥରେ ଯାତାୟାତ କରିବାରେ ଘଣ୍ଟାଘଣ୍ଟା ବିଳମ୍ବ ହେଉଥିଲା ବେଳେ ଲୋକ ମାନେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି । ଦାନଗଦୀ ମିଲିଟାରୀ ଛକରୁ ମାନପୁର ଓଭରବ୍ରିଜ ଦେଇ ଟାଟା ବିଆରପିଏଲ ଗୋଲେଇ ଛକ ପର୍ଯ୍ୟନ୍ତ ନାହଁ ନ ଥିବା ଭିଡ଼ ହେଉଛି । ସବୁଠୁ ଭିଡ଼ ହେଉଛି ବିଆରପିଏଲ ଗୋଲେଇ ଛକ ଠାରେ, ଏହି କାରଖାନାକୁ ପେଲେଟ୍ସ ଲୋଡିଙ୍ଗ ପାଇଁ ଆସୁଥିବା ଭାରୀ ଯାନ ଗୁଡିକ ରାସ୍ତା ବନ୍ଦ କରି ଧାଡିରେ ରହୁଛନ୍ତି । ଘଣ୍ଟାଘଣ୍ଟା ରାସ୍ତା ବନ୍ଦ କରିଦେଉଛନ୍ତି । ଏହା ଫଳରେ ରାସ୍ତାରେ ଗାଡି ମଟର ଭିଡ଼ ହେବା ସହ ଦୁର୍ଘଟଣା ମାନ ଘଟୁଛି, କାରଖାନାରେ କୌଣସି ପାର୍କିଂ ବ୍ୟବସ୍ଥା ନ ଥିବାରୁ ବେଆଇନ ଭାବେ ଚଉଦ ଚକିଆ, ଦଶ ଚକିଆ ଭାରୀ ଯାନ ଗୁଡିକ ଠିଆ କରି ଭିଡ଼ କରୁଛନ୍ତି । ଏହି ଭିଡ଼କୁ ନିୟନ୍ତ୍ରଣ କରିଟ୍ରାଫିକ ସମସ୍ୟାକୁ ଠିକ କରିବା ପାଇଁ କାରଖାନାର ସୁରକ୍ଷା କର୍ମୀ କି ପୁଲିସ ପ୍ରଶାସନ ଦୃଷ୍ଟି ଦେଉ ନାହାଁନ୍ତି । କଳିଙ୍ଗନଗର ଶୀଳ୍ପନଗରୀରେ ହଜାର ହଜାର ଭାରୀଯାନ ଆସୁଥିବା ବେଳେ ଏସବୁ ପାର୍କିଂ ପାଇଁ ବ୍ୟବସ୍ଥା ନକରିବା କି ପ୍ରଶାସନ ତରଫରୁ କୌଣସି ମାଷ୍ଟର ପ୍ଲାନ ନକରିବାରୁ ଗାଡି ବାଲା ମନମୁଖୀ ଭାବେ ଗାଡି ଠିଆ କରୁଛନ୍ତି । ବାଇକ ଚାଳକ, କାର ଚାଳକ ମାନଙ୍କୁ ରାସ୍ତାରେ ଯାତାୟାତ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ରାସ୍ତା ଉପରେ ଠିଆ ହେବା ଫଳରେ ବିଆରପିଏଲ ଗୋଲେଇ ଛକରେ ଭିଡ଼ ରହୁଛି । ଭାରୀ ଯାନ ଚାଲିବା ଫଳରେ ରାସ୍ତା ଗୁଡିକରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେଉଛି । ଯାହା ଫଳରେ ଦୁର୍ଘଟଣା ଅଧିକରୁ ଅଧିକ ଘଟୁଛି । ଏଥିପ୍ରତି ପୁଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।