ମନ୍ତ୍ରୀଙ୍କ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ
ାା ପ୍ରଭାନୁ୍ୟଜ ।ା ଟମକା: ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ଓଡିଶା ସରକାରଙ୍କର ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବୁଧବାର ଟମକା ଗସ୍ତକରି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଟମକା ଭାରତୀୟ ଜନତା ଦଳ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀବଳ ସାମନ୍ତ ସାମିଲ୍ ହୋଇ ଟମକା ଛକ ଓ ଏହାର ଆଖାପାଖ ଅଞ୍ଚଳକୁ ଝାଡୁ ମାରି ସଫା କରିବା ସହ ସ୍ୱଚ୍ଛତା ରହିଲେ ମଣିଷ ସୁସ୍ଥ ରହିବା ସହିତ ପରିବେଶ ଭଲ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ଧୀର, ପବିତ୍ର ମୋହନ ମହାପାତ୍ର,ଦେଉଳକଣ ସରପଞ୍ଚ ବିଜୟ କୁମାର ଜେନା, ଯୁବନେତା ମଳୟ କୁମାର ରାଉତ, ସନ୍ତୋଷ କୁମାର ନାୟକ, ମଧୁସୁଦନ ମହାକୂଡ, ନିରଞ୍ଜନ ପାତ୍ର, ହରେକୃଷ୍ଣ ଦାସ, ସାଗର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।