ଜିସିଇ କଲେଜରେ ର୍ୟାଗିଂ ଅଭିଯୋଗ ୫ ଛାତ୍ର ଗିରଫ, ବର୍ଷେ ପାଇଁ ସସ୍ପେଣ୍ଡ  

ାା ପ୍ରଭାନୁ୍ୟଜ ।ା କେନ୍ଦୁଝର: କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିସିଇ) ରେ ର୍ୟାଗିଂ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସିନିୟର ଛାତ୍ରମାନଙ୍କ ଆକ୍ରମଣରେ ଜଣେ ଜୁନିୟର ଛାତ୍ର ଆହତ ହୋଇ କେନ୍ଦୁଝର ମୁଖ୍ୟ ଚିକିସôାଳୟରେ ଚିକିସôାଧିନ ଅଛନ୍ତି । ତାଙ୍କ ନାମ ବିଶ୍ୱଜିତ୍ ବେହେରା ଏବଂ ଦ୍ୱିତୀୟ ବର୍ଷ ମାଇନିଂ ଇଞ୍ଜିନିୟରିଂରେ ପଢୁଛନ୍ତି । ଗତକାଲି ରାତି ପ୍ରାୟ ୨ଟା ୪୫ରେ ସିନିୟର ଛାତ୍ର ମୋହିତ ପାତ୍ର, ସାଫଲ୍ୟ ମଲ୍ଲିକ, କୁସୁମ ହାଁସଦା, ଶେଖର କୁମାର ମକର ଏବଂ ରବିନ୍ଦ୍ର ନାଥ ଦାସ ବଳଦେବଜୀଉ ହଷ୍ଟେଲର ୧୧୨ ନମ୍ବର ରୁମ କବାଟ ଭାଙ୍ଗି ଭିତରେ ପଶି ଲୁହାରଡ ଓ ବାଡିରେ ପିଟାପିଟି କରିଥିଲେ । ସେମାନଙ୍କ ଆକ୍ରମଣରେ ବିଶ୍ୱଜିତ୍ ବେହେରା ଗୁରୁତର ଆହତ ହୋଇଥିଲେ । ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ଚିକିସôା ପାଇଁ ଅଣାଯାଇଥିଲା । ଏହି ଘଟଣାକୁ ନେଇ ବିଶ୍ୱଜିତ୍ଙ୍କ ବାପା ବିନୟ କୁମାର ବେହେରା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ଘଟଣାରେ ସଂପୃକ୍ତ ୫ ଜଣ ଛାତ୍ରଙ୍କୁ ପୁଲିସ ଗିରଫ କରିଛି । ଏହି ମାମଲାରେ କଲେଜ ପକ୍ଷରୁ ପ୍ରାଥମିକ ତଦନ୍ତ ପରେ ସେମାନଙ୍କୁ ୧ ବର୍ଷ ପାଇଁ ସସ୍ପେଣ୍ଡ କରାଯାଇଛି । ପୂର୍ବରୁ ସେମାନେ ବିଶ୍ୱଜିତ୍କୁ ର୍ୟାଗିଂ କରି ଆସୁଥିଲେ ବୋଲି ତାଙ୍କ ଅଭିଯୋଗ କରିଥିଲେ ହେଁ କଲେଜ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ । ତେବେ କଲେଜ କର୍ତ୍ତୃପକ୍ଷ ଏ ନେଇ କୌଣସି ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ଚେତାବନୀ ଦେଇ ଛାଡି ଦେଇଥିଲେ । ଫଳରେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହି କଲେଜରେ ଆଂଟି ର୍ୟାଗିଂ ସେଲ ସଠିକ୍ ଭାବରେ କାମ କରୁନଥିବାରୁ ଏଭଳି ଘଟଣା ଘଟୁଛି । ଏ ନେଇ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ସରୋଜ କୁମାର ଷଡଙ୍ଗୀ ଘଟଣାର ଯାଂଚ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଅଭିଯୋଗ ହେବା ପରେ ଟାଉନ ପୁଲିସ କେସ ନମ୍ବର ୫୫୧ ଭାରତୀୟ ନ୍ୟାୟ ସଂହିତା ୩୩୧(୪)/୧୨୬(୨)/୧୧୫(୨)/୧୧୮/୩୫୧(୩)/୩୦୩(୨)/୩(୫)ରେ ମାମଲା ରୁଜୁ ହୋଇଛି ।