ଜିନ୍ଦଲ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ
ାା ପ୍ରଭାନୁ୍ୟଜ ।ା କଳିଙ୍ଗନଗର: ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ଼ ଏହାର ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପମାନ ବିଭିନ୍ନ ଗ୍ରାମ ମାନଙ୍କରେ କରାଯାଇଛି । ଦାନଗଦୀ ପଞ୍ଚାୟତ ସମିତି ଅଧିନସ୍ଥ ଶୋଲେଇ, ଶିଙ୍ଗାଗଡ଼ିଆ, ଏବଂ ଦାନଗଦୀ ବଜାର ଅଞ୍ଚଳରେ ବର୍ଜ୍ୟ ବସ୍ତୁ ପରିଚାଳନା ପ୍ରକଳ୍ପ କାର୍ଯ୍ୟକାରୀ କରିଆସୁଛି । ପରିବେଶ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହିତ ଗ୍ରାମର ପ୍ରତ୍ୟେକ ଲୋକମାନଙ୍କୁ ସ୍ୱଚ୍ଛ ପରିବେଶର ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା ଏହି ପ୍ରକଳ୍ପର ପ୍ରମୁଖ ଉଦେ୍ଦଶ୍ୟ ରହିଥିବା ବେଳେ ଚଳିତ ବର୍ଷ ଶୋଲେଇ ଗ୍ରାମକୁ ଏକ ସ୍ୱଚ୍ଛ ଆଦର୍ଶ ଗ୍ରାମରେ ପରିଣତ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ପ୍ରକଳ୍ପ ମାଧ୍ୟମରେ ପ୍ରତିଦିନ ଘରଘର ବୁଲି ଅଳିଆ ସଂଗ୍ରହ ଗାଡି ପ୍ରତ୍ୟେକ ଘରୁ ଓଦା ଏବଂ ଶୁଖିଲା ଦୁଇ ପ୍ରକାରର ଆବର୍ଜନା ସଂଗ୍ରହ କରିବା ସହିତ ସଂଗୃହିତ ବର୍ଜ୍ୟବସ୍ତୁ ଗୁଡିକୁ ନେଇ ଧୂଳିଗଡ଼ ଠାରେ ନିର୍ମିତ ଗଜୠ କେନ୍ଦ୍ରଠାରେ ପ୍ରକିୟାକରଣ କରାଯାଇଥାଏ ଓ ଓଦା ବର୍ଜ୍ୟବସ୍ତୁରୁ କମ୍ପୋଷ୍ଟ ଖତ ପ୍ରସ୍ତୁତ କରାଯାଉଥିବା ବେଳେ ଶୁଖିଲା ବର୍ଜ୍ୟ ବସ୍ତୁକୁ ପୁନଃ ବ୍ୟବହାରଯୋଗ୍ୟ କରିବା ପାଇଁ ଓଡିଶା ବାହାରକୁ ପଠାଯାଏ ଓ ଓଦା ବର୍ଜ୍ୟ ବସ୍ତୁରୁ ପ୍ରସ୍ତୁତ କମ୍ପୋଷ୍ଟ ଖତକୁ ପରିବେଶ ଅନୁକୂଳିତ ପ୍ୟାକେଟରେ ପ୍ୟାକିଂ କରାଯାଇ ଲୋକମାନଙ୍କୁ ବିଭିନ୍ନ ଫସଲ ତଥା ଫୁଲଗଛରେ ପ୍ରୟୋଗ କରିବା ପାଇଁ ବିନା ମୂଲ୍ୟରେ ପ୍ରଦାନ କରାଯାଇଥାଏ । ପ୍ରକଳ୍ପର ଗୁରୁତ୍ୱକୁ ଉପଲବ୍ଧି କରି କମ୍ପାନୀ କର୍ତ୍ତୃପକ୍ଷ ଚଳିତ ବର୍ଷ ଶୋଲେଇ ଗ୍ରାମକୁ ଏକ ଆଦର୍ଶ ଗ୍ରାମ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ସଚେତନ କରିବା ପାଇଁ ଦାନଗଦୀ ବ୍ଲକ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରେ ବକ୍ତୃତା ପ୍ରତିଯୋଗୀତା, ଚିତ୍ରାଙ୍କନ ପ୍ରତିଯୋଗୀତା, ପୋଷ୍ଟର ତିଆରି ପ୍ରତିଯୋଗୀତା ପ୍ରଭୃତି ଆୟୋଜନ କରାଯାଉଛି । ତା ସହିତ ବିଦ୍ୟାଳୟ ପରିସର ସବୁଜ ସୁନ୍ଦର କରିବା ପାଇଁ ମାଣତିରା ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଏବଂ ବିଲୁପ୍ତ ପ୍ରାୟ ଔଷଧୀୟ ବୃକ୍ଷ ଗୁଡିକର ରକ୍ଷଣାବେକ୍ଷଣ ତଥା ସେଗୁଡିକର ଔଷଧୀୟ ଗୁଣ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ କୁମ୍ଭିରାଗାଡ଼ିଆ ବିଦ୍ୟାଳୟ ପରିସରରେ ଔଷଧୀୟ ବଗିଚା ପ୍ରତିଷ୍ଠା କରିବା ପ୍ରଭୁତି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜିନ୍ଦଲ କମ୍ପାନୀ କର୍ତ୍ତୃପକ୍ଷଙ୍କର ଏହି ପରିବେଶ ସମ୍ବନ୍ଧିତ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଗ୍ରୀନ ଡ୍ରିମ ଫାଉଣ୍ଡେସନ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥାକୁ ନିୟୋଜିତ କରିଛି ।