ଉମେଶଙ୍କ ରୋଡ ଶୋ’
ବ୍ରହ୍ମବରଦା: ବରୀ ନିର୍ବାଚନମଣ୍ଡଳୀ ଅଧୀନ ବ୍ରହ୍ମବରଦା ଓ ମହେଶ୍ୱରପୁର ପଞ୍ଚାୟତରେ ବିଜେପି ପକ୍ଷରୁ ରୋଡ ଶୋ’ ଅନୁଷ୍ଠିତ ହୋଇଯାଇଛି । ବରୀ ବିଧାନସଭା ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନା ରୋଡ ଶୋ’ରେ ଯୋଗଦେଇ ବ୍ରହ୍ମବରଦା ଓ ମହେଶ୍ୱରପୁର ପଞ୍ଚାୟତର ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ନିଜ ମତ ବିନିମୟ କରିଥିଲେ । ସ୍ଥାନେ ସ୍ଥାନେ ଲୋକମାନଙ୍କୁ ଭେଟି ସେମାନଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ । ଅପରାହ୍ନରେ ଶ୍ରୀ ଜେନା ନିଜର ହଜାର ହଜାର ସମର୍ଥକଙ୍କ ସହ ବଜାରଘାଟ ସ୍ଥିତ ବ୍ରାହ୍ମଣୀ ବ୍ରିଜ୍ ନିକଟରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ପ୍ରଥମେ ମହେଶ୍ୱରପୁର, ଚାନ୍ଦପୁର, ବ୍ରହ୍ମବରଦା ଗ୍ରାମର ଢିଅସାହି, ବରଦାସାହି ଓ ବେଲଗୁଡି ଦେଇ ଛେନାଖିଆପାଟଣା ସ୍ଥିତ ଶ୍ରୀ ଗୋପୀନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ । ସେଠାରୁ ସେ ବିଜୟୀ ପାଇଁ ଶ୍ରୀ ଗୋପୀନାଥ ଓ ମଙ୍ଗଳା ମାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ରୋଡ ସୋରେ ପୂର୍ବତନ ବରୀ ବ୍ଲକ ଅଧ୍ୟକ୍ଷ ନୀଳମଣି ସାମଲ, ପ୍ରଦୀପ ଦାସ, ପ୍ରଫୁଲ୍ଲ ଗିରି, ସଫି ଆଲାମ୍ ଖାଁ, ସେକ ଆବୁଲ କଲାମ, ଅଭିମନୁ୍ୟ ମହାଳିକ, ବିକାଶ ଦାସ, ରଶ୍ମିରଞ୍ଜନ ମିଶ୍ରଙ୍କ ସମେତ ଛେନାଖିଆପାଟଣା ଗ୍ରାମର ସଭାପତି ଅରୁଣ ବେହେରା, ନବଘନ ବେହେରା, ବାଇଧର ବେହେରା, ବାଦଲ ବେହେରା, ମନୋରମା ମଣ୍ଡଳଙ୍କ ଓ ବହୁ ଗ୍ରାମବାସୀ ସାମିଲ ହୋଇଥିଲେ ।