ବନ୍ଧୁକ ଦେଖାଇ ଲୁଟ୍ ଅଭିଯୋଗ
।ା ପ୍ରଭାନୁ୍ୟଜ ।ା ପାଣିକୋଇଲି: ଏହି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଟିକର ଛକ ନିକଟରେ ଅଟକିଥିବା କାରରୁ ଟଙ୍କା ସୁନା ବନ୍ଧୁକ ଦେଖାଇ ଲୁଟ ହୋଇଥିବାର ଅଭିଯୋଗ ଥାନାରେ ହୋଇଛି । ଅଭିଯୋଗ ପରେ ପୁଲିସ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ପ୍ରକାଶଯେ ପୁରୀ କୁମ୍ଭାପଡା ଥାନା ଅଂଚଳର ଅରବିନ୍ଦ ଖୁଣ୍ଟିଆ ପଂଜାବ ନେସନାଲ ବ୍ୟାଙ୍କର କଲିକତା ନଛିପୁର ବ୍ରାଂଚର ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ଗତ ୩୦ ତାରିଖ ରାତ୍ରି ୧୦ଟା ୪୦ ମିନିଟ ସମୟରେ ସ୍ତ୍ରୀ ଓ ପିଲାଙ୍କୁ ଧରି କଲିକତା ଅଭିମୁଖେ ଏକ କାରରେ ପୁରୀରୁ ଆସୁଥିଲେ । ଏକ ଫୋନ ଆସିବାରୁ ସେ ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଟିକର ଛକ ଠାରେ ଗାଡି ଅଟକାଇ କଥା ହେଉଥିଲେ । ଏହି ସମୟରେ ୪ଟି ବାଇକରେ ୭/୮ ଜଣ ଆସି କାରର ୪ପଟୁ ଘେରି ଯାଇଥିଲେ । ବନ୍ଧୁକ ଦେଖାଇ ନଗଦ ୧୭ ହଜାର ଟଙ୍କା ସମେତ ସୁନାଚେନ , ବେଅସଲେଟ, କାନଫୁଲ, ମୁଦି ସମେତ ବିଭିନ୍ନ ଅଳଙ୍କାର ଲୁଟି ନେଇଥିଲେ ।