ମରାମତି ପରେ ଧସିଲା ରାସ୍ତା



ଗୋପୀନାଥପୁର ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ପୂର୍ତ୍ତ ରାସ୍ତା ମରାମତିର  ୪ ଦିନ ନ ପୁରୁଣୁ ଧସିଲା ରାସ୍ତା । ପୂର୍ବରୁ ଏହି ରାସ୍ତା ବରାହିପୁର ନିକଟରେ ୫୦ ମିଟରରୁ ଊଦ୍ଧ୍ୱର୍ ଧସେଇ ଯାଇଥିଲା । ଯାହାର ମରାମତି ପୂର୍ବରୁ କ୍ଷେତ୍ର ପରିଦର୍ଶନ କରିଥିଲେ ସ୍ଥାନୀୟ ବିଧାୟକ ସାରଦା ପ୍ରଧାନଙ୍କ ସହ ବିଭାଗୀୟ ଅଧିକାରୀ ।  ଏବଂ ରାସ୍ତା ମରାମତି ବାବଦରେ ବିଭାଗ ପକ୍ଷରୁ ଖର୍ଚ୍ଚ ହୋଇଥିଲା ୩ ଲକ୍ଷ । କିନ୍ତୁ ରିପ୍ୟାରିଙ୍ଗ୍ର ୪ ଦିନ ନ ପୁରୁଣୁ ରିପ୍ୟାରିଙ୍ଗ୍ ହୋଇଥିବା ସ୍ଥଳଟି ପୁର୍ନବାର ଧସେଇ ପଶିଲା । ଯାହାକୁ ନେଇ ପୂର୍ତ୍ତ ବିଭାଗର ପାରିବାପଣିଆ ପଦାରେ ପଡିଛି । ପ୍ରକାଶ ଯେ, ଉକ୍ତ ସ୍ଥାନରେ ରାସ୍ତାଟି ବାରମ୍ବାର ଦବି ଧସେଇବା ଯୋଗୁଁ ପୂର୍ବରୁ ନିମ୍ନମାନର କାର୍ଯ୍ୟ ନେଇ ପୂର୍ବରୁ ଏହାର ଭିଜିଲାନ୍ସ ତଦନ୍ତ ଚାଲୁ ରହିଛି । ଏବେ ଏହି ରାସ୍ତାଟି ପ୍ରାୟ ୨ଶହ ଫୁଟ ଲମ୍ବ ୮ଫୁଟର ଓସାର ଏବଂ ଏକ ଫୁଟ ତଳକୁ ଦବି ଯାଇ ରାସ୍ତାଟି ଧସେଇବାରେ ଲାଗିଛି । ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ ବାରମ୍ବାର ଏହି ରାସ୍ତାର ମରାମତି କାର୍ଯ୍ୟ  ଅତି ନିମ୍ନମାନର ହେଉଥିବାରୁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ୨୦୧୯ରେ ବରାହିପୁର ଠାରେ ରାସ୍ତା ଦବି ଥିବା ଜାଗାକୁ ମରାମତି କରାଯାଇଥିଲା । ପୁର୍ନବାର ଗତ ୨୦୨୨ ମସିହା ତ୍ରିବେଣୀଶ୍ୱରଠାରେ ୨ଶହ ଫୁଟରୁ ଊଦ୍ଧ୍ୱର୍ ଘାଇ ହୋଇ ୧୦ଟି ଦୋକାନ ଗୃହ ବିରୁପା ନଦୀରେ ଲୀନ ହୋଇଥିଲା । ପୂର୍ତ୍ତବିଭାଗ ପକ୍ଷରୁ ନିମ୍ନମାନର କାର୍ଯ୍ୟ ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟୁଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଘଟଣାଙ୍କୁ ନେଇ ସହକାରୀ ନିର୍ବାହୀଯନ୍ତ୍ରୀ ନିଳମଣୀ ପ୍ରୟାଗଚାନ୍ଦ ବେହେରା କହିଛନ୍ତି ଧସେଇ ପଶିଥିବା ରାସ୍ତାକୁ ବିଭାଗ ପକ୍ଷରୁ ଜଷ୍ଟ ରିପ୍ୟାରିଙ୍ଗ୍ କରାଯାଇଥିଲା । ଉଭୟ ପାଶ୍ୱର୍ରେ ସୁରକ୍ଷା କାନ୍ଥ ନ ଥିବାରୁ କେନାଲ ପାଣି ଝର ପଡି ରାସ୍ତାକୁ ଦବାଇ ଦେଉଛି । କେନାଲ ପାଣି ବନ୍ଦ ପରେ ଜଳସଂପଦ ବିଭାଗ ପକ୍ଷରୁ ଏହାର ସ୍ଥାୟୀ ସମାଧାନ ନିମନ୍ତେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କହିବା ସହ ଏହି ରାସ୍ତାର ଭିଜିଲାନ୍ସ ତଦନ୍ତ ଚାଲୁରହିଛି । ସୂଚନାଥାଉକି, ପୂର୍ବରୁ ଏହି ରାସ୍ତା ଧସେଇ ପଶିଥିବା ଘଟଣାରେ ସେତେବେଳର ବିରୋଧୀ ବର୍ତ୍ତମାନର ବିଧାୟକ ସାରଦା ପ୍ରଧାନ ସ୍ଥାନୀୟ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ଦାୟୀ କରି ଭିଜିଲାନ୍ସ ତଦନ୍ତ ଦାବି କରିଥିଲେ । ତେବେ ସମ୍ପୃକ୍ତ ଯନ୍ତ୍ରୀ କେଉଁ ସ୍ୱାର୍ଥରେ ଦୀର୍ଘ ୧୦ ବର୍ଷରୁ ଊଦ୍ଧ୍ୱର୍ ହେବ ମାହାଙ୍ଗା ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରହିଛନ୍ତି ।