ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ବିଜୁ ଜନତା ପକ୍ଷରୁ ସୋମବାର ବାକି ଥିବା ବିଧାନସଭା ଆସନରୁ ଆଉ କିଛି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତମ ପର୍ଯ୍ୟାୟରେ ଆଉ କିଛି ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ବାକି ଥିବା ୧୨ ଆସନ ମଧ୍ୟରୁ ୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଫଳରେ ବର୍ତ୍ତମାନ ସୁଦ୍ଧା ମୋଟ ୧୪୧ ଜଣଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ଆହୁରି ୬ ଜଣଙ୍କ ନାମ ବାକି ଅଛି । ତେବେ ଆଜି କେଉଁ ଆସନ ପାଇଁ କାହା ନାମ ଘୋଷଣା କରାଯାଇଛି ସେ ସମ୍ପର୍କରେ ଜାଣନ୍ତୁ:
ରଘୁନାଥପାଲି:ଅର୍ଚ୍ଚନା ବେହେରା
ହିନ୍ଦୋଳ: ମହେଶ ସାହୁ
ବରୀ:ବିଶ୍ୱରଞ୍ଜନ ମଲ୍ଲିକ
ବାଙ୍ଗିରିପୋଷି:ରଞ୍ଜିତା ମାରାଣ୍ଡି
ବାଲିକୁଦା-ଏରସମା: ସାରଦା ଜେନା
କାକଟପୁର: ତୁଷାରକାନ୍ତି ବେହେରା