ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳା
।ା ପ୍ରଭାନୁ୍ୟଜ ।ା : ବାଙ୍କୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡମପଡ଼ା ମଣ୍ଡଳରେ ଭାରତୀୟ ଜନତାପାର୍ଟି ପକ୍ଷରୁ ମଣ୍ଡଳସ୍ତରୀୟ ୨୦୨୪ ସଦସ୍ୟତା ଅଭିଯାନ କର୍ମଶାଳା ନିସ୍ତିପୁର ମା’ଅରାଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ସୁଶାନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବାଙ୍କୀ ବିଧାନସଭା ବିଜେପି ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ , ବିଧାନସଭା ସଂଯୋଜକ ତଥା ଡମପଡ଼ା ବ୍ଲକ କଟକ ସାଂସଦଙ୍କ ପ୍ରତିନିଧି ସରୋଜ କୁମାର ମତଗଜ ସିଂହ, ଜିଲ୍ଲା ସଂପାଦକ ବିନୋଦ ଦାସ, ପ୍ରଭାରୀ ସନ୍ତୋଷ କୁମାର ଷଡଙ୍ଗୀ, ବାଙ୍କୀ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଜଗନ୍ନାଥ ପରିଡା, ରବିନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏଥିସହିତ ବିଭିନ୍ନ ଶକ୍ତି କେନ୍ଦ୍ରରୁ ଆସିଥିବା ୨ଶହରୁ ଊଦ୍ଧ୍ୱର୍ ମହିଳା, ଯୁବକ ଓ ବରିଷ୍ଠ କାର୍ଯ୍ୟକର୍ତ୍ତାମାନଙ୍କୁ ବୁଥ୍ ସ୍ତରରେ କିଭଳି କେଉଁ ପ୍ରକାରର ମାନସିକତା ଥିବା ବ୍ୟକ୍ତିମାନଙ୍କୁ ଦଳର ସଦସ୍ୟ ଭାବେ ଗ୍ରହଣ କରାଯିବ ସେ ସଂପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ଏ ସଂପର୍କରେ ନିଜର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଆସନ୍ତା ୩୧ ତାରିଖ ସୁଦ୍ଧା ବୁଥ୍ସ୍ତରୀୟ କର୍ମଶାଳା ଶେଷ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।