ଷ୍ଟାଡିୟମରେ ମୀନାବଜାରକୁ ନେଇ ଅସନ୍ତୋଷ

ାା ପ୍ରଭାନୁ୍ୟଜ୍ ।ା କୁଜଙ୍ଗ: ମିନିଷ୍ଟାଡିୟମରେ ମିନାବଜାର ବ୍ୟବସାୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହାମା ସ୍ଥିତ ସାରଳା ମହାବିଦ୍ୟାଳୟ ସମୁଖ ଖେଳପଡ଼ିଆ ତଥା ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ପରିସରରେ ଜୈନିକ ବ୍ୟକ୍ତି ସୁପର ମିନାବଜାର ବ୍ୟବସାୟ ପାଇଁ ମିନି ଷ୍ଟାଡିୟମ ବ୍ୟବହାର କରିବାକୁ ନେଇ ସ୍ଥାନୀୟ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ଅଭିଭାବକ, କ୍ରୀଡ଼ାପ୍ରେମୀ ମାନେ ଏହାକୁ ବିରୁଦ୍ଧକରି ଜିଲ୍ଲାପାଳ ମହୋଦୟଙ୍କୁ ଗତ ୨୪ ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ବ୍ୟବସାୟ ହେଲେ ବିଦ୍ୟାଳୟ, ମହାବିଦ୍ୟାଳୟ ରେ ଅଧ୍ୟୟନରତ ସ୍ଥାନୀୟ ଛାତ୍ରଛାତ୍ରୀ ଓ କ୍ରୀଡ଼ାପ୍ରେମୀ ମାନଙ୍କ ଦୈନିକ ଖେଳ କସରତ ଓ ପଡିଆ ପରିସରରେ ସରକାରଙ୍କ ଦ୍ୱାରା ଖୋଲା ବ୍ୟାୟାମ କେନ୍ଦ୍ର ଓ ଯୋଗଗୃହ ଥିବାରୁ ଉକ୍ତ ମିନବଜାର ବ୍ୟବସାୟ କାରଣେ ବଞ୍ଚିତ ହେବାକୁ ପଡିବ । ଡାକବାଜି ଯନ୍ତ୍ର ଧ୍ୱନୀରେ ଛାତ୍ରଛାତ୍ରଙ୍କ ପାଠପଢା ବ୍ୟାଘାତ ହେବା ସହିତ ଖେଳପଡ଼ିଆରେ ୫୦ ରୁ ଉର୍ଦ୍ଧ ଦୋକାନବଜାର ଏବଂ ବିଭିନ୍ନ ଦୋଳି ରାମଦୋଳି ପଡିଆର ବିଶେଷ କ୍ଷତି ସହିତ ପରିବେଶ ପ୍ରଦୁ୍ୟଷଣକୁ ନେଇ ଅଭିଯୋଗ ଅଣାଯାଇଥିଲା । ଜିଲ୍ଲାପାଳ ଉପ ଜିଲ୍ଲାପାଳଙ୍କୁ ତଦନ୍ତ କରି ଜୈନିକ ବ୍ୟକ୍ତିଙ୍କୁ ସୁପର ମିନାବଜାର ବ୍ୟବସାୟ କରିବାକୁ ପ୍ରଶାସନ ଦେଇଥିବା ଅନୁମତି କୁ ରଦ୍ଦ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଅଦ୍ୟାବଧି ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ପୂର୍ବପରି ବ୍ୟବସାୟ ଅଦ୍ୟାବଧି ଚାଲୁ ରହିଛି । ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲାପ୍ରଶାସନ ତରଫରୁ ସାମୁହିକ ସ୍ୱାର୍ଥକୁ ଅଣଦେଖା କରୁଥିବାରୁ ସ୍ଥାନୀୟ ବାସିନ୍ଦା ଓ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ କ୍ଷୋଭ ପ୍ରକାଶ କରି ପୁନର୍ବାର ଜିଲ୍ଲାପାଳଙ୍କୁ ଆଉ ଏକ ଅଭିଯୋଗପତ୍ର ପ୍ରଦାନ କରି ଅନୁରୋଧରେ କହିଛନ୍ତି କି ଶୀଘ୍ର ଏହାର ପୁର୍ନବିଚାର ନହେଲେ ରାହାମା ଅଞ୍ଚଳବାସୀଙ୍କ ସାମୁହିକ ଅଧିକାର ଓ ସ୍ୱାର୍ଥ ପାଇଁ ରାଜ୍ୟ ମାନବାଧିକାର କମିଶନର, ନାୟାଳୟ ଓ ଉଚ୍ଚ ନାୟାଳୟର ଦ୍ୱାରସ୍ଥ ହେବେ । ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସମାଜସେବୀ ଆଡ଼ଭୋକେଟ ଡ଼ଃ ସୁନାକର ବେହେରା, ବାସୁଦେବ ବରାଳ, ପ୍ରଦୀପ କୁମାର ବେଉରା, ବାଲୁଙ୍କେଶ୍ୱର ସାହୁ, ନୃସିଂହ ଚରଣ ସେନାପତି, ପ୍ରଦୀପ କୁମାର ସାହୁ, ପବିତ୍ର ମୋହନ ପରିଜା, ବ୍ରଜବନ୍ଧୁ ସାହୁ ପ୍ରମୁଖ ବୁଦ୍ଧିଜୀବୀ ଓ ଅଭିଭାବକ ମାନେ ଜିଲ୍ଲା ପ୍ରଶାସନର ତୁରନ୍ତ ପଦକ୍ଷେପ ନେଉ ବୋଲି ଦାବି କରିଛନ୍ତି  ।