ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମଧ୍ୟରେ ବୁଝାମଣାପତ୍ର 


ଭୁବନେଶ୍ୱର: ରାଜ୍ୟରେ ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କ ସଶକ୍ତିକରଣ ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି  । ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଡିଜାବିଲିଟିସହ ବିଭାଗ ପକ୍ଷରୁଏହି ବୁଝାମଣାପତ୍ର ସ୍ୱାକ୍ଷରିତ
ହୋଇଥିଲା  । ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ  ବିଷ୍ଣୁପଦ ସେଠୀ ଉପସ୍ଥିତ ଥିଲେ  । 
    ପ୍ରଥମ ବୁଝାମଣାପତ୍ର ଅନୁଯାୟୀ ସ୍କିଲ୍ କାଉନ୍ସିଲ୍ ଫର ପର୍ସନସ୍ ଉଇଥ୍ ଡିଜେବିଲିଟି ରାଜ୍ୟର ଭିନ୍ନକ୍ଷମଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶନିମନ୍ତେ ଏକ ବର୍ଷ ପର୍ଯ୍ୟନ୍ତ ପ୍ରଶିକ୍ଷଣ ହେବ  । ଏହି ପ୍ରଶିକ୍ଷଣ ପରେ ଛାତ୍ରଛାତ୍ରୀମାନେ ଫେସନ ଡିଜାଇନିଂ, ଅଟୋମୋଟିଭ୍, ହୋଟେଲ ମ୍ୟାନେଜମେଣ୍ଟ, ପର୍ଯ୍ୟଟନ ଶିଳ୍ପ, ସିକୁ୍ୟରିଟିକମ୍ପାନୀ, ହସ୍ପିଟାଲ୍ ଓ ବିଭିନ୍ନ ଘରୋଇ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇପାରିବେ  । ଏହି ବୁଝାମଣା ପତ୍ରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମସ ଶକ୍ତିକରଣ ବିଭାଗ ପକ୍ଷର ନିଦେ୍ର୍ଦଶକ ନିୟତି ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ସନ୍ତୋଷ କୁମାର ପ୍ରଧାନ ଓ ଦୀପକ ରାଉତରାୟଏବଂ ସ୍କିଲ୍ କାଉନ୍ସିଲ୍ ଫର ପର୍ସନସ୍ ଉଇଥ୍ ଡିଜେବିଲିଟି ପକ୍ଷରୁ ମୁଖ୍ୟ ନିର୍ବାହୀ ଅଧିକାରୀ ରବିନ୍ଦ୍ର ସିଂହ ଓ ଅଧ୍ୟକ୍ଷ ଶାଳିନୀ ଖାନ୍ନା ସ୍ୱାକ୍ଷର କରିଥିଲେ  । 
ସେହିପର ୍ୱିତୀୟବୁଝାମଣାପତ୍ର ଅନୁଯାୟୀ ‘ସାଇଟ୍ ବିୟଣ୍ଡ ସାଇଟ୍’ ପ୍ରକଳ୍ପ ଅଧୀନରେ ସି-ଡାକ୍ରାଜ୍ୟର ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ କମ୍ପୁ୍ୟଟର ବିଷୟକ ଶିକ୍ଷାଦାନ କରିବ  । ପ୍ରଥମ ପର୍ଯ୍ୟାୟରେ ୧୮ ମାସ ମଧ୍ୟରେ ୫୦୦ ବିଦ୍ୟାର୍ଥୀ ଓ ଶିକ୍ଷକଙ୍କୁ ଏହିଶିକ୍ଷା ଦିଆଯିବ  । ସି-ଡାକ୍ ଭୁବନେଶ୍ୱର ଏହାର ଆଖପାଖ ଓ ଅନ୍ୟ ବିଦ୍ୟାଳୟଗୁଡିକରେ ଆବଶ୍ୟକୀୟ ସଫଫେୱୟାର ସହ ଡେସ୍କଟପ୍, ଲାପ୍ଟପ୍, ଡିଜିଟାଲ୍ ଭଏସ୍ ରେକର୍ଡର, ଟାବ୍ଲେଟ୍ ଆଦି ଯୋଗାଇଦେବ  ।