ବାଇକ୍ ଦୁର୍ଘଟଣାରେ ଦୁଇ ଗୁରୁତର
ାା ପ୍ରଭାନୁ୍ୟଜ୍ ।ା ହିଞ୍ଜିଳିକାଟୁ: ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ବଇଁଚବଣିଆ ଛକ ନିକଟରେ ରାସ୍ତା ପାର ହେଉଥିବା ଜଣେ ବୃଦ୍ଧଙ୍କୁ ଏକ ବାଇକ୍ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ସମେତ ବୃଦ୍ଧ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ଆହତମାନେ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ଛକର ପ୍ରଶାନ୍ତ ପଟ୍ଟନାୟକ (୭୫) ଓ ବାଇକ୍ ଚାଳକ ଜଣଙ୍କ ହେଲେ ହିଞ୍ଜିଳି କେନାଳ ସାହିର ସୁମନ ଦାସ (୧୮) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିସôା ପରେ ଉଭୟଙ୍କୁ ଅଧିକ ଚିକିସôା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।