ଜୀବେ ନିଷ୍ଠୁରତା ପ୍ରତିରୋଧ ସଚେତନତା
ବ୍ରହ୍ମପୁର: ଜୀବେ ନିଷ୍ଠୁରତା ପ୍ରତିରୋଧ ନିମନ୍ତେ ସଚେତନତା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଆମ ଚତୁଃପାର୍ଶ୍ୱରେ ଥିବା ଜୀବଜନ୍ତୁ, ପଶୁପକ୍ଷୀଙ୍କ ପ୍ରତି ଆମର ଦାୟୀତ୍ୱ ରହିଛି । ଆମେ ସେମାନଙ୍କ ପ୍ରତି ନିଷ୍ଠୁରତା ଆଚରଣ ନ କରି ସେମାନଙ୍କର ରକ୍ଷଣା ବେକ୍ଷଣ କରିବା ସହ ସେମାନଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରିବା ଉଚିତ । ଏଥିନିମନ୍ତେ ଗୁରୁବାର ଦିନ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଏକ ସଚେତନତା କର୍ମଶାଳା ରେ ଅଧ୍ୟକ୍ଷତାକରି କହିଥିଲେ । ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସôାଳୟ ଅଧିକାରୀ ମନୋଜ କୁମାର ସାହୁ କହିଥିଲେ ଯେ, ଗୃହ ପାଳିତ ପଶୁମାନଙ୍କୁ ଠିକ ସମୟରେ ଖାଇବା ପିଇବାକୁ ଦେବା, ରୋଗ ହେଲେ ତାର ଚିକିସôା କରାଇବା, ଉପଯୁକ୍ତ ଯନô ନେବା, ଠିକ ସମୟରେ ଟୀକା କରଣ କରାଇବା, ଦୂର ସ୍ଥାନକୁ ଜୀବଜନ୍ତୁ ମାନଙ୍କୁ ଯାନବାହନରେ ସ୍ଥାନାନ୍ତର କରାଇବାକୁ ଥିଲେ ନିକଟସ୍ଥ ପଶୁ ଚିକିସôାଳୟରୁ ଅନୁମତି ନେବା, ରାସ୍ତାରେ ପ୍ରତି ୬ ଘଣ୍ଟାରେ ଥରେ ସେମାନଙ୍କୁ ଖାଇବା ପିଇବାକୁ ଦେବା ସହ ବିଶ୍ରାମ ନେବା, ଅସୁସ୍ଥ କିମ୍ବା ଦୁର୍ଘଟଣାଗ୍ରସ୍ତ ଗୃହପାଳିତ ପଶୁଙ୍କୁ ଅସହାୟ ଅବସ୍ଥାରେ ଦେଖିଲେ ହେଲ୍ପ ଲାଇନ୍ ନଂ ୧୯୬୨ କୁ ଜଣାଇବା ପାଇଁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସôାଳୟ ଅଧିକାରୀ ଶ୍ରୀ ସାହୁ କହିଥିଲେ । ରୋଗ ଗ୍ରସ୍ତ ଅସହାୟ ପଶୁ ମାନଙ୍କ ପାଇଁ ଆମ୍ବୁଲାନ୍ସ ସେବା ସହ ଚିକିସôା ନିମନ୍ତେ ଜନଶକ୍ତି (ମ୍ୟାନ ପାୱାର) ମନୋନୟନ କରିବା ହେଉଛି ଏହି ବୈଠକର ମୂଳ ଲକ୍ଷ୍ୟ । ସ୍ବେଚ୍ଛାସେବୀ ସଙ୍ଗଠନ ଗୁଡିକର ଗୋଶାଳା ଥିଲେ ପ୍ରତି ପଶୁ ପିଛା ସରକାର ବାର୍ଷିକ କୋଡିଏ ହଜାର ଟଙ୍କା ସହାୟତା ପ୍ରଦାନ କରୁଛନ୍ତି । ବ୍ରହ୍ମପୁର ଠାରେ ସରକାରଙ୍କ ତରଫରୁ ଗୋଟିଏ ଗୋଶାଳା ନିର୍ମାଣ ସହ ଦୁଇ ଜଣ ପ୍ରାଣୀ ଚିକିସôକ ଓ ଦୁଇ ଜଣ ସହାୟକଙ୍କୁ ନିଯୁକ୍ତି ଦିଆଯିବାକୁ ପ୍ରସ୍ତାବ ରହିଥିବା ବେଳେ ଛତ୍ରପୁର ପାଇଁ ଗୋଟିଏ ଆମ୍ବୁଲାନ୍ସ,, ଗାଈଗୋରୁ ଉଠାଇବା ଯନ୍ତ୍ର ଓ ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସôାଳୟ ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଥିଲେ । ଏହି କର୍ମଶାଳାରେ ଇସାରା, ଦି ସୋଲ୍, ସଂସାର, ଏବଂ ଓଷ୍ଟାର୍ଡ ସ୍ବେଚ୍ଚାସେବୀ ସଂଗଠନର କର୍ମକର୍ତ୍ତା ମାନେ ଯୋଗ ଦେଇ ପ୍ରତି ଗ୍ରାମାଞ୍ଚଳରେ କିପରି ସୋମାନେ ସ୍ୱାସ୍ଥ୍ୟ ଶିବିର ମାନ ଅନୁଷ୍ଠିତ କରାଇ ଗୃହ ପାଳିତ ପଶୁପକ୍ଷୀ ମାନଙ୍କୁ କିପରି ଯନôର ସହ ଲାଳନ ପାଳନ କରିବେ, ଠିକ୍ ସମୟରେ ଟିକା କରଣ କରାଇବେ, ଖାଦ୍ୟ, ଔଷଧ ଆଦି ଠିକ ସମୟରେ ଦେଇ ଲୋକ ମାନେ ଯେପରି ଲାଭବାନ୍ ହୋଇ ପାରିବେ, କୃଷକର ଉନ୍ନତି କରଣ ଚାରା ରୋପଣ, ଜୀବ ଜନ୍ତୁଙ୍କ ପ୍ରତି ସଦୟ ମନୋଭାବ ପୋଷଣ ଆଦି ବିଷୟରେ ଜନ ସାଧାରଣଙ୍କୁ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନଙ୍କୁ କିପରି ସଚେତନ କରାଉଛନ୍ତି ତାହା ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ରୋଗଗ୍ରସ୍ତ ଓ ଦୁର୍ଘଟଣାଗ୍ରସ୍ତ ପଶୁ ମାନଙ୍କର ଚିକିସôା କରି ସେମାନଙ୍କର ଯନô କିପରି ନେଉଛନ୍ତି ତାହା ବୁଝାଇଥିଲେ । ବୈଠକରେ ଉପାଧ୍ୟକ୍ଷ ଡି ବିଶ୍ୱନାଥ, ବ୍ରହ୍ମପୁର ମୁ୍ୟନିସିପାଲିଟିର ଡେପୁଟି କମିଶନର ଆଶୀର୍ବାଦ ପରିଡା, ଡିସିପିର ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିସôା ଅଧିକାରୀ (ରୋଗ ନିୟନ୍ତ୍ରଣ) ଡଃ ଜଗଦୀଶ ମହାନ୍ତି, ଛତ୍ରପୁର ଜିଲ୍ଲା ପ୍ରାଣୀ ଚିକିସôାଳୟର ଉପ ନିଦେ୍ର୍ଦଶକ ଶୁଭ୍ରକାନ୍ତ ମହାନ୍ତି, ଜିଲ୍ଲା ଏସ୍.ପି.ସି.ଏ ସଦସ୍ୟ ଲଲାଟେନ୍ଦୁ ଚୌଧୁରୀ, ସଦସ୍ୟ ବିଜୁ ଲେଙ୍କା, ସୁଶାନ୍ତ କୁମାର ବେହେରା, କୈଳାଶ ଚନ୍ଦ୍ର ଦାଶ, ଡ. ପ୍ରମୋଦ କୁମାର ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଗଣ, ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।